୭୫ ବର୍ଷ ବୁଢ଼ୀ ଶାଶୁକୁ ବୋହୂର ନିର୍ଯ୍ୟାତନା : ନା ମାନେ ନା
8/06/2018 at 9:00 AM

ଶାଶୁକୁ ଗାଁ ଦାଣ୍ଡରେ ମାଡ ମାରି ଘୋଷାରି ଘୋଷାରି ନେଉଛି ବୋହୁ । ବଞ୍ଚାଇବାକୁ ଶାଶୁ ଚିତ୍କାର କରୁଛନ୍ତି କିନ୍ତୁ କେହି ଆସୁନାହାନ୍ତି । ବରଗଡ ଜିଲ୍ଲା ଗାଇସିଲେଟ ଥାନା ତାଲପାଲି ଗାଁରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ପଦ୍ମପୁର ତହସିଲ ଅଫିସରେ କାମ କରୁଥିବା ସୁପରଭାଇଜରଙ୍କ ଧର୍ମପତ୍ନୀ ଏହି କାଣ୍ଡ କରିଛନ୍ତି । ଅତ୍ୟନ୍ତ ନିର୍ଦୟ ଭାବେ ସୁପରଭାଇଜରଙ୍କ ପତ୍ନୀ ନିଜ ଶାଶୁକୁ ମାଡ ମାରି ଗାଁ ଦାଣ୍ଡରେ ଘୋଷାରି ଘୋଷାରି ନେଉଛନ୍ତି । ଏହାକୁ ସମସ୍ତେ ଠିଆ ହୋଇ ଦେଖୁଥିଲେ ବି କେହି ପ୍ରତିବାଦ କରୁନଥିଲେ କି, ବଞ୍ଚାଇବାକୁ ଆସିନଥିଲେ । କିଛି ବାଟ ଘୋଷାରି ନେବା ପରେ ବୋହୁ ଶାଶୁକୁ ଗାଁ ଦାଣ୍ଡରେ ଛାଡି ପଳାଇଥିଲା । କେହି ଏହି ନିର୍ଯାତନାର ଦୃଶ୍ୟ ରେକର୍ଡିଂ କରି ସୋସିଆଲ ମିଡିଆରେ ଅପଲୋଡ୍ କରିଥିଲେ । ଭିଡିଓ ଭାଇରାଲ୍ ହେବା ପରେ ଘଟଣା ସମ୍ପର୍କରେ ଜଣାପଡିଛି । ତେବେ କଣ ପାଇଁ ଶାଶୁକୁ ବୋହୁ ଏଭଳି ନିର୍ଯାତନା ଦେଇଛି ତାହା ଜଣାପଡିନି । ଏନେଇ ଥାନାରେ ମଧ୍ୟ କୌଣସି ମାମଲା ହୋଇନି ।