ଅଭିଯୋଗ ପ୍ରତ୍ୟାହାର କରିନିଅ, ନ ହେଲେ ଜଣ ଜଣ କରି ପରିବାରର ସଦସ୍ୟମାନଙ୍କୁ ମାରି ଟାଙ୍ଗି ଦେବୁ: ଡିଜେ ଆଜେକ୍ସଙ୍କ ପରିବାରକୁ ଧମକ

Published By : Prameya-News7 Bureau | July 02, 2023 IST

ଭୁବନେଶ୍ଵର:  ଅଭିଯୋଗ  ପ୍ରତ୍ର୍ୟାହାର କରିନିଅ, ନ ହେଲେ ଜଣ ଜଣ କରି ତୋ ପରିବାରର ସଦସ୍ୟମାନଙ୍କୁ ମାରି ଟାଙ୍ଗି ଦେବୁ। ଆଉ ଆତ୍ମହତ୍ୟା କରିଛ ବୋଲି ପ୍ରମାଣ କରାଇଦେବୁ। ଖୁଲମଖୁଲା ରାଜଧାନୀରେ ଏଭଳି ଧମକ ଦିଆଯାଇଛି ଡିଜେ ଆଜେକ୍ସଙ୍କ ପରିବାରକୁ। ଆଉ ଏହି ଧମକ ଦିଆଯାଇଛି ଆଜେକ୍ସଙ୍କ ମା ଲଷ୍ମୀପ୍ରିୟା ମହାପାତ୍ରଙ୍କୁ। ଧମକ ପାଇବାପରେ ପରିବାର ପ୍ରତି ବିପଦ ଥିବା ଆଶଙ୍କା କରି ସେ ଖାରବେଳ ନଗର ଥାନାର ଦ୍ବାରସ୍ଥ ହୋଇଛନ୍ତି। ଆଉ କହିଛନ୍ତି, ଯଦି ପୋଲିସ ଆମ ଅଭିଯୋଗ ଅନୁସାରେ ପୂର୍ବରୁ ଅଭିଯୋଗକାରୀଙ୍କ ଉପରେ କାଯ୍ୟନୁଷ୍ଠାନ ଗ୍ରହଣ କରିଥାନ୍ତା, ତେବେ ଆଜି ଏଭଳି ଧମକ ଆସି ନଥାନ୍ତା।

DJ Azex Death In Odisha: Girlfriend Grilled By Police - odishabytes

ଡିଜେ ‘ଆଜେକ୍ସ  ଓରଫ୍ ଅକ୍ଷୟ ମହାରଣାଙ୍କ ଆତ୍ମହତ୍ୟାକୁ  ୩ମାସ ବିତି ସାରିଛି। ଅଦ୍ୟାବଧି ପୁଲିସ କାହା ବିରୁଧର କାର୍ଯ୍ୟାନୁଷ୍ଠାନ ଗ୍ରହଣ  କରିନଥିବା ଡିଜେଙ୍କ ପରିବାର ପକ୍ଷରୁ  ଅଭିଯୋଗ କରାଯାଇଛି। ମୃତ୍ୟୁ ପଛରେ ଆଜେକ୍ସଙ୍କ ବାନ୍ଧବୀ ଓ ତାଙ୍କ ପ୍ରେମିକଙ୍କ ହାତ ଥିବା ଆଜେକ୍ସଙ୍କ ପରିବାର ଖାରବେଳନଗର ଥାନାରେ ଅଭିଯୋଗ କରିଥିଲେ। ଦୁହେଁ ମିଶି ତାଙ୍କୁ ବ୍ଲାକମେଲ୍ କରୁଥିବାରୁ ସେ ଏଭଳି ଚରମ ପଦକ୍ଷେପ ନେଇଥିବା ଅଭିଯୋଗ ହୋଇଥିଲା। ମାମଲାର ତଦନ୍ତ ଚାଲିଥିବାବେଳେ ଅଭିଯୋଗ  ଉଠାଇନେବାକୁ ଆସିଛି ପୁଣି ଧମକ। ଥରେ ନୁହେଁ ଦୁଇ ଦୁଇ ଥର ଡିଜେ ଆଜେକ୍ସଙ୍କ ପରିବାର ଲୋକଙ୍କୁ ଦିଆଯାଇଛି ଧମକ।

{"id":811553,"sizeSlug":"full","linkDestination":"none"}

ଜୁନ୍ ୧୧ ରାତି ୯ଟାରେ ଆଜେକ୍ସଙ୍କ ମାଆ ଲଷ୍ମୀପ୍ରିୟା ବଜାରକୁ ଯାଇଥିବା ସମୟରେ ୨ ଜଣ ଦୁର୍ବୃତ୍ତ କଳା ରଙ୍ଗର ବାଇକରେ ଆସି କେସ୍ ଉଠାଇନେବାକୁ ଧମକ ଦେଇଥିଲେ। ପୁଣି ୩୦ ତାରିଖ ସକାଳ ୫ଟା ୩୦ରେ ୨ ଜଣ ଦୃର୍ବୃତ୍ତ କଳା ରଙ୍ଗର ବାଇକରେ ଆସି କହିଥିଲେ, ସେଦିନ ଆମେ ତୋତେ କହିଥିଲୁ କିନ୍ତୁ ତୁ ଆଜି ପର୍ଯ୍ୟନ୍ତ ମାମଲା ପ୍ରତ୍ର୍ୟାହାର କରିନାହୁଁ। ଏହା ଶେଷ ଚରମବାଣୀ ଆସନ୍ତା ମାସ ମଧ୍ୟରେ ମାମଲା ପ୍ରତ୍ୟାହାର ନ କଲେ, ତୋ ପରିବାରର ଜଣେ ଜଣେ କରି ସମସ୍ତଙ୍କୁ ହାଣି ଟାଙ୍ଗି ଦେବୁ। ଆତ୍ମହତ୍ୟା କରିଛ ବୋଲି ଆମେ ପ୍ରମାଣିତ କରି ଦେବୁ । ଧମକ ପାଇବାପରେ ଲଷ୍ମୀପ୍ରିୟା ଖାରବେଳ ନଗର ଥାନାରେ ଅଭିଯୋଗ କରିଛନ୍ତି।  ଆଗକୁ ଦେଖିବାର ଅଛି ପୋଲିସ ଅଭିଯୋଗକ୍ରମେ ଅଭିଯୁକ୍ତକାରୀଙ୍କ ଉପରେ କାଯ୍ୟନୁଷ୍ଠାନ ନେଉଛି ନ ଅନ୍ୟ ମାମାଲା ଭଳି ତଦନ୍ତ ଅଧାରେ ରହିଯାଉଛି।

wp:heading {"level":4}

ଏ ଖବର ପଢନ୍ତୁ- ଡିଜେ ଆଜେକ୍ସ ମୃତ୍ୟୁ ମାମଲାରେ ନୂଆ ମୋଡ, ଏକ୍ସପୋଜ କରିବାକୁ ହୋଇଥିଲା ଗ୍ରୁପ୍

/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.