ଗୁଳିମାଡ଼ରେ ମହିଳା ଗୁରୁତର; ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି, ଦେଶୀ ବନ୍ଧୁକ ଜବତ

Published By : Prameya-News7 Bureau | December 15, 2022 IST

ଦେବଗଡ଼ ୧୫/୧୨: ରୋଷେଇ କଲାବେଳେ ମହିଳାଙ୍କୁ ଗୁଳିମାଡ଼। ପୀଡ଼ିତା ମହିଳା ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଏପରି ଗୁଳିକାଣ୍ଡ ଦେବଗଡ଼ ଜିଲ୍ଲା ବାରକୋଟ ଥାନା ସିଂହଶାଳ ପଞ୍ଚାୟତ ଅନ୍ତର୍ଗତ କଦୋଗୁଡ଼ା ଗାଁରେ ଦେଖିବାକୁ ମିଳିଛି। ଗୁଳିକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ଗୁଳି ମାଡ଼ରେ ଶୀକାର ହୋଇଥିବା ମହିଳାଙ୍କ ପରିଚୟ ସ୍ତ୍ରୀ ରୁକ୍ମଣୀ ମହନ୍ତ। ସେ କଦୋଗୁଡ଼ା ଗାଁର ବାସିନ୍ଦା। ରୁକ୍ମଣି ଘରେ ରୋଷେଇ କଲା ବେଳେ ଅଭିଯୁକ୍ତ ତାଙ୍କୁ ଗୁଳି କରିଥିଲା। ତାଙ୍କ ବାମ ଗୋଡ଼ରେ ଗୁଳି ବାଜିବାରୁ ସେ ଗୁରୁତର ହୋଇଛନ୍ତି। ଅଭିଯୁକ୍ତ ଜଣକ କଳା ଜ୍ୟାକେଟ ଓ ମୁହଁରେ ମୁଖା ପିନ୍ଧିଥିଲା ବୋଲି ରୁକ୍ମଣି କହିଛନ୍ତି। ସେଥିପାଇଁ ସେ ତାକୁ ଚିହ୍ନି ପାରିନଥିଲେ।

wp:embed {"url":"https://youtu.be/UYaYjW__UPc","type":"video","providerNameSlug":"youtube","responsive":true,"className":"wp-embed-aspect-16-9 wp-has-aspect-ratio"}
https://youtu.be/UYaYjW__UPc
/wp:embed

ଅନ୍ୟପଟେ ଗୁଳି ଶବ୍ଦ ଶୁଣି ରୁକ୍ମୁଣୀଙ୍କ ସ୍ୱାମୀ ଓ ପରିବାର ଲୋକମାନେ ଆସିଲା ବେଳକୁ ଦୁର୍ବୃତ୍ତ ଫେରାର ହୋଇଯାଇଥିଲା। ପରେ ରୁକ୍ମଣୀଙ୍କୁ ବାରକୋଟ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସାପରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ଏହାପରେ ବିଳମ୍ବିତ ରାତିରେ ତାଙ୍କୁ ବୁର୍ଲା ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି। ତାଙ୍କ ପରିବାର ସହିତ କାହାରି ଶତୃତା ନଥିଲା ବୋଲି ରୁକ୍ମୁଣୀଙ୍କ କହିଛନ୍ତି। କିନ୍ତୁ ହଠାତ କିଏ ଓ କାହିଁକି ଗୁଳିମାଡ଼ କରିଛି ସେନେଇ କିଛି ସ୍ପଷ୍ଟ ହୋଇନି। ଏନେଇ ବାରକୋଟ ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି। ତଦନ୍ତ ବେଳେ ପୋଲିସ ଗାଁ ପାଖରେ ଥିବା ଏକ ଗଛ ମୂଳରୁ ଗୋଟିଏ ଦେଶୀ ବନ୍ଧୁକ ଜବତ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.