ମହିଳାଙ୍କ ଦବଙ୍ଗଗିରି: କାର ସହ ଘସି ହୋଇଗଲା ଇ-ରିକ୍ସା, ଚାଳକଙ୍କୁ ୧୭ ଥର ଚାପୁଡା ମାରିଲେ ମହିଳା, ଭିଡିଓ ଭାଇରାଲ

Published By : Prameya-News7 Bureau | August 13, 2022 IST

ନୂଆଦିଲ୍ଲୀ: ନୋଏଡାରେ କାର ସହ ଇ-ରିକ୍ସା ସାମାନ୍ୟ ଲାଗି ଯିବା ପରେ ଜଣେ ମହିଳା ଜୋରଦାରା ହଙ୍ଗାମା କରିଛନ୍ତି । ମହିଳାଙ୍କ ପାରା ଏତେ ଅଧିକ ହୋଇଗଲା ଯେ, ନିଜର ସବୁ ହିତାହିତ ଜ୍ଞାନକୁ ଭୁଲି ଇ-ରିକ୍ସା ଚାଳକଙ୍କୁ ଗାଳିଗୁଳଜ କରିଥିଲେ । କେବଳ ଏତିକି ନୁହେଁ ମହିଳା ଜଣକ ଇ-ରିକ୍ସା ଚାଳକଙ୍କୁ ଗୋଟିଏ ପରେ ଗୋଟିଏ ୧୭ଟି ଚାପୁଡା ମାରିଥିଲେ । ଘଟଣା ସମୟର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।

ଜଣେ ୟୁଜର ଟ୍ୱିଟରରେ ଏହି ଭିଡିଓକୁ ସେୟାର କରି ଲେଖିଛନ୍ତି, 'ଜଣେ ଗରିବକୁ ଏହିପରି ପିଟିବା କେଉଁ ପ୍ରକାର ନ୍ୟାୟ । ଜଣେ ମହିଳା ମଝି ରାସ୍ତାରେ ରିକ୍ସା ଚାଳକଙ୍କୁ ପିଟୁଛନ୍ତି, ଅସଭ୍ୟ ଭାଷାରେ ଗାଳି ଦେଉଛନ୍ତି । ରିକ୍ସା ଚାଳକଙ୍କ ହୁଏତ କିଛି ଭୁଲ ଥାଇପାରେ, କିନ୍ତୁ ଜଣେ ମହିଳାଙ୍କ ହୃଦୟ ମମତାରେ ଭରି ରହିଥାଏ, ସେ କିପରି ଏହା କରିପାରିବେ । ନୋଏଡା ପୋଲିସ ଏହା ଉପରେ ସଜ୍ଞାନ ନେବା ଜରୁରୀ, ଏହି ଗରିବ ବି ଜଣେ ମଣିଷ' ।

wp:html /wp:html

ସୂଚନା ଅନୁସାରେ, ଏହି ଘଟଣା ନୋଏଡା ଫେଜ-୨ର ସେକ୍ଟର ୧୧୦ ସ୍ଥିତ ବଜାରରେ ଘଟିଛି । ଭିଡିଓରେ ଦେଖିବାକୁ ମିଳୁଛି ମହିଳା ଜଣଙ୍କ ପ୍ରାୟ ଏକ ମିନିଟ ଯାଏ ରିକ୍ସା ଚାଳକଙ୍କୁ ଚାପୁଡା ମାରି ଚାଲିଥିଲେ। ଏହି ଏହି ସମୟରେ ମହିଳା ଜଣଙ୍କ ରିକ୍ସା ଚାଳକଙ୍କ ଡ୍ରେସ ଚିରିବା ପାଇଁ ମଧ୍ୟ ପ୍ରସାୟ କରୁଥିବା ଦେଖିବାକୁ ମିଳୁଛି। ଏହାସହ ଶେଷରେ ରିକ୍ସା ଚାଳକଙ୍କ ଫୋନ ନେଇ ମଧ୍ୟ ନେଇ ଯାଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.