ସ୍ବାମୀଙ୍କ ଆଖି ଆଗରେ ଓଭର ବ୍ରିଜ୍ ଉପରୁ ଡେଇଁ ମହିଳାଙ୍କ ଆତ୍ମହତ୍ୟା , ଘଟଣାସ୍ଥଳ ଛାଡି ସ୍ବାମୀ ଫେରାର

Published By : Prameya-News7 Bureau | July 29, 2021 IST

ଭୁବନେଶ୍ବର ୨୯।୭: ଓଭର ବ୍ରିଜ୍ ଉପରୁ ଡେଇଁ ଆତ୍ମହତ୍ୟା କଲେ ମହିଳା । ରାଜଧାନୀର କାର୍ଗିଲ ବସ୍ତି ନିକଟ ରେଲୱେ ଷ୍ଟେସନରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଏହି ଷ୍ଟେସନ ନିକଟରେ ମହିଳା ଜଣଙ୍କ ଆତ୍ମହତ୍ୟା କରିଥିବା ଜଣାପଡିଛି । ଖବର ପାଇ ଘଟଣାସ୍ଥଳରେ GRP ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

{"id":487592,"sizeSlug":"large","linkDestination":"none"}

ସୂଚନାଯୋଗ୍ୟ ଯେ,  ରାଜଧାନୀର କାର୍ଗିଲ ବସ୍ତି ନିକଟ ରେଲୱେ ଷ୍ଟେସନରେ ଜଣେ ମହିଳା ଓଭର ବ୍ରିଜ୍ ଉପରୁ ଡେଇଁ ଆତ୍ମହତ୍ୟା କରିଛନ୍ତି । ତେବେ ସ୍ଥାନୀୟଲୋକଙ୍କ କହିବା ଅନୁସାରେ ମହିଳା ଜଣଙ୍କ ତାଙ୍କ ସ୍ବାମୀଙ୍କ ଆଖି ଆଗରେ ବ୍ରିଜ୍ ଉପରୁ ତଳକୁ ଡେଇଁପଡିଥିଲେ ।  ଆତ୍ମହତ୍ୟା କରିଥିବା ମହିଳାଙ୍କର ପରିଚୟ ମିଳିପାରିନାହିଁ । ସ୍ବାମୀ ପାଖରେ ଛିଡା ହୋଇଥିବା ବେଳେ ସ୍ବାମୀଙ୍କ ଆଖି ସାମ୍ନାରେ ମହିଳା ଜଣଙ୍କ ଡେଇଁ ଆତ୍ମହତ୍ୟା କରିଛନ୍ତି ।  ଘଟଣା ଘଟିବା ପରେ ଘଟଣାସ୍ଥଳ ଛାଡି ସ୍ବାମୀ ଫେରାର ହୋଇଯାଇଥିବା ଜଣାପଡିଛି । ଘଟଣା ଦେଖି ଜିଆରପିକୁ ଖବର ଦେଇଥିଲେ ସ୍ଥାନୀୟଲୋକ । ଖବର ପାଇ ଘଟଣାସ୍ଥଳରେ ଜିଆରପି ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ମହିଳାଙ୍କ ଆତ୍ମହତ୍ୟାର କାରଣ ସ୍ପଷ୍ଟ ଜଣାପଡିନଥିବା ବେଳେ ପୋଲିସ ତନାଘନା ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.