ସ୍ଵାମୀ ଅପ୍ରାକୃତିକ ସଂପର୍କ ରଖୁଥିବା ଅଭିଯୋଗ ଆଣିଲେ ଇଂଜିନିୟର ସ୍ତ୍ରୀ , ଶାଶୁ-ଶଶ୍ଵର ବି ଦେଉଥିଲେ ଯୌତୁକ ନିର୍ଯ୍ୟାତନା

Published By : Prameya-News7 Bureau | January 16, 2019 IST

ରେଓ୍ଵାଡ଼ୀ ୧୬/୧- ସ୍ବାମୀଙ୍କ ବିରୋଧରେ  ଅପ୍ରାକୃତିକ ଯୌନ ସଂପର୍କର ଅଭିଯୋଗ ଆଣିଲେ ସ୍ତ୍ରୀ । ମହିଳା ଏହି ଅଭିଯୋଗ ଥାନାରେ ଦେବା ପରେ ସ୍ଵାମୀଙ୍କ ଠାରୁ ଅଲଗା ରହିବାକୁ  ପୋଲିସକୁ କରିଛନ୍ତି ନିବେଦନ ।

ଏହିଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି ଜଣେ ଇଂଜିନିୟର ମହିଳା ।   ନୂଆଦିଲ୍ଲୀରେ ଗୋଟିଏ ପ୍ରତିଷ୍ଠିତ କଂପାନୀରେ  ମହିଳା ଇଂଜିନିୟର ଭାବେ କାର୍ଯ୍ୟ କରୁଛନ୍ତି । ସେ ୨୦୧୬ ମସିହାରେ ମୋହଲ୍ଲା ନିବାସୀ ଜଣେ ବ୍ୟବସାୟୀଙ୍କ ସହ ବିବାହ ହୋଇଥିଲା । ବିବାହ ସମୟରେ ମହିଳାଙ୍କ ବାପା ଯଥାସାଧ୍ୟ ଯାନିଯୌତୁକ ସହିତ ଆବଶ୍ୟକୀୟ ସରଂଜାମ ମଧ୍ୟ ଦେଇଥିଲେ । କିନ୍ତୁ ଶଶ୍ଵରଘର ଲୋକ ଏହି ଯୌତୁକରେ ସନ୍ତୁଷ୍ଟ ନ ଥିଲେ । ବିବାହପରେ ଅନେକଥର ଯୌତୁକ ପାଇଁ ନିର୍ଯ୍ୟାତନା ଦେବାକଥା କହିଛନ୍ତି ମହିଳା । ଏହି ଯୌତୁକ ନିର୍ଯ୍ୟାତନାରେ ସେ ଯେତିକି ଅତିଷ୍ଠ ନୁହେଁ ବେଶୀ ସ୍ଵାମୀଙ୍କ ବ୍ୟବହାରରେ ଅତିଷ୍ଠ ବୋଲି କହିଛନ୍ତି ମହିଳା ।

ତାଙ୍କ ସ୍ବାମୀ ସବୁବେଳେ ତାଙ୍କ ସହ ଅପ୍ରାକୃତିକ ଯୌନ ସଂପର୍କ ରଖିଥିବା କଥା ଏତାଲାରେ କହିଛନ୍ତି । ସେ ଏହି ପ୍ରକାର ସଂପର୍କକୁ ବାରମ୍ବାର ବିରୋଧ କରୁଥିଲେ । ସେଥିପାଇଁ ତାଙ୍କ ସ୍ଵାମୀ ତାଙ୍କୁ ବିଭିନ୍ନ ସମୟରେ ଅକଥନୀୟ ଅତ୍ୟାଚାର କରୁଥିବା କଥା ପ୍ରକାଶ କରିଛନ୍ତି ।

ମହିଳା ଏହି ବାବଦରେ ଥାନାରେ ଅଭିଯୋଗ ଆଣିବାପରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.