ପୁରୀ ମଶାଣିଚଣ୍ଡୀ ଛକରେ ଡ୍ୟୁଟିରେ ଥିବା ହୋମ୍ଗାର୍ଡଙ୍କୁ ମରଣାନ୍ତକ ଆକ୍ରମଣ
9/10/2018 at 8:27 AM

ପୁରୀ ୯|୧୦: ପୁରୀ ମଶାଣିଚଣ୍ଡୀ ଛକରେ ଆକ୍ରମଣ । ଡ୍ୟୁଟି କରୁଥିବା ସମୟରେ ଜଣେ କର୍ତ୍ତବ୍ୟରତ ହୋମଗାର୍ଡଙ୍କ ଉପରେ ହୋଇଛି ମରଣାନ୍ତକ ଆକ୍ରମଣ । ଗୁରୁତର ହୋମଗାର୍ଡ ହେଲେ ଗୁଣମଣି ରାଉତ। ଦୁଇ ଜଣ ଦୁର୍ବୁତ୍ତ ବାଇକରେ ଆସି ଗୁଣମଣିଙ୍କ ମୁଣ୍ଡ, ପିଠି ଓ ହାତ ଉପରକୁ ମରଣାନ୍ତକ ଆକ୍ରମଣ କରି ଫେରାର ହୋଇଯାଇଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଦୁଇଦିନ ପୂର୍ବରୁ ମଶାଣିଚଣ୍ଡୀ ଛକରେ ଦୁର୍ବୃତ୍ତମାନେ ବୋମା ମାଡ କରିଥିଲେ। ଯାହାକୁ ନେଇ ପୁରା ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଥିଲା। ତେବେ ଘଟଣାକୁ ନେଇ ବାସେଳି ସାହି ଥାନା ପୋଲିସ ଦୁର୍ବୃତ୍ତଙ୍କ ପତ୍ତା ପାଇନଥିବା ବେଳେ ଆଜି ସକାଳୁ ଏଭଳି କାଣ୍ଡ ଘଟିଛି। କିଏ ଏବଂ କାହିଁକି ଏଭଳି ଆକ୍ରମଣ କରିଲା ସେ ନେଇ ଅଧିକ ଛାନଭିନ୍ ଚଳାଇଛି ପୋଲିସ।
Related Posts
ପବିତ୍ର ମାଘ ପୂର୍ଣ୍ଣିମା, ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଗଜଉଦ୍ଧାରଣ ବେଶ
5 February 2023
ସିରିଜ୍ ଦୁର୍ଘଟଣା, ତିନୋଟି ବାଇକକୁ ପଛପଟୁ ପିଟିଲା ଟାଟା ଏସି
5 February 2023
ନବ ଦାସ ହତ୍ୟା ମାମଲା, ପୁଣି ରିମାଣ୍ଡରେ ଯିବେ ଅଭିଯୁକ୍ତ ଗୋପାଳ
5 February 2023