ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ବୁଲେଟପ୍ରୁଫ୍‌ କଣ୍ଟେନରରେ ରାଲିରେ ପହଞ୍ଚି ସମ୍ବୋଧନ କଲେ ଇମରାନ୍‌, ଆତଙ୍କୀ ଆକ୍ରମଣ ନେଇ ରହିଥିଲା ଚେତାବନୀ
  • ||
  • ଇସ୍ରୋକୁ ବଡ଼ ସଫଳତା, ସଫଳତାପୂର୍ବକ ଲଞ୍ଚ କଲା ଓ୍ବାନଓ୍ବେବର ୩୬ ଉପଗ୍ରହ
  • ||
  • ରାଜଧାନୀରେ ପୁଣି ଏନ୍‌କାଉଣ୍ଟର, ପୋଲିସ ଗୁଳିରେ ଅପରାଧି ଜିତୁ ଆହତ
  • ||
  • ୟୁକ୍ରେନ ସହ ଯୁଦ୍ଧ ମଧ୍ୟରେ ପୁଟିନ୍‌ଙ୍କ ବଡ଼ ଘୋଷଣା, କହିଲେ-ବେଲାରୁସ୍‌ରେ ପରମାଣୁ ହତିଆର ନିୟୋଜିତ କରିବ ରୁଷ
  • ||
  • ଭୂମିକମ୍ପ ଝଟକା ଥରିଲା ରାଜସ୍ଥାନ, ବିକାନୋର ଠାରୁ ୫୧୬ କିମି ଦୂରରେ କେନ୍ଦ୍ରସ୍ଥଳ
  • ||

ରଙ୍ଗ ଖେଳକୁ ନେଇ ଗଣ୍ଡଗୋଳ, ମହିଳାଙ୍କୁ ଅର୍ଦ୍ଧ ଉଲଗ୍ନ କରି ମାଡ

11/03/2023 at 12:04 PM

ସୋର ୧୧।୩: ରଙ୍ଗ ଖେଳକୁ ନେଇ ମହିଳାଙ୍କୁ ଅର୍ଦ୍ଧ ଉଲଗ୍ନ କରି ଆକ୍ରମଣ । ଏନେଇ ବାଲେଶ୍ବର ଜିଲ୍ଲା ସୋର ଥାନାରେ ଅଭିଯୋଗ ହୋଇଛି ।

ସୂଚନାଯୋଗ୍ୟ ଯେ, ବାଲେଶ୍ଵର ଜିଲ୍ଲା ଖରାସାହାପୁର ଗ୍ରାମର ହୋଲିରେ ଜିତୁ ମହାଳିକକୁ ଫିରିକା ମହାଳିକ ରଙ୍ଗ ମାରିଥିଲା । ରଙ୍ଗ ମାରିବା ସମୟରେ ଜିତୁ ପିନ୍ଧିଥିବା ରୂପାର ବ୍ରେସଲେଟଟି ନଥିବାରୁ ଜିତୁ ଫିରିକାକୁ ପଚାରିଥିଲେ । ଏଥିରେ ଦୁଇ ଜଣଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ସେହି ବାଟ ଦେଇ ମମତା ମଲିକଙ୍କର ସ୍ଵାମୀ ବାପି ଯାଉଥିବା ବେଳେ ସେ ବ୍ରେସଲେଟ ଜିତୁ କାହିଁକି ନେବ ବୋଲି କହିଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ଜିତୁ ସମେତ ତାଙ୍କ ଭାଇମାନେ ମିଳିତ ଭାବେ ମମତାଙ୍କର ସ୍ଵାମୀ ବାପିଙ୍କୁ ଆକ୍ରମଣ କରିଥିଲେ । ଏହା ଦେଖି ମମତା ସ୍ବାମୀଙ୍କୁ ଆକ୍ରମଣକାରୀଙ୍କ କବଳରୁ ଉଦ୍ଧାର କରିବା ବେଳେ ମମତାଙ୍କୁ ବାଇକରୁ ଟାଣି ତଳେ ପକାଇ ଅର୍ଦ୍ଧ ଉଲଗ୍ନ କରି ମାଡ ମାରିଥିଲେ ଯାହାର ଭିଡିଓ ଏବେ ମୋବାଇଲକୁ ମୋବାଇଲ ଘୁରି ବୁଲୁଛି । ପୋଲିସ ସେହି ଭିଡିଓକୁ ଆଧାର କରି ତଦନ୍ତ ଆରମ୍ଭ କରିଛି ।

   Related Posts