ସ୍ବାମୀ ପାଲଟିଲା ସଇତାନ, ଫିଲ୍ମ ଦେଖାଇବା ବାହାନାରେ ଦୁଇଜଣ ସାଙ୍ଗଙ୍କୁ ଡାକି ସ୍ତ୍ରୀକୁ କଲା ଦୁଷ୍କର୍ମ

Published By : Prameya-News7 Bureau | January 29, 2020 IST

ମୁମ୍ବାଇ ୨୯।୦୧: ସାମ୍ବୀ ସାଜିଲା ଗଣଦୁଷ୍କର୍ମର ମାଷ୍ଟରମାଇଣ୍ଡ । ନିଜ ସ୍ତ୍ରୀକୁ ଦୁଇଜଣ ସାଙ୍ଗଙ୍କ ସହ ମିଶି ଗଣଦୁଷ୍କର୍ମ କରିଥିବାର ଅଭିଯୋଗ ଆସିଛି । ମହାରାଷ୍ଟ୍ରର ଜାଗେଶ୍ବରୀ ପୋଲିସ ଥାନା ଅଞ୍ଚଳରେ ଘଟିଛି ଏପରି ଘଟଣା । ପୋଲିସ ଘଟଣାରେ ତଦନ୍ତ କରି ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ତଦନ୍ତ ଜାରି ରଖିଛି ।

{"id":217360,"sizeSlug":"large"}

ଗତ ନଭେମ୍ବର ମାସରେ ନିଜ ୨୩ ବର୍ଷୀୟ ସ୍ତ୍ରୀଙ୍କୁ ଫିଲ୍ମ ଦେଖାଇବାକୁ ବାହାନାରେ ଏକ ନିଛାଟିଆ ଘରକୁ ନେଇଯାଇଥିଲା ସ୍ବାମୀ । ଜାଗେଶ୍ବର ଅଞ୍ଚଳରେ ଥିବା ଏହି ଘରେ ପୂର୍ବରୁ ତାଙ୍କର ଦୁଇଜଣ ସାଥୀ ଅଭିଷେକ ଓ ମଙ୍ଗେଷ ଯାଦବ ଉପସ୍ଥିତ ଥିଲେ, ନିଜ ସାଙ୍ଗଙ୍କ ମିଶି ମହିଳାଙ୍କୁ ଗଣଦୁଷ୍କର୍ମ କରିଥିଲା ସ୍ବାମୀ । ତେବେ ମହିଳାଙ୍କ ଗଣଦୁଷ୍କର୍ମ ପରେ ତାଙ୍କ ଶାରୀରିକ ନିର୍ଯ୍ୟାତନା ମଧ୍ୟ ଦେଇଥିଲା । ଚଳିତ ଜାନୁଆରୀ ମାସରେ ମହିଳା ଜଣଙ୍କ ଥାନାରେ ଅଭିଯୋଗ କରିଛନ୍ତି । ମହିଳାଜଣଙ୍କ ପାଲଘର ଥାନାରେ ଅଭିଯୋଗ କରିଥିଲେ । କିନ୍ତୁ ଏହି ଘଟଣାଟି ଜାଗେଶ୍ବରୀ ଥାନା ଅଞ୍ଚଳରେ ଯାଉଥିବାରୁ ପାଲଘର ପୋଲିସ ଏହାକୁ ସ୍ଥାନାନ୍ତରିତ କରିଦେଇଛି ।

ଜାଗେଶ୍ବରୀ ଥାନା ପୋଲିସ ଘଟଣାର ତଦନ୍ତ ଜାରି ରଖିଛି । ପୋଲିସ ଘଟଣାରେ IPC ଧାରା ୩୭୬ ଡି ଅନୁୟାୟୀ ୨୫ବର୍ଷୀୟ ସ୍ବାମୀ ସମେତ ତିନିଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ତେବେ ଗିରଫ ହୋଇଥିବା ଅଭିଯୁକ୍ତଙ୍କ ମଧ୍ୟରୁ ଦୁଇଜଣ ଏକ ଫାର୍ମା କମ୍ପାନୀରେ କାମ କରୁଛନ୍ତି । ଅନ୍ୟ ଅଭଯୁକ୍ତ ଜଣଙ୍କ  ନିକଟ ପାଲଘର ଜିଲ୍ଲାରେ ଅଟୋଚାଳକ ଭାବେ କାର୍ଯ୍ୟ କରନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.