ଯୌତୁକ ଦେଇ ନପାରିବାରୁ ଝିଅକୁ ଶ୍ବଶୁର ଘର ଲୋକଙ୍କ ହତ୍ୟା ଅଭିଯୋଗ

Published By : Prameya-News7 Bureau | February 25, 2024 IST

ବାଲେଶ୍ୱର 25/02:  ବାଲେଶ୍ୱର ସୋରରେ ବଧୂ ହତ୍ୟା ଅଭିଯୋଗ । ଯୌତୁକ ଦେଇ ନପାରିବାରୁ ଝିଅକୁ ଶ୍ବଶୁର ଘର ଲୋକେ ହତ୍ୟା କରିଥିବା ଅଭିଯୋଗ ହୋଇଛି । ୨୦୧୭ରେ କୋଚିଆକୋଇଲି ପଞ୍ଚାୟତ ଆରଡ଼ା ଗାଁର ଝରଣା ଦାସ ଖଇରା ଥାନା ତୁଡିଗାଡ଼ିଆ ମଲିକା ପୁର ଗାଁର ରମେଶ ପରିଡାଙ୍କୁ ସହିତ ବୈଦିକ ରୀତିରେ ବିବାହ କରିଥିଲେ । ବିବାହ ପରେ ଯୌତୁକ ବାବଦରେ ବାପ ଘରୁ ୧ଲକ୍ଷ ଟଙ୍କା ଆଣିବାକୁ କହି ନିର୍ଯାତନା ଦେଉଥିଲେ ରମେଶ । ଏଥିସହ ଝରଣା ନିର୍ଯାତନା ଦିଆ ଯାଇ ହତ୍ୟା କରିଥିବା ଝରଣା ବାପା ଥାନାରେ ଅଭିଯୋଗ କରିଛନ୍ତି।

Also Read- ନିଆରା ଢଙ୍ଗରେ ଚୋରି, ଫୋନ୍‌ ପେରେ ସ୍କାନ କରି ନେଇଗଲେ ୨୨ ହଜାର ଟଙ୍କା

ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସେପଟେ ଅଭିଯୁକ୍ତ ରମେଶକୁ ଅଟକ ରଖି ପଚରାଉଚୁରା କରୁଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.