ଓଲଫ୍ ହଲର ଲେଖିକା ହିଲାରୀ ମଣ୍ଟେଲଙ୍କ ପରଲୋକ, ଦୁଇ ଥର ଜିତିଥିଲେ ବୁକର ସମ୍ମାନ

Published By : Prameya-News7 Bureau | September 23, 2022 IST

ନୂଆଦିଲ୍ଲୀ: ଓଲଫ୍ ହଲର ଲେଖିକା ହିଲାରୀ ମଣ୍ଟେଲଙ୍କ ୭୦ ବର୍ଷ ବୟସରେ ପରଲୋକ ହୋଇଛି । ହିଲାରୀ ମଣ୍ଟେଲଙ୍କୁ ଦୁଇ ଥର ବୁକର ପୁରସ୍କାର ମିଳିସାରିଛି । ତେବେ ହିଲାରୀ ମଣ୍ଟେଲଙ୍କ ବିୟୋଗର କାରଣ ଜଣାପଡି ନାହିଁ ।

ପୁସ୍ତକ ପ୍ରକାଶକଙ୍କ ପକ୍ଷକୁ ହିଲାରୀ ମଣ୍ଟେଲଙ୍କ ବିୟୋଗ ନେଇ ଏକ ବୟାନ ଜାରି କରାଯାଇଛି । ବୟାନରେ ତାଙ୍କର ପୁସ୍ତକ ପ୍ରକାଶକ କହିଛନ୍ତି, ଆମେ ଆମର ପ୍ରିୟ ଲେଖିକା ହିଲାରୀ ମଣ୍ଟେଲଙ୍କ ନିଧନରେ ଦୁଃଖିତ । ତାଙ୍କର ବନ୍ଧୁ ଏବଂ ପରିଜନଙ୍କ ସହ ଆମର ସମବେଦନା ରହିଛି । ଏହାଏକ ବଡ଼ କ୍ଷତି।

ହିଲାରୀ ମଣ୍ଟେଲଙ୍କ ଜନ୍ମ ଇଂଲଣ୍ଡର ଡର୍ବିସରର ଗ୍ଲୋସସୋପ ୧୯୫୨ ଜୁଲାଇ ୬ ତାରଖରେ ହୋଇଥିଲା । ଥମସ କ୍ରୋମୱେଲ ଶୃଙ୍ଖଳାର ପ୍ରଥମ ପୁସ୍ତକ ଓଲଫ୍ ହଲ ପାଇଁ ଏବଂ ୨୦୧୨ରେ ବ୍ରିଙ୍ଗ ଅପ ଦ ବଡିଜ୍ ପାଇଁ ବୁକର ସମ୍ମାନରେ ସମ୍ମାନିତ କରାଯାଇଛି । ଏହି ମାମଲାରେ ସେ ଏକ ମାତ୍ର ମହିଳା ଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.