ଜିମ୍‌ ଟ୍ରେନର ପ୍ରେମିକ ସହ ମିଶି ସ୍ୱାମୀକୁ ହତ୍ୟା କରିଥିଲା ସ୍ତ୍ରୀ, କୋର୍ଟ ଦେଲେ ଏମିତି ସଜା ଜେଲ୍‌ରେ କଟିବ ଜୀବନ

Published By : Prameya-News7 Bureau | October 07, 2021 IST

ଯମୁନାନଗର, ୦୭/୧୦: ହରିୟାଣା ଯମୁନାନଗର ଜିଲ୍ଲା ଅଦାଲତ ହତ୍ୟା ଏବଂ ଏହାକୁ ସାଧାରଣ ମୃତ୍ୟୁ ଦର୍ଶାଇବା ଭଳି ହାଇ ପ୍ରୋଫାଇଲ୍‌ ମାମଲାର ବିଚାର କରି ରାୟ ଶୁଣାଇଛନ୍ତି । କୋର୍ଟ ପ୍ରିୟଙ୍କା ବାତ୍ରା ନାମକ ଜଣେ ମହିଳା ତାର ଅଶିକ୍‌ ଜିମ୍‌ ଟ୍ରେନର ଏବଂ ଅନ୍ୟ ଦୁଇଜଣ ସୁପାରି କିଲରଙ୍କ ସହିତ ମିଶି ନିଜ ସ୍ୱାମୀକୁ ହତ୍ୟା କରିବା ଏବଂ ଏହାକୁ ସାଧାରଣ ମୃତ୍ୟୁ ଦର୍ଶାଇବା ପ୍ରୟାସ କରିବା ଅଭିଯୋଗରେ ଆଜୀବନ ସଜା ଶୁଣାଇଛନ୍ତି ।

ଯମୁନାନଗରର କୋଟିପତି ବ୍ୟବସାୟୀ ଯୋଗେସ୍‌ ବାତ୍ରା ହତ୍ୟାକାଣ୍ଡ ମାମଲାର ବିଚାର କରି ଜିଲ୍ଲା ଅଦାଲତ ତାଙ୍କର ଧର୍ମପତ୍ନୀ ପ୍ରିୟଙ୍କା ବାତ୍ରା, ଆଶିକ୍‌ ରୋହିତ ଏବଂ ଦୁଇ ସୁପାରି କିଲର ସତୀଶ ଓ ଶ୍ୟାମ ସୁନ୍ଦରଙ୍କୁ ଆଜୀବନ ସଜା ଶୁଣାଇଛନ୍ତି । ପାଖାପାଖି ୪ ବର୍ଷ ପର୍ଯ୍ୟନ୍ତ ଏହି ମାମଲା କୋର୍ଟରେ ଚାଲୁ ରହିଥିଲା ।

ଏହି ମାମଲାରେ ମୋଟ ୨୫ ଜଣ ସାକ୍ଷୀଙ୍କ ବୟାନକୁ ଆଧାର କରି ଏବଂ ସମସ୍ତ ପ୍ରମାଣକୁ ନେଇ ଜିଲ୍ଲା ଅଦାଲତ ହତ୍ୟା ମାମଲାରେ ସେମମାନଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଏତିସହିତ ଦୋଷୀ ପତ୍ନୀ ଏବଂ ଅନ୍ୟ ଦୋଷୀଙ୍କୁ ୬୦ ହଜାର ଟଙ୍କା ଲେଖଏଁ ଜରିମାନା ଦଣ୍ଡ ଦେଇଛନ୍ତି କୋର୍ଟ ।

ଯମୁନାନଗରର ପ୍ଲାଇ ବ୍ୟବସାୟ କରୁଥିବା ସୁବାଷ ବାତ୍ରାଙ୍କ ପୁଅ ଯୋଗେସ୍‌ଙ୍କର ମୃତ୍ୟୁ ହାର୍ଟ ଆଟାକ୍‌ରେ ହୋଇଥିବା ତାଙ୍କ ବୋହୁ ପ୍ରିୟଙ୍କା କହିଥିଲା । ହେଲେ ତା ପରଦିନ କିନ୍ତୁ ବୋହୁର ଚାଲି ଚଳନକୁ ନେଇ ତାଙ୍କର ସନ୍ଦେହ ହୋଇଥିଲା । ତେଣୁ ସେ ଜଣେ ଡିଟେକ୍ଟିଭ୍‌କୁ ବୋହୁ ପଛରେ ଲଗାଇ ଦେଇଥିଲେ । ସେଥିରୁ ପ୍ରିୟଙ୍କାଙ୍କର ଜିମ୍‌ ଟ୍ରେନର ରୋହିତଙ୍କ ସହିତ ପ୍ରେମ ସମ୍ପର୍କ ରହିଥିବା ଜଣା ପଡ଼ିଥିଲା । ଏଥି ସହିତ କିଛି ଫଟୋ ମଧ୍ୟ ସୁବାଷଙ୍କ ହାତରେ ଲାଗିଥିଲା । ଯାହାଫଳରେ ତାଙ୍କ ସନ୍ଦେହ ସତ ହୋଇଥିଲା। ଏହାକୁ ନେଇ ସେ ପୋଲିସ୍‌କୁ ପ୍ରମାଣ ଏବଂ ତଥ୍ୟ ଦେଇଥିଲେ । ଯାହାଫଳରେ ପୋଲିସ୍‌ ସେମାନଙ୍କୁ ଗିରଫ କରି କୋର୍ଟଚାଲାଣ କରଥିଲା ।     

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.