ଲଜ୍ଜା : ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ, ସ୍ଵାମୀଙ୍କ ସମେତ ୪ ଜଣଙ୍କ ନାଁ ଏତଲା

Published By : Prameya-News7 Bureau | January 19, 2020 IST

ଉମରକୋଟ ୧୯।୧: ରକ୍ଷକ ସାଜିଲେ ଭକ୍ଷକ । ଯାହା ହାତ ଧରି ଘର ପରିବାର ଛାଡି ସୁନ୍ଦର ଘର ସଂସାର କରିବେ ବୋଲି ସ୍ବପ୍ନ ଦେଖିଥିଲେ ସିଏ ଭାଙ୍ଗିଦେଲା ସବୁ ସପ୍ନ । ଏପରି ସ୍ପର୍ଶକାତର ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ଅଞ୍ଚଳରେ । ଗଣ ଦୁଷ୍କର୍ମ ନେଇ ଅଭିଯୋଗ ହୋଇଛି । ମହିଳା ଜଣଙ୍କ ନିଜ ସ୍ବାମୀଙ୍କ ବିରୋଧରେ ଆଣିଛନ୍ତି ଏଭଳି ଅଭିଯୋଗ । ସ୍ବାମୀଙ୍କ ସମେତ ୪ଜଣ ଗଣଦୁଷ୍କର୍ମ କରିଥିବା ନେଇ ଥାନାରେ ମାମଲା ରୁଜୁ ହୋଇଛି ।

{"id":213355,"sizeSlug":"large"}

ସୂଚନାଯୋଗ୍ୟ ଯେ, ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅଞ୍ଚଳର ପୀଡିତା ମହିଳା ଉମରକୋଟ ଅଞ୍ଚଳର ଜଣେ ଯୁବକଙ୍କୁ ଭଲ ପାଉଥିଲେ । ବର୍ଷେ ତଳେ ଘର ଲୋକ ଅଜାଣତରେ ବାହା ହୋଇଯାଇଥିଲେ ଉଭୟ । ଏହାପରଠାରୁ ପୀଡିତାଙ୍କ ସହ ଘରଲୋକ ସମ୍ପର୍କ କାଟିଦେଲେ । ଯୁବକଙ୍କ ସହ ତାଙ୍କ ଘରକୁ ଯିବାରୁ ଉଭୟ ପୁଅ ଓ ବୋହୂଙ୍କୁ ଘରେ ପୁରାଇଲେ ନାହିଁ ପରିବାରଲୋକ । ଫଳରେ ଦୁହେଁ ରାଇଘରରେ ଘର ଭଡ଼ା ନେଇ ରହିଲେ ।

{"id":213356,"sizeSlug":"large"}

କିନ୍ତୁ ବିବାହର ଏକ ମାସ ପରେ ସ୍ବାମୀ ଓ ସ୍ତ୍ରୀ ମଧ୍ୟରେ ମନୋମାଳିନ୍ୟ ଦେଖାଦେଲା । ମହିଳାଙ୍କୁ ତାଙ୍କ ସ୍ବାମୀ ଘରୁ ବାହାର କରିଦେବାରୁ ସେ ତାଙ୍କ ବିରୋଧରେ ରାଇଘର ଥାନାରେ ଏକ ମାମଲା ରୁଜୁ କଲେ । ଆପୋଷ ବୁଝାମଣା ପରେ ସ୍ବାମୀ ଜାମିନରେ ଆସିଲେ । କିନ୍ତୁ ଦୁହିଁଙ୍କ ମଧ୍ୟର ତାଳମେଳ ରହିଲା ନାହିଁ । ଏ ଭିତରେ ମହିଳା ଜଣଙ୍କ ନିଜ ହାତ କାଟି ଆତ୍ମହତ୍ୟା ଉଦ୍ୟମ ମଧ୍ୟ କରିଥିଲେ ।

{"id":213357,"sizeSlug":"large"}

ଗତ ୧୩ ତାରିଖ ଦିନ ସନ୍ଧ୍ୟାରେ ବୁଲିଯିବାକୁ କହି ମହିଳାଙ୍କୁ ଉମରକୋଟ ଆଣିଥିଲେ ତାଙ୍କ ସ୍ବାମୀ । ରାତି ପ୍ରାୟ ୯ଟା ସମୟରେ ଏକ ସରକାରୀ ଫାର୍ମ ଭିତର ପୋଖରୀ ପାଖକୁ ନେଇଯାଇଥିଲେ । ସେ ସ୍ଥାନକୁ ତାଙ୍କ ସାଙ୍ଗ ତାଙ୍କ ବାନ୍ଧବୀଙ୍କ ସହ ଆସିବେ ବୋଲି କହିଥିଲେ । କିନ୍ତୁ କିଛି ସମୟ ପରେ ୩ ଜଣ ଯୁବକ ଏକ ନାଲି ରଙ୍ଗର ବାଇକ୍ ରେ ଆସିଥିଲେ । ମହିଳାଙ୍କ ସ୍ବାମୀ ଏବଂ ୩ ଜଣ ସାଙ୍ଗ ମିଶି ତାଙ୍କ ହାତ ଓ ମୁହଁରେ ଗାମୁଛା ବାନ୍ଧି ଦୁଷ୍କର୍ମ କରିଥିଲେ । ଫଳରେ ସେଠାରେ ହିଁ ଚେତାଶୂନ୍ୟ ହୋଇପଡିଥିଲେ ମହିଳା ।

{"id":213358,"sizeSlug":"large"}

ସକାଳୁ ଚେତା ଫେରିବା ପରେ ଉମରକୋଟ ପୋଲିସ ଥାନାକୁ ଯାଇ ଅଭିଯୋଗ କରିଥିଲେ । ପୋଲିସ ପୀଡିତା ମହିଳାଙ୍କୁ ଉମରକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଇଥିଲା । ବର୍ତ୍ତମାନ ପୀଡିତା ମହିଳା ଚିକିତ୍ସାଧିନ ଅଛନ୍ତି । ମହିଳାଙ୍କ ଅଭିଯୋଗ ଆଧାରରେ ଉମରକୋଟ ପୋଲିସ ଗତ ୧୭ ତାରିଖରେ ଏକ ମାମଲା ଦାୟର କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.