ପାରିବାରିକ କଳହର କରୁଣ ପରିଣତି : ବିବାହର ୫ ବର୍ଷ ପରେ ଝିଅକୁ ଛାଡି ଆତ୍ମହତ୍ୟା କଲେ ମା’

Published By : Prameya-News7 Bureau | August 06, 2022 IST

ନିଶ୍ଚିନ୍ତକୋଇଲି ୬।୮: ପାରିବାରିକ କଳହର କରୁଣ ପରିଣତି । ବିବାହର ୫ ବର୍ଷ ପରେ ପାରିବାରିକ କଳହରୁ ୩ ବର୍ଷର ଝିଅକୁ ଛାଡି ଘର ଫ୍ୟାନ୍‌ରେ ଗାମୁଛା ବାନ୍ଧି ଆତ୍ମହତ୍ୟା କଲେ ମା’ । ଏଭଳି ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲା ନେମାଳ ଥାନା ନରେନ୍ଦ୍ରପୁର ଫାଣ୍ଡି ଅନ୍ତର୍ଗତ ତରତ ପଞ୍ଚାୟତ ବାମରା ଗାଁରେ। ଘର ଭିତରୁ ମହିଳାଙ୍କ ଝୁଲନ୍ତା ମୃତଦେହ ନେମାଳ ପୋଲିସ ଉଦ୍ଧାର କରିଛି । ମୃତ ମହିଳା ଜଣଙ୍କ ହେଲେ ବାମରା ଗାଁର ସୁଶାନ୍ତ ପାଣିଙ୍କ ପତ୍ନୀ ସସ୍ମିତା ପାଣି ।

ପାରିବାରିକ କଳହରୁ ମହିଳା ଜଣଙ୍କ ଆତ୍ମହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି । ମୃତ ମହିଳାଙ୍କ ଗୋଟିଏ ୩ ବର୍ଷର ଝିଅ ଥିବା ସୂଚନା । ଘଟଣାସ୍ଥଳରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମୃତଦେହ ପଞ୍ଚନାମା କରାଯାଇ ବ୍ୟବଚ୍ଛେଦ ପାଇଁ କଟକ ବଡ ମେଡିକାଲ ପଠାଯାଇଛି । ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ପୋଲିସ ସୂଚନା ଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.