AKK 2023
MONGINIS 728X90
Hari omm 2
AKK2023
hari om films
WEB_F-8
MONGINIS 728X90
Showcase2022
HARI-OMM_728X90_B
WEB_F-9
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କ୍ରିକେଟରଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ: ବିବାହର ମିଛ ପ୍ରତିଶୃତି ଦେଇ ୧୦ ବର୍ଷ ହେଲା ରଖିଥିଲେ ସମ୍ବନ୍ଧ

29/11/2020 at 3:39 PM

କରାଚୀ ୨୯/୧୧ : ପାକିସ୍ତାନ କ୍ରିକେଟ୍ ଟିମ୍ କ୍ୟାପଟେନ୍ ବାବର୍ ଆଜମଙ୍କ ବିରୋଧରେ ଜଣେ ମହିଳା ଯୌନ ଶୋଷଣ ଅଭିଯୋଗ ଆଣିଛନ୍ତି। ଦୀର୍ଘ ୧୦ ବର୍ଷ ଧରି ତାଙ୍କୁ ଯୌନ ଶୋଷଣ କରିଥିବା ମହିଳା ଆରୋପ ଲଗାଇଛନ୍ତି। ମହିଳା କହିଛନ୍ତି ଯେ ବାବର ବିବାହର ମିଛ ପ୍ରତିଶୃତି ଦେଇଥିଲେ। ଶନିବାର ଦିନ ମହିଳା ଜଣକ ଏକ ସାମ୍ବାଦିନ ସମ୍ମିଳନୀ କରି କ୍ରିକେଟରଙ୍କ ବିରୋଧରେ ଗମ୍ଭୀର ଆରୋପ ଆଣିଛନ୍ତି। ଅସୁବିଧା ସମୟରେ ସେ ବାବରଙ୍କୁ ଆର୍ଥିକ ସାହାଯ୍ୟ ମଧ୍ୟ କରିଛନ୍ତି ବୋଲି ମହିଳା କହିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ମହିଳା କହିଛନ୍ତି ଯେ, ବାବର୍ ତାଙ୍କର ସ୍କୁଲ ସାଙ୍ଗ। ୨୦୧୦ରେ ବାବର ତାଙ୍କୁ ବାହାହେବାକୁ ପ୍ରପୋଜ କରିଥିଲେ। ତାଙ୍କ ବିରୋଧରେ ଅଭିଯୋଗ କରିବା ପରେ ବାବର ତାଙ୍କୁ ଜୀବନରେ ମାରିଦେବାକୁ ଧମକ ମଧ୍ୟ ଦେଇଥିଲେ ବୋଲି ସେ କହିଛନ୍ତି।

ପାକିସ୍ତାନୀ ସାମ୍ବାଦିକ ସାଜ ସାଦିକ ନିଜ ଟ୍ୱିଟର ଆକାଉଣ୍ଟରେ ମହିଳାଙ୍କ ସାମ୍ବାଦିକ ସମ୍ମିଳନୀର ଭିଡିଓ ପୋଷ୍ଟ କରିଛନ୍ତି। ବାବର୍ ଆଜମ୍ ମହିଳାଙ୍କୁ ଘରୁ ଫେରାର କରି ଆଣି ଶୋଷଣ କରିବା ସହ ମାରପିଟ୍ କରୁଥିବା ପୀଡିତା ଭିଡିଓରେ କହିଛନ୍ତି।

ସୂଚନାଯୋଗ୍ୟ ଯେ ପାକିସ୍ତାନୀ କ୍ରିକେଟ୍ ଟିମ୍ ବର୍ତ୍ତମାନ ନ୍ୟୁଜିଲ୍ୟାଣ୍ଡ ଗସ୍ତରେ ଅଛି। ନ୍ୟୁଜିଲ୍ୟାଣ୍ଡ ଗସ୍ତରେ ଯାଇଥିବା ପାକିସ୍ତାନୀ କ୍ରିକେଟ୍ ଟିମର ଜଣେ ସଦସ୍ୟ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି | ତାଙ୍କୁ ମଧ୍ୟ ଅନ୍ୟ ୬ ଖେଳାଳିଙ୍କ ସହ ଆଇସୋଲେସନ କରାଯାଇଛି। ପାକିସ୍ତାନର ୫୩ ସଦସ୍ୟ ଟିମର ୬ ସଦସ୍ୟ ମଙ୍ଗଳବାର ଦିନ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ଶୁକ୍ରବାର ଦିନ ଆଉ ଜଣେ ଖେଳାଳି ପଜିଟିଭ ଚିହ୍ନଟ ହୋଇଥିଲେ। ନ୍ୟୁଜିଲ୍ୟାଣ୍ଡ ନିୟମ ଅନୁସାରେ ଆଇସୋଲେସନର ତୃତୀୟ ଓ ଦ୍ୱାଦଶ ଦିନ ପୁଣି ଯାଞ୍ଚ କରାଯାଇଥାଏ। 

ସୂଚନାଯୋଗ୍ୟ ଯେ, ସ୍ୱାସ୍ଥ୍ୟ ପ୍ରୋଟୋକଲ ଉଲଙ୍ଘନ ଅଭିଯୋଗରେ ପାକିସ୍ତାନୀ ଟିମକୁ ଆଗରୁ ହିଁ ଚେତାବନୀ ଦିଆଯାଇଥିଲା। ମନ୍ତ୍ରାଳୟ କହିଛି ଯେ ସିସିଟିଭି ଫୁଟେଜରୁ ଜଣାପଡିଛି ଯେ କ୍ରାଇଷ୍ଟଚର୍ଚ୍ଚ ହୋଟେଲରେ ଖେଳାଳିମାନେ ଏକସଙ୍ଗେ ବସି ଖାଉଥିଲେ ଏବଂ ଲବିରେ ମିଶି ବୁଲୁଥିଲେ। ଖେଳାଳି ଓ ଟିମ୍ ପ୍ରବନ୍ଧନଙ୍କୁ କ୍ଵାରେଣ୍ଟାଇନର ପ୍ରଥମ ୩ ଦିନ ନିଜ ରୁମରେ ହିଁ ରହିବାର ଥିଲା। କିନ୍ତୁ ସେମାନେ ନିୟମ ଉଲଙ୍ଘନ କରିଥିଲେ।

   Related Posts