ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୋଣାର୍କ: ଦର୍ଶକଙ୍କ ମନ ମୋହୁଛି ମହୋତ୍ସବ, ଦ୍ୱିତୀୟ ସଂଧ୍ୟାରେ ଦର୍ଶକଙ୍କୁ ଆକର୍ଷିତ କଲା ମଣିପୁରୀ ନୃତ୍ୟ
  • ||
  • ଉମରକୋଟ : ଗଛକୁ ପିଟିଲା କାର୍‌ , ତିନି ମୃତ, ଦୁଇ ଗୁରୁତର
  • ||

ଗାନ୍ଧୀ ପରିବାର ବିନା କଂଗ୍ରେସ ପାର୍ଟି ଜିରୋ, ନାମାଙ୍କନ ପୂର୍ବରୁ ଏମିତି କହିଲେ ଦିଗବିଜୟ

29/09/2022 at 8:36 PM

ନୂଆଦିଲ୍ଲୀ: ନେହେରୁ-ଗାନ୍ଧୀ ପରିବାର ବିନା କଂଗ୍ରେସ ପାର୍ଟିର ଅସ୍ଥିତ୍ଵ ହିଁ ନାହିଁ। କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନର ନାମାଙ୍କନ ପତ୍ର ଦାଖଲ କରିବାର ଗୋଟିଏ ଦିନ ପୂର୍ବରୁ ଏମିତି କହିଛନ୍ତି ବରିଷ୍ଠ ନେତା ଦିଗବିଜୟ ସିଂହ। ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଧ୍ୟକ୍ଷ ନିର୍ବାଚନରେ ଦୌଡରେ ଅଛନ୍ତି।

ନିକଟରେ ରାଜସ୍ଥାନ ସଙ୍କଟକୁ ନେଇ ହୋଇଥିବା ପ୍ରଶ୍ନ ଉପରେ ଦିଗବିଜୟ କହିଛନ୍ତି, ନେହେରୁ-ଗାନ୍ଧୀ  ପରିବାର ବିନା କଂଗ୍ରେସ ପାର୍ଟି ଜିରୋ। ପାର୍ଟିରେ ଅନେକ ଥର ଆଭ୍ୟନ୍ତରୀଣ କନ୍ଦଳ ହୋଇଛି। ନେତାଙ୍କ ମଧ୍ୟରେ ବିଭାଜନ ହୋଇଛି। ମାତ୍ର ୯୯ ପ୍ରତିଶତ କଂଗ୍ରେସ ନେତା ସେହି ଗାନ୍ଧୀ ପରିବାରକୁ ସମର୍ଥନ କରି ଆସିଛନ୍ତି ଯିଏ ସ୍ଵାଧୀନତା ପୂର୍ବରୁ ଏବଂ ପରେ ଦେଶର ସେବା କରିଛନ୍ତି। ଯେତେ ବେଳେ ତାଙ୍କୁ ପ୍ରଶ୍ନ କରାଗଲା ଯେ, କଂଗ୍ରେସ ପାର୍ଟିର ଚେହେରା କିଏ ହେବ। ଦିଗବିଜୟ ସିଂହ କହିଛନ୍ତି, ନେହେରୁ-ଗାନ୍ଧୀ ପରିବାର ବିନା କଂଗ୍ରେସର ପରିଚୟ ହିଁ ନାହିଁ।

ଗେହଲଟ୍‌ଙ୍କ ଅନୁଗତ ବିଧାୟକଙ୍କ ଯୋଗୁଁ ରାଜସ୍ଥାନରେ ରାଜନୈତିକ ସଙ୍କଟ ଉପୁଜିଥିଲା। ଏହା ଉପରେ ଦିଗବିଜୟ କହିଛନ୍ତି, ଦୁର୍ଭାଗ୍ୟବଶତଃ ଏହି ଘଟଣା ଘଟିଛି। ଯଦି ଏବେ ବି ଅଶୋକ ଗେହଲଟ୍‌ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ଲଢନ୍ତି ତେବେ ପାର୍ଟି ତାଙ୍କ ନିଷ୍ପତ୍ତିକୁ ସ୍ଵାଗତ କରିବ।

ଉଲ୍ଲେଖନୀୟ ଆଜି ପାର୍ଟିର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଭେଟିବା ପରେ ଅଶୋକ ଗେହଲଟ୍‌ ଅଧ୍ୟକ୍ଷ ପଦ ନିର୍ବାଚନରୁ ଓହରି ଯାଇଛନ୍ତି। ରାଜସ୍ଥାନ ଘଟଣା ପାଇଁ ସେ ସୋନିଆଙ୍କୁ କ୍ଷମା ମାଗିଥିବା ସାମ୍ବାଦିକଙ୍କୁ କହିଛନ୍ତି ଗେହଲଟ୍‌। ଅନ୍ୟପକ୍ଷେ ଶୁକ୍ରବାର ଦିଗବିଜୟ ସିଂହ ନାମାଙ୍କନ ପତ୍ର ଦାଖଲ  କରିବାକୁ ଯାଉଛନ୍ତି। ସେ କହିଛନ୍ତି, ବର୍ତ୍ତମାନ ପର୍ଯ୍ୟନ୍ତ ବି ଅଶୋକ ଗେହଲଟ୍‌ ଆମର ଆନୁଷ୍ଠାନିକ ପ୍ରାର୍ଥୀ। ଯଦି ଗେହଲଟ୍ ନିର୍ବାଚନ ଲଢନ୍ତି ସେ, ଏହାକୁ ସମ୍ମାନ ଦେବେ।

   Related Posts