Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ମେଟ୍ରୋରେ ମହିଳାଙ୍କୁ ଯୁବକଙ୍କ ଅଶ୍ଳୀଳ ଇଙ୍ଗିତ, ସିସିଟିଭିରେ କଏଦ ପୁରା ଘଟଣା : ସୋସିଆଲ ମିଡ଼ିଆରେ ଟ୍ୱିଟ ପରେ ଆକ୍ସନ ମୋଡ଼ରେ ପୋଲିସ

18/06/2019 at 2:16 PM

ମେଟ୍ରୋ ଷ୍ଟେସନରେ ଚଳନ୍ତା ଏସ୍କାଲେଟରରେ ଜଣେ ୨୯ ବର୍ଷ ବୟସ୍କା ମହିଳାଙ୍କ ସହ ଯୁବକ ଅଶ୍ଳୀଳ ବ୍ୟବହାର କରିଥିଲା । ଘଟଣା ଷ୍ଟେସନର ସିସିଟିଭିରେ କଏଦ ହୋଇଥିଲା । ଯୁବକ ଅଶ୍ଳୀଳ ବ୍ୟବହାର ପରେ ମହିଳା ଯୁବକକୁ ଚାପୁଡା ମାରିଥିଲେ । ମହିଳା ସାହାଯ୍ୟ ପାଇଁ ପାଟି ମଧ୍ୟ କରିଥିଲେ କିନ୍ତୁ କେହି ଶୁଣିନଥିଲେ । ମାମଲା ପରେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପ୍ରସାଶନର ନିଜ ଭାଙ୍ଗିଥିଲା ।

ଘଟଣା ହରିୟାଣା ଗୁରୁଗ୍ରାମ ଅଞ୍ଚଳର । ଜୁନ ୧୪ ତାରିଖ ୯ଟାରେ ଘଟିଥିଲା ଏହି ଘଟଣା ।  ମହିଳା ଦିଲ୍ଲୀର ଜଣେ ଇଣ୍ଟରିୟର ଡିଜାଇନର । ରିପୋର୍ଟ ଅନୁଯାୟୀ, ଦିଲ୍ଲୀରେ ରହୁଥିବା ୨୯ ବର୍ଷ ବୟସ୍କା ମହିଳା ଅଭିଯୋଗ କରିଛନ୍ତି ଯେ, ଗୁରୁଗ୍ରାମର ହୁଡା ସିଟି ସେଣ୍ଟର ମେଟ୍ରୋ ଷ୍ଟେସନରେ ତାଙ୍କ ସହ ଜଣେ ଯୁବକ ଦୁର୍ବ୍ୟବହାର କରିଥିଲା । ମହିଳା ଶପିଂ କରି ଫାଷ୍ଟ ଫ୍ଲୋରରୁ ଏସ୍କାଲେଟରରେ ତଳକୁ ଓହ୍ଲାଉଥିଲେ । ସେତେବେଳେ ତାଙ୍କ ପଛପଟେ ଜଣେ ଯୁବକ ଅଶ୍ଳୀଳ କାମ କରିବା ଆରମ୍ଭ କରିଥିଲା । ମହିଳା ପଛକୁ ବୁଲି ଯୁବକକୁ ଗୋଟିଏ ଚାପୁଡା ମାରିଥିଲେ ଏବଂ ପାଟି କରି ଲୋକଙ୍କୁ ଡାକିଥିଲେ କିନ୍ତୁ କେହି ଶୁଣିନଥିଲେ ।

ଏହାପରେ ଯୁବକ ସେଠାରୁ ପଳାଇଥିଲା । ମହିଳା ନିକଟସ୍ଥ ଥାନାକୁ ଅଭିଯୋଗ କରିବାକୁ ଯାଇଥିଲେ କିନ୍ତୁ ଥାନା ସେ ସମୟରେ ବନ୍ଦ ଥିଲା ବୋଲି ସେ କହିଛନ୍ତି । ଏହାପରେ ମହିଳା ଏ ସମ୍ପର୍କରେ ସମସ୍ତ ଘଟଣା ଟ୍ୱିଟ କରି ସୋସିଆଲ ମିଡ଼ିଆରେ ପୋଷ୍ଟ କରିଥିଲେ । ମହିଳା କହିଛନ୍ତି ଯେ, ମହିଳାଙ୍କୁ ମେଟ୍ରୋରେ ଫ୍ରି ରାଇଡ୍ ଦରକାର ନାହିଁ, ସୁରକ୍ଷା ଦରକାର । ମହିଳାଙ୍କ ସୁରକ୍ଷା ମହତ୍ଵପୁର୍ଣ ପ୍ରସଙ୍ଗ । ଜଣେ ମହିଳା ଏକ ବୁଲିବା ପାଇଁ ରାତି ୯ଟା କଣ ବିଳମ୍ବ ସମୟ ବୋଲି ସେ ପ୍ରଶ୍ନ କରିଛନ୍ତି ।

ମହିଳାଙ୍କ ଟ୍ୱିଟ ପରେ ଆକ୍ସନ ମୋଡ଼କୁ ଆସିଛି ଗୁରୁଃଗ୍ରାମ ପୋଲିସ । ପୋଲିସ ଷ୍ଟେସନର ଜଣେ ଅଧିକାରୀ ମହିଳାଙ୍କ ନିକଟକୁ ଯାଇଥିଲେ । ଅଧିକାରୀ ମହିଳାଙ୍କୁ ଲିଖିତ ଅଭିଯୋଗ ଦେବା ପାଇଁ କହିଥିଲେ । 

   Related Posts