ଅପସରିଯାଉଛି ମୌସୁମୀ, ଓଡ଼ିଶାରେ ହେବ ବିଳମ୍ବିତ: IMD

Published By : Prameya-News7 Bureau | October 07, 2021 IST

ନୂଆଦିଲ୍ଲୀ ୭।୧୦: ଦକ୍ଷିଣ-ପଶ୍ଚିମ ମୌସୁମୀ ଏବେ ଅପସରିବା ଆରମ୍ଭ କରିଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଏହି ସୂଚନା ଦେଇଛନ୍ତି। ଏଥର ମୌସୁମୀ ନିର୍ଦ୍ଧାରିତ ସମୟର ୧୫ରୁ ୧୭ ଦିନ ବିଳମ୍ବରେ ଫେରୁଥିବା ଆଇଏମଡି କହିଛନ୍ତି। ସାଧାରଣତଃ ସେପ୍ଟେମ୍ବର ୨୦ ତାରିଖ ବେଳକୁ ମୌସୁମୀ ଫେରିବା ଆରମ୍ଭ କରିଥାଏ। ତେବେ ଏଥର ଅକ୍ଟୋବର ୬ରୁ ୭ରେ ଫେରିବା ଆରମ୍ଭ କରିଥିବା ବେଳେ ପ୍ରାଥମିକ ପର୍ଯ୍ୟାୟରେ ପଶ୍ଚିମ ରାଜସ୍ଥାନର କେତେକ ଅଞ୍ଚଳ ସମେତ ଗୁଜରାଟରୁ ପ୍ରତ୍ୟାହୃତ ହୋଇଛି।

{"id":523810,"width":839,"height":838,"sizeSlug":"full","linkDestination":"none"}
Credit: IMD

ଏବେ ପର୍ଯ୍ୟାୟକ୍ରମେ ଅନ୍ୟ କ୍ଷେତ୍ରରୁ କ୍ରମଶଃ ମୌସୁମୀର ପ୍ରତ୍ୟାହାର ଆରମ୍ଭ ହେବ ବୋଲି ଆଇଏମଡି ସୂଚିତ କରିଛନ୍ତି। ସାଧାରଣତଃ ସେପ୍ଟେମ୍ବର ୨୫ ତାରିଖ ତାରିଖ ବେଳକୁ ଦିଲ୍ଲୀରୁ ମୌସୁମୀ ଫେରିବା ଆରମ୍ଭ କରିଥାଏ। ହେଲେ ଏଥର ବିଳମ୍ବ ହେଉଛି। ସେହି ଅନୁସାରେ ଦେଖିବାକୁ ଗଲେ ଚଳିତବର୍ଷ ଓଡିଶା ଦୀର୍ଘ ମୌସୁମୀ ପାଇବ ବୋଲି ଆକଳନ କରାଯାଉଛି। ସାଧାରଣତଃ ଅକ୍ଟୋବର ୧୫ ତାରିଖ ବେଳକୁ ଓଡ଼ିଶାରୁ ମୌସୁମୀ ଅପସରିବା ଆରମ୍ଭ କରିବା କଥା। କେଉଁ କେଉଁ ବର୍ଷ ଏହାଠୁ ବି ଆଗରୁ ମୌସୁମୀ ଫେରିବା ଆରମ୍ଭ କରିଥାଏ।

{"id":523812,"width":839,"height":552,"sizeSlug":"full","linkDestination":"none"}

ଏଣୁ ପାଣିପାଗ ବିଭାଗ ମୌସୁମୀ ପ୍ରତ୍ୟାହାର ଗ୍ରାଫ ପ୍ରସ୍ତୁତ କରିସାରିଲେଣି। ସେହି  ଆଗାମୀ ୩ରୁ ୪ ଦିନରେ ଗୁଜରାଟର ଅଧିକାଂଶ ସ୍ଥାନ, ରାଜସ୍ଥାନ, ପଞ୍ଜାବ, ହରିୟାଣା, ଦିଲ୍ଲୀ, ହିମାଚଳ ପ୍ରଦେଶ, ଉତ୍ତରପ୍ରଦେଶ ଓ ମଧ୍ୟପ୍ରଦେଶକର କେତେ ଅଞ୍ଚଳରୁ ମୌସୁମୀ ପ୍ରତ୍ୟାହାର ହେବ ବୋଲି ଆକଳନ କରାଯାଉଛି।      

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.