ମଦ ବିକ୍ରି କରୁଥିବାରୁ ମହିଳାଙ୍କ ଗୁପ୍ତାଙ୍ଗରେ ଲଙ୍କାଗୁଣ୍ଡ ଭର୍ତ୍ତି କରିଦେଲେ ଗ୍ରାମବାସୀ
25/09/2018 at 2:56 PM

କରିମଗଞ୍ଜ ୨୫|୯: ଆସାମର କରିମଗଞ୍ଜ ଜିଲ୍ଲା ଅନ୍ତର୍ଗତ ଏକ ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା । ଗ୍ରାମବାସୀ ଜଣେ ମହିଳାଙ୍କୁ ସର୍ବସାଧାରଣରେ ଉଲଗ୍ନ କରିବା ସହ ତାଙ୍କ ଗୁପ୍ତାଙ୍ଗରେ ଲଙ୍କାଗୁଣ୍ଡ ଭର୍ତ୍ତି କରିଦେଇଛନ୍ତି । ମହିଳା ଜଣକ ମଦବିକ୍ରି କରୁଥିବା ଅଭିଯୋଗରେ ଗ୍ରାମବାସୀ ଏଭଳି ଅମାନୁଷିକ କର୍ଯ୍ୟ କରିଛନ୍ତି । ପୋଲିସ ଏହି ଘଟଣାରେ ଅଦ୍ୟାବଧି ୧୯ଜଣ ଗ୍ରାମବାସୀଙ୍କୁ ଗିରଫ କରିସାରିଲାଣି ।
ଆସାମ-ମିଜୋରାମ ସୀମାରେ ଥିବା ଏକ ଆଦିବାସୀ ଗାଁରେ ଗତ ୧୦ତାରିଖ ଦିନ ଏହି ଘଟଣା ଘଟିଛି । ସୋସିଆଲ ମିଡିଆରେ ଏହାର ଭିଡିଓ ଭାଇରାଲ ହେବା ପରେ ଘଟଣା ପଦାକୁ ଆସିଥିଲା । ପରେ ପୀଡିତା ମହିଳା କରିମଗଞ୍ଜ ସିଜେଏମଙ୍କ ଅଦାଲତରେ ଘଟଣା ସଂପର୍କରେ ଅଭିଯୋଗ କରିଛନ୍ତି । ମହିଳା ତାଙ୍କ ଅଭିଯୋଗ ପତ୍ରରେ ଲେଖିଛନ୍ତି ଯେ, ଘରର କବାଟ ଭାଙ୍ଗି ଗ୍ରାମବାସୀ ଗର ମଧ୍ୟକୁ ପ୍ରବେଶ କରିବା ସହ ଉଲଗ୍ନ କରିଥିଲେ । ଭୀଷଣ ମାଡ ମାରିବା ସହ ଗୁପ୍ତାଙ୍ଗରେ ଲଙ୍କାଗୁଣ୍ଡ ଭର୍ତ୍ତି କରିଥିଲେ।