ନୂଆଦିଲ୍ଲୀ: ପ୍ରତିଷ୍ଠିତ ସ୍ୱାସ୍ଥ୍ୟ ଜର୍ଣ୍ଣାଲ ଲାନ୍ସେଟ୍ ଭାରତରେ ସ୍ୱାସ୍ଥ୍ୟର ସ୍ଥିତି ସୁଧାଇବା ସହ ଆନାଲିସିସ୍ ଏବଂ ଆକ୍ସନ ଜରୁରୀ ବୋଲି କହିଛି । ଏହାସହ ଲାନ୍ସେଟ୍ ସରକାରଙ୍କ ସ୍ୱାସ୍ଥ୍ୟ ସମ୍ୱନ୍ଧୀୟ ଡାଟା ସେୟାର କରିବାରେ ପାରଦର୍ଶିତା ରଖିବା ପାଇଁ ଉଲ୍ଲେଖ କରିଛି । ପତ୍ରିକା ନିଜ ସମ୍ପାଦକୀୟରେ ଭାରତର ସ୍ୱାସ୍ଥ୍ୟ ସିଷ୍ଟମ ଉପରେ ଫୋକସ କରିଛି । ଏହି ଲେଖାକୁ ଲୋକସଭାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ କିଛି ଦିନ ପୂର୍ବରୁ ପ୍ରକାଶ କରାଯାଇଛି । ୨୦୧୮ରେ ମଧ୍ୟ ଲାନ୍ସେଟ୍ ଠିକ୍ ଲୋକସଭା ନିର୍ବାଚନ ପୂର୍ବରୁ ଏହିପରି ଲେଖା ପ୍ରକାଶ କରିଥିଲା । ଯେଉଁଥିରେ ଭାରତର ସ୍ୱାସ୍ଥ୍ୟ ବ୍ୟବସ୍ଥା ଉପରେ ମୋଦୀ ସରକାରଙ୍କ କାମକୁ ପ୍ରଶଂସା କରାଯାଇଥିଲା ।
'India's elections: why data and transparency matter' ନାମକ ଶୀର୍ଷକ ଥିବା ଲେଖାରେ ଲାନ୍ସେଟ୍ କହିଛି ଯେ ସ୍ୱାସ୍ଥ୍ୟ ନୀତି, ଯୋଜନା ଏବଂ ପରିଚାଳନା ପାଇଁ ସଠିକ୍ ଏବଂ ଅପଡେଟ୍ ଡାଟା ଜରୁରୀ ଅଟେ । କିନ୍ତୁ ଭାରତରେ ଏପରି ଡାଟା ସଂଗ୍ରହ ଏବଂ ପ୍ରକାଶନରେ ଗମ୍ଭୀର ବାଧା ଆସିଛି । କୋଭିଡ ୧୯ ମହାମାରୀ କାରଣରୁ ୨୦୨୧ର ଜନଗଣନାରେ ବିଳମ୍ୱ ହୋଇଛି । ୧୫୦ ବର୍ଷରେ ପ୍ରଥମ ଘଟିଛି ଯେତେବେଳେ ଭାରତ କିମ୍ୱା ଏହାର ନାରକିରଙ୍କ ଉପରେ କୌଣସି ସରକାରୀ ବ୍ୟାପକ ଡାଟା ନଥାଇ ପୂରା ଏକ ଦଶନ୍ଧି ବିତିଛି । ଲାନ୍ସେଟ୍ ନିଜ ଲେଖାରେ କହିଛି ଯେ ୨୦୨୪ରେ ଏକ ଇଲେକ୍ଟ୍ରୋନିକ ସର୍ଭେ କରାଇବା ନେଇ ପରିବର୍ତ୍ତୀ ଜନଗଣନା ଏବେ ସୁଦ୍ଧା ପୂରା ହୋଇ ନାହିଁ ।
ଜର୍ଣ୍ଣାଲ ଲେଖିଛି, ଜନଗଣନା ସମସ୍ତ ରାଷ୍ଟ୍ରୀୟ ଏବଂ ରାଜ୍ୟ ସ୍ତରୀୟ ସ୍ୱାସ୍ଥ୍ୟ ସର୍ଭେର ଆଧାର ଅଟେ । ଉଦାହରଣ ପାଇଁ ନ୍ୟାସନାଲ ସାମ୍ପଲ ସର୍ଭେ ସଂଗଠନ ପକେଟରୁ ହେଉଥିବା ଖର୍ଚ୍ଚ ସମୟ ସମୟରେ ଓଭରଡ୍ୟୁ ଏବଂ ଏହାକୁ କରିବାର କୌଣସି ଯୋଜନା ନାହିଁ । ୨୦୨୧ ପାଇଁ ସାମ୍ପଲ ରେଜିଷ୍ଟ୍ରେସନ ସିଷ୍ଟମ ସର୍ଭେ ରିପୋର୍ଟରେ କାହିଁକି ବିଳମ୍ୱ ହୋଇଛି ? କିମ୍ୱା ଗରିବୀ ସର୍ଭେ ପବ୍ଲିକ୍ ଡୋମେନରେ କାହିଁକି ନାହିଁ ? ଏହାର କୌଣସି କାରଣ ଦର୍ଶାଯାଇ ନାହିଁ ।
ଲାନ୍ସେଟ୍ କରୋନା ମହାମାରୀରେ ହୋଇଥିବା ମୃତ୍ୟୁର ଡାଟା ଉପରେ ମଧ୍ୟ ପ୍ରଶ୍ନ ଉଠାଇଛି । ଭାରତରେ କରୋନାର ପ୍ରାୟ ୪.୮ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇଛି, କିନ୍ତୁ ଲାନ୍ସେଟ୍ର କହିବା ଅନୁସାରେ ହୁ' ଏବଂ ଅନ୍ୟ ସଂସ୍ଥାର ଅନୁମାନ ଏହାଠାରୁ ବହୁ ଗୁଣା ଅଧିକ । ତେବେ ଅଧିକାଂଶ ମୃତ୍ୟୁ ପରୋକ୍ଷ ରୂପେ କୋଭିଡ-୧୯ କାରଣରୁ ହୋଇଛି । ଲାନ୍ସେଟ୍ ଲେଖିଛି ୨୦୨୧ର ନାଗରିକ ପଞ୍ଜୀକରଣ ରିପୋର୍ଟରୁ ସରକାରଙ୍କ ଅନୁମାନକୁ ସ୍ପଷ୍ଟ କିମ୍ୱା ଖଣ୍ଡନ କରିବାରେ ବଳ ମିଳୁଛି । ଏହା ଉପରେ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କୌଣସି ଟିପ୍ପଣୀ କରି ନାହିଁ ।