ଆଇଏଏସ ଇଣ୍ଟରଭିୟୁରେ ମହିଳାଙ୍କୁ ପଚରାଗଲା- ଯଦି ଆପଣଙ୍କ ସ୍ୱାମୀ ଆପଣଙ୍କୁ ଜୁଆ ଖେଳରେ ହାରିଦିଅନ୍ତି ତା'ହେଲେ କ'ଣ କରିବେ ? ମହିଳା କ'ଣ ଜବାବ ଦେଲେ ଜାଣନ୍ତୁ

Published By : Prameya-News7 Bureau | January 19, 2019 IST

ଯେକୌଣସି ଚାକିରୀ ପାଇଁ ଆମକୁ ଏକ ଇଣ୍ଟରଭିୟୁ ଦେବାକୁ ହୋଇଥାଏ ଏକଥା ଆମେ ସମସ୍ତେ ଜାଣିଛେ | ଇଣ୍ଟରଭିୟୁରେ ଆମେ ନିଜକୁ ପ୍ରମାଣିତ କରିଥାଉ ଯେ, ସେହି ପଦବୀ ପାଇଁ ଆମର ଯୋଗ୍ୟତା ରହିଛି ଆମେ ଠିକ ଭାବେ ସେହି କାମକୁ କରିପାରିବୁ | ତେବେ ଇଣ୍ଟରଭିୟୁରେ ସାଧାରଣତଃ ସମସ୍ତଙ୍କୁ ତାଙ୍କ ପାଠ ସମ୍ବନ୍ଧୀୟ ପ୍ରଶ୍ନ ପଚରାଯାଇଥାଏ | ଏହାଛଡା କିଛି ସାଧାରଣ ଜ୍ଞାନ ସମ୍ବନ୍ଧୀୟ ପ୍ରଶ୍ନ ମଧ୍ୟ ପଚରାଯାଇଥାଏ | ଅପରପକ୍ଷରେ ସରକାରୀ ଚାକିରୀ ପାଇଁ ପ୍ରଥମେ ଲିଖିତ ପରୀକ୍ଷା ଦେବାକୁ ହୋଇଥାଏ | ପରୀକ୍ଷାରେ ଉତୀର୍ଣ୍ଣ ହେଲେ ଇଣ୍ଟରଭିୟୁ ଦେବାକୁ ପଡିଥାଏ | ସରକାରୀ ଚାକିରୀ କ୍ଷେତ୍ରରେ କିଛି ବିଶିଷ୍ଟ ପଦବୀ ପାଇଁ କେତେକ ଅସାଧାରଣ ପ୍ରଶ୍ନ ପଚରାଯାଇଥାଏ | ଯାହାକୁ ଶୁଣି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ | ଏଭଳି ପ୍ରଶ୍ନ କେବଳ ମଣିଷର ମାନବିକତା, ତାଙ୍କ ବ୍ୟକ୍ତିତ୍ବ, ଉପସ୍ଥିତବୁଦ୍ଧି, ବିଚାରଧାରା ଏବଂ ନୈତିକ ମୂଲ୍ୟବୋଧ ପରଖିବା ପାଇଁ ହିଁ ପଚରାଯାଇଥାଏ | ତଥାପି କିଛି ଲୋକେ ଏଭଳି ପ୍ରଶ୍ନର ଭୁଲ ବୋଲି ବିଚାର କରିଥାନ୍ତି | ଆଜି ଆମେ ଆପଣଙ୍କୁ ଏମିତି କିଛି ପ୍ରଶ୍ନ ସମ୍ପର୍କରେ କହିବୁ ଯାହା ଇଣ୍ଟରଭିୟୁ ବେଳେ ପଚରାଯାଇଥାଏ | ତେବେ ଏହି ସବୁ ପ୍ରଶ୍ନ ବ୍ୟର୍ଥ ନୁହଁ ବରଂ ଏଭଳି ପ୍ରଶ୍ନର ଅର୍ଥ ଅଲଗା ହିଁ କିଛି ହୋଇଥାଏ |

{"id":75736}

ପ୍ରଥମତଃ, ଅଧିକାଂଶ ସମୟରେ ବିବାହିତା ମହିଳାଙ୍କୁ ପଚରାଯାଇଥାଏ ଯେ, ଯଦି ଆପଣଙ୍କ ସ୍ୱାମୀଙ୍କ ସମ୍ପର୍କ ଅନ୍ୟ କେଉଁ ମହିଳା ସହ ଥିବା ଆପଣ ଜାଣନ୍ତି ତାହେଲେ କ'ଣ କରିବେ ? 

ଜବାବରେ ଜଣେ ମହିଳା ଉତ୍ତର ଦେଇଥିଲେ ଯେ, କେବଳ ସମ୍ପର୍କ ଥିଲେ କିଛି ପ୍ରମାଣିତ ହୁଏନାହିଁ | ବରଂ ଯଦି ସ୍ୱାମୀଙ୍କ ଅନ୍ୟ ମହିଳାଙ୍କ ସହ ଶାରୀରିକ ସମ୍ପର୍କ ଥାଏ ତାହେଲେ ଉଭୟଙ୍କ ବିରୋଧରେ ପ୍ରମାଣ ଯୋଗାଡ କରି ମୁଁ ମୁକଦ୍ଦମା କରିବି | ସ୍ୱାମୀଙ୍କୁ ୩ ବର୍ଷ କାରାଦଣ୍ଡ ଦେବା ଅଧିକାର ଆଇନରେ ଉଲ୍ଲେଖ ରହିଛି ବୋଲି ମହିଳା ଜବାବ ଦେଇଥିଲେ |

ଦ୍ୱିତୀୟତଃ, ଯଦି ପାହାଡ ଉପରୁ ପଡି ଆପଣଙ୍କ ସ୍ୱାମୀଙ୍କ ମୃତ୍ୟୁ ହୋଇଯାଏ ଏବଂ ସ୍ୱାମୀଙ୍କ ମୃତ୍ୟୁ ପରେ ଆପଣଙ୍କ ଦ୍ୱିତୀୟ ବିବାହ ହୋଇଯାଇଥାଏ, ଦ୍ୱିତୀୟ ବିବାହ ପରେ ପ୍ରଥମ ସ୍ୱାମୀ ପୁଣି ଫେରି ଆସନ୍ତି ତା'ହେଲେ ସେଭଳି ସ୍ଥିତିରେ ଆପଣ କଣ କରିବେ ?

{"id":75737,"width":588,"height":288}

ଜବାବରେ ମହିଳା କହିଥିଲେ, ଏଭଳି ସ୍ଥିତିରେ ତାଙ୍କର ଦ୍ୱିତୀୟ ବିବାହ ରଦ୍ଦ କରିଦିଆଯିବ | କାରଣ ପ୍ରଥମ ସ୍ୱାମୀଙ୍କ ଜୀବିତ ଅବସ୍ଥାରେ କିମ୍ବା ଛାଡପତ୍ର ନନେଇ ଦ୍ୱିତୀୟ ବିବାହ କରିବା ଆଇନ ବିରୋଧୀ |

ତୃତୀୟ ପ୍ରଶ୍ନ ଥିଲା, ଯଦି ଆପଣଙ୍କ ସ୍ୱାମୀ ଆପଣଙ୍କୁ ଜୁଆ ଖେଳରେ ଆପଣଙ୍କୁ ହିଁ ହାରି ଯାଆନ୍ତି, ତା'ହେଲେ ଆପଣ କ'ଣ କରିବେ ?

ଜବାବରେ ମହିଳା କହିଥିଲେ, ମୋ ସ୍ୱାମୀ ମତେ ଜୁଆ ଖେଳରେ ହାରିପାରିବେ ନାହିଁ କାରଣ ଭାରତୀୟ ସମ୍ବିଧାନ ଅନୂଆସାରେ ଜଣେ ମଣିଷ କେବଳ ସେହି ଜିନିଷର କିଣି ପାରିବ କିମ୍ବା ବିକି ପାରିବ ଯେଉଁଥିରେ ତାର ନିଜସ୍ୱ ଅଧିକାର ରହିଥିବା | ଯେହେତୁ ମୋ ସ୍ୱାମୀ ମୋତେ କିଣି ନାହାନ୍ତି, ମୋ ଉପରେ ତାଙ୍କର ନିଜସ୍ୱ କୌଣସି ଅଧିକାର ନାହିଁ ଯେ ସେ ମୋତେ ହାରିଦେବେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.