ହିନ୍ଦୁ ଦେବା-ଦେବୀଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ, ୨୪ ଘଣ୍ଟା ଭିତରେ ଅଭିଯୁକ୍ତ ମହିଳାଙ୍କୁ ଗିରଫ କଲା ପୋଲିସ

Published By : Prameya-News7 Bureau | August 25, 2020 IST

ପ୍ରୟାଗରାଜ ୨୫।୦୮: ହିନ୍ଦୁ ଦେବା-ଦେବୀଙ୍କ ବିରୋଧରେ ଆପତ୍ତିଜନକ ଟିପ୍ପଣୀ କରିଥିବା ହୀର ଖାନ ଓରଫ ପରୀ ଖାନ ନାମକ ଜଣେ ମହିଳାଙ୍କୁ ପୋଲିସ ଗିରଫ କରିଛି। କେସ୍ ରୁଜୁ ହେବା ପରଠୁ ଫେରାର ଥିବା ଏହି ମହିଳାଙ୍କୁ ପ୍ରୟାଗରାଜ ପୋଲିସ ୨୪ ଘଣ୍ଟା ଭିତରେ ଗିରଫ କରିଛି। ଏହି ମହିଳା ଜଣକ ‘ବ୍ଲାକ ଡେ ଅଗଷ୍ଟ ୫’ ନାମରେ ଏକ ୟୁଟ୍ୟୁବ୍ ଚ୍ୟାନେଲ ଚଳାଉଛନ୍ତି। ସାମାଜିକ ଗଣମାଧ୍ୟମରେ ତାଙ୍କର ବିବାଦୀୟ ଭିଡିଓ ଖୁବ୍ ଭାଇରାଲ ହୋଇଛି। ଏଥିରେ ସେ ମାତା ସୀତାଙ୍କ ପ୍ରତି ଅରୁଚିକର  ମନ୍ତବ୍ୟ ଦେବା ସହିତ ଅଶ୍ଲିଳ ଭାଷାରେ ଗାଳି ଗୁଲଜ କରିଥିବା ଦେଖିବାକୁ ମିଳିଛି। ତାଙ୍କ ବିରୋଧରେ ଆଇପିସିର ଭିନ୍ନ ଭିନ୍ନ ଧାରା ଓ ଆଇଟି ଆକ୍ଟ ଆଧାରରେ କେସ ରୁଜୁ କରାଯାଇଛି।

ପ୍ରୟାଗରାଜରେ ପୋଲିସ ପାଖକୁ ଏହି ମହିଳାଙ୍କ ବିରୋଧରେ ଅଭିଯୋଗ ଆସିଥିଲା। ଭିଡିଓରେ ହିନ୍ଦୁ ଦେବାଦେବୀଙ୍କ ପ୍ରତି ଅଶ୍ଳିଷ ଭାଷା ପ୍ରୟୋଗ କରାଯାଇଥିଲା, ଯାହା ଲୋକଙ୍କ ଭାବନାକୁ ଆଘାତ ଦେଇଥିଲା। ପୋଲିସ ଏହି ମାମଲାକୁ ଗମ୍ଭୀରତାର ସହ ନେଇ ଅଭିଯୁକ୍ତ ମହିଳାଙ୍କ ବିରୋଧରେ ଏଫଆଇଆର ରୁଜୁ କରିଥିଲା।  ମାମଲା ରୁଜୁ ହେବା ପରଠୁ ମହିଳା ଜଣକ ଫେରାର ହୋଇ ଯାଇଥିଲେ। ପୋଲିସ ତାଙ୍କୁ ଧରି ବା ପାଇଁ ଅନେକ ଟିମ୍ ଗଠନ କରିଥିଲେ। ଅନେକ ସ୍ଥାନରେ  ଚଢାଉ ମଧ୍ୟ କରାଯାଇଥିଲା। ଶେଷରେ ଖୁଲଦାବାଦ ଥାନା ପୋଲିସ ମହିଳାଙ୍କୁ ଗିରଫ କରିଛି।

{"id":320124,"sizeSlug":"large"}

ୟୁପି ପୋଲିସ ଅଭିଯୁକ୍ତ ହୀର ଖାନ ବିରୋଧରେ ଭାରତୀୟ ପେନାଲ କୋଡର ସେକ୍ସନ ୧୫୩-ଏ, ୫୦୫ ଓ ସୂଚନା ଓ ପ୍ରଯୁକ୍ତିବିଦ୍ୟା  ଆକ୍ଟର ସେକ୍ସନ ୬୬ ଆଧାରରେ କେସ ରୁଜୁ କରିଛି। ମହିଳାଙ୍କ ଗିରଫଦାରୀ ପରେ ପ୍ରୟାଗରାଜ ଏସଏସପି ଏହି ଧରଣର ସମସ୍ତ  ଅସାମାଜିକ ବ୍ୟକ୍ତିଙ୍କୁ କଡା ଚେତାବନୀ ଦେଇ କହିଛି ଯଦି କୌଣସି ବି ବ୍ୟକ୍ତି ଧାର୍ମିକ ଭାବନାକୁ ଆଘାତ ଦେବା ଭଳି ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିବେ କିମ୍ବା ଧାର୍ମିକ ବିଦ୍ଵେଷ ଓ ଗୁଜବ ପ୍ରଚାର କରିବେ ତେବେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏବେ ପୋଲିସ ମହିଳାଙ୍କୁ ଜେରା କରୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.