ଯୌତୁକ ପାଇଁ ବଧୂ ହତ୍ୟା ଅଭିଯୋଗ: ବାପା କହିଲେ, ଟଙ୍କା ପାଇଁ ମୋ ଝିଅକୁ ମାରିଦେଲେ

Published By : Prameya-News7 Bureau | August 04, 2023 IST

ବ୍ରହ୍ମପୁର: ଏବେ ବି ସରୁନି ଯୌତୁକ ନିର୍ଯାତନାର କାହାଣୀ। ପୁଣି ବ୍ରହ୍ମପୁରରେ ଆସିଛି ନବ ବଧୂ ହତ୍ୟା. ଅଭିଯୋଗ। ରମ୍ଭା ଥାନା ଅଞ୍ଚଳ ପୋଡ଼ଗଡ଼ ଗାଁରେ ନବ ବଧୂକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ୪ ମାସ ପୂର୍ବେ ସାତୁଳି ଗାଁର ଜ୍ୟୋତି ବାରିକ ପୋଡ଼ଗଡ଼ ଗାଁର ପିଣ୍ଟୁ ପ୍ରଧାନଙ୍କୁ ବିବାହ କରିଥିଲେ। ହେଲେ ଗତକାଲି(ଅଗଷ୍ଟ- ୩) ତାଙ୍କର ମୃତ୍ୟୁ ହୋଇଛି। ଜ୍ୟୋତିଙ୍କ ପରିବାର କିନ୍ତୁ ହତ୍ୟା ଅଭିଯୋଗ ଆଣିଛନ୍ତି।

ଯୌତୁକ ପାଇଁ ଶ୍ୱଶୁର ଘର ଲୋକେ ଆମ ଝିଅଙ୍କୁ ମାରିଦେଲେ ବୋଲି ଜ୍ୟୋତିଙ୍କ ପରିବାର ଲୋକେ ଅଭିଯୋଗ କରି ରମ୍ଭା ଥାନାରେ ଏତଲା ଦେଇଛନ୍ତି।

ଖବର ଅନୁସାରେ, ଗଞ୍ଜମ ବ୍ଳକ ଅନ୍ତର୍ଗତ ସନ୍ତୋଷପୁର ପଞ୍ଚାୟତର ସାତୁଳି ଗ୍ରାମର ବନମାଳି ବାରିକଙ୍କ ଝିଅ ଜ୍ୟୋତି। ରାମଗଡ଼ ପଞ୍ଚାୟତର  ପୋଡ଼ାଗଡ଼ ଗ୍ରାମର ପବନା ପ୍ରଧାନଙ୍କ ପୁଅ ପିଣ୍ଟୁକୁ ଗତ ଏପ୍ରେଲ ମାସ ୯ ତାରିଖରେ ବିବାହ କରିଥିଲେ। ଵିଵାହର ପାଞ୍ଚଦିନ ପରେ ନିର୍ଯ୍ୟାତନା ଆରମ୍ଭ ହୋଇଥିବା ବେଳେ ପୁଅ ଅନ୍ୟ ରାଜ୍ୟକୁ କାମ କରିବାକୁ ଚାଲିଯାଇଥିଲା।

ପଢ଼ନ୍ତୁ-ଲୁଗା ଶୁଖାଇବା ବେଳେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଚାଲିଗଲା ମହିଳାଙ୍କ ଜୀବନ, ଅନ୍ୟ ଜଣେ ଗୁରୁତର

ଏହାପରେ ଜ୍ୟୋତିଙ୍କୁ ତାଙ୍କ ଶାଶୂ ଘର ଲୋକେ ନିର୍ଯ୍ୟାତନା ଦେଇଥିଲେ। ଅନେକ ନିର୍ଯାତନା ପରେ ଶେଷକରେ ସହି ନପାରି  ନିଜ ବାପ ଘରକୁ ଚାଲିଆସିଥିଲେ ଜ୍ୟୋତି। ପରବର୍ତ୍ତୀ ସମୟରେ ଶ୍ୱଶୁର ଘର ଲୋକେ ଡାକିବାରୁ ଅଗଷ୍ଟ ୧ ତାରିଖରେ ପୁଣିଥରେ ଶଶୁର ଘରକୁ ଚାଲିଯାଇଥିଲେ ଜ୍ୟୋତି।

ଏହାର ମାତ୍ର ଦୁଇ ଦିନ ପରେ ଗତକାଲି ଶ୍ଵଶୁର ଘରଲୋକ ଜ୍ୟୋତିଙ୍କ ବାପ ଘରକୁ ଫୋନ କରି ଝିଅର ମୃତ୍ୟୁ ହୋଇଥିବା ଜଣାଇଥିଲେ।   ଏନେଇ ଝିଅର ବାପା ରମ୍ଭା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଶ୍ୱଶୁର ଘର ଲୋକେ ଫେରାର ଅଛନ୍ତି ବୋଲି ଜ୍ୟୋତିଙ୍କ ବାପା ବନମାଳୀ ବାରିକ କହିଛନ୍ତି। ତାଙ୍କ ଝିଅକୁ ବିଷ ଦେଇ ହତ୍ୟା କରାଯାଇଛି ବୋଲି ସେ ଥାନାରେ ଅଭିଯୋଗ କରିଛନ୍ତି।

wp:embed {"url":"https://youtu.be/mRANemw8Trw","type":"video","providerNameSlug":"youtube","responsive":true,"className":"wp-embed-aspect-16-9 wp-has-aspect-ratio"}
https://youtu.be/mRANemw8Trw
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.