Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ: ଲାଞ୍ଚ ନେଇ ନିଲମ୍ୱିତ ହେଲେ ରାଜସ୍ୱ ନିରୀକ୍ଷକ, କହିଥିଲେ ମୋ ମୁଣ୍ଡର ଦାମ୍‌ କଣ ୨୦୦ ଟଙ୍କା ?
  • ||
  • ବାରିପଦା:ସରକାରୀ ବସଷ୍ଟାଣ୍ଡ ସମ୍ମୁଖରେ ଭୟାବହ ଅଗ୍ନିକାଣ୍ଡ, ୪ ଦୋକାନ ଓ ହୋଟେଲ ଭସ୍ମୀଭୂତ
  • ||

ସ୍ମାର୍ଟଓ୍ଵାଚ୍‌ ସାହାଯ୍ୟରେ ମୋବାଇଲ୍ ଚୋରକୁ କାବୁ କଲେ ଯୁବତୀ, ଫେରି ପାଇଲେ ମୋବାଇଲ, ଜାଣନ୍ତୁ କିପରି

5/10/2022 at 9:25 PM

ନୂଆଦିଲ୍ଲୀ: ହଜି ଯାଇଥିବା ସ୍ମାର୍ଟଫୋନ ମିଳିବା ଆଜିର ସମୟରେ ବହୁତ ବଡ କଥା। ଯଦି ୧୦୦ ଜଣଙ୍କ ଫୋନ ହଜିଯାଏ ତେବେ ବଡ ମୁସ୍କିଲରେ ଜଣେ କି ଦୁଇ ଜଣଙ୍କ ଫୋନ ମିଳିଥାଏ। ଏହାର ସବୁଠୁ ବଡ କାରଣ ପୋଲିସର ଉପଯୁକ୍ତ ସାହାଯ୍ୟ ମିଳିନଥାଏ। ଅନେକ ଥର ପୋଲିସ ରିପୋର୍ଟ ରଖିବାକୁ ବି ମନା କରି ଦେଇଥାଏ। ଏହି ସବୁ ମଧ୍ୟରେ ଗୁରୁଗ୍ରାମର ଜଣେ ଯୁବତୀ ଲୁଟ୍ ହୋଇଥିବା ନିଜ ମୋବାଇଲ୍ ପାଇବାରେ ସଫଳ ହୋଇଛନ୍ତି। ଆଉ ଏହା ସବୁ ସମ୍ଭବ ହୋଇଛି କେବଳ ସ୍ମାର୍ଟଓ୍ଵାଚ୍ ଜରିଆରେ।

ସୂଚନା ଅନୁଯାୟୀ, ସ୍ମାର୍ଟଓ୍ଵାଚ୍ ସାହାଯ୍ୟରେ ଯୁବତୀଙ୍କୁ ନିଜର ଫୋନ ମିଳି ଯାଇଛି, ମାତ୍ର ତାଙ୍କ ଖାତାରୁ ୫୦ ହଜାର ଟଙ୍କା କଟି ଯାଇଛି। ଯୁବତୀ ନିଜର ସ୍ମାର୍ଟଓ୍ଵାଚ୍‌କୁ ମୋବାଇଲ୍ ସହ କନେକ୍ଟ କରି ରଖିଥିଲେ। ଏହାରି ମାଧ୍ୟମରେ ସେ ବହୁତ ସମୟ ପର୍ଯ୍ୟନ୍ତ ଫୋନ ଲୁଟିଥିବା ଦୁର୍ବୃତ୍ତକୁ ଆଖପାଖ ଅଞ୍ଚଳରେ ଖୋଜିଥିଲେ। ଆଉ ଦୁର୍ବୃତ୍ତକୁ ଠାବ କରି ମୋବାଇଲ୍ ଛଡାଇ ଆଣିଥିଲେ। ହେଲେ ଦୁର୍ବୃତ୍ତକୁ କାବୁ କରି ପାରିନଥିଲେ। କୁହାଯାଉଛି, ଯୁବତୀଙ୍କ ନିକଟରେ fitbitର ସ୍ମାର୍ଟଓ୍ଵାଚ୍ ଥିଲା। କିନ୍ତୁ ଫୋନର ମଡେଲ୍ ଏବଂ କମ୍ପାନୀର ସୂଚନା ସାମ୍ନାକୁ ଆସିନାହିଁ। ସୂଚନାଯୋଗ୍ୟ,  ସମସ୍ତ ସ୍ମାର୍ଟଓ୍ଵାଚ୍ ସହିତ ଫାଇଣ୍ଡ ଫୋନ୍ ଫିଚର ରହିଥାଏ।

ଏହି ଘଟଣା ପ୍ରାୟ ଗୋଟିଏ ମାସର ତରଳ। ଗତ ସୋମବାର  ପାଲମ ବିହାର ଥାନା ପୋଲିସ୍ ମୋବାଇଲ୍ ଲୁଟିବା, ଠକିବା ଏବଂ ଚୋରି ଅଭିଯୋଗରେ ଏଫଆଇଆର ରୁଜୁ କରିଛି। ଗୁରୁଗ୍ରାମର ସେକ୍ଟର-୨୩ରେ ରହୁଥିବା ଯୁବତୀ ପଲ୍ଲବୀ କୌଶିକ ଏ ନେଇ ଥାନାରେ ଅଭିଯୋଗ  କରିଥିଲେ। ସେ କହିଛନ୍ତି, ଅଗଷ୍ଟ ୨୮ ସନ୍ଧ୍ୟା ପ୍ରାୟ ସାଢେ ୬ଟାରେ ସେକ୍ଟର-୨୩ ହୁଡା ମାର୍କେଟ୍‌କୁ କିଣାକିଣି ପାଇଁ ଯାଇଥିଲେ। ସାମାନ କିଣିବା ପରେ ସେ ମୋବାଇଲ୍‌ରେ ଇ-ଓ୍ଵାଲେଟ୍‌ ଜରିଆରେ ପେମେଣ୍ଟ କରୁଥିଲେ।

ସେହି ସମୟରେ ପଛରେ ବାଇକ ଧରି ଛିଡା ହୋଇଥିବା ଯୁବକ ମୋବାଇଲ୍ ଝାମ୍ପି ଫେରାର ହୋଇ ଯାଇଥିଲା। ଯୁବତୀ ନିଜ ହାତରୁ ମୋବାଇଲ୍ ଲୁଟ୍ ଦେଖି ଆବାକ ହୋଇ ପଡିଥିଲେ। ସେ ତୁରନ୍ତ ଆଖପାଖ ଅଞ୍ଚଳରେ ଦୁର୍ବୃତ୍ତକୁ ଖୋଜିବାରେ ଲାଗିଥିଲେ। ସେ କହିଛନ୍ତି, ତାଙ୍କ ସ୍ମାର୍ଟଓ୍ଵାଚ୍ ଜରିଆରେ ମୋବାଇଲ କନେକ୍ଟ ଥିଲା, ମାତ୍ର ଦୁର୍ବୃତ୍ତ ଫେରାର ହେବାରୁ ତାହା ଡିସ୍କନେଟ୍ ହୋଇ ଯାଇଥିଲା। ସେ ବହୁ ସମୟ ଧରି ମାର୍କେଟ୍‌ରେ ଅଭିଯୁକ୍ତକୁ ଖୋଜିଥିଲେ। ସେ ଦୁର୍ବୃତ୍ତକୁ ଖୋଜୁ ଖୋଜୁ ମାର୍କେଟ୍ ଅନ୍ୟ ପାର୍ଶ୍ଵରେ ପହଞ୍ଚିବାରୁ ଅଚାନକ ସ୍ମାର୍ଟ ଓ୍ଵାଚ୍‌ରେ ମୋବାଇଲ୍ କନେକ୍ଟ  ହେବାର ନୋଟିଫିକେସନ ଆସିଥିଲା ଏବଂ ଘଣ୍ଟାର ଲାଇଟ୍ ଜଳି ଉଠିଥିଲା।

ଯୁବତୀ ଜାଣିପାରିଥିଲେ, ଦୁର୍ବୃତ୍ତ ଏହି ଆଖପାଖରେ ହିଁ ଅଛି। ଏହି ଓ୍ଵାଚ୍‌ର ମୋବାଇଲ୍‌ ସହ କନେକ୍ସନ ରେଞ୍ଜ ପ୍ରାୟ ୩୦ରୁ ୭୦ ଫୁଟ୍ ମଧ୍ୟରେ ରହିଛି। ଯୁବତୀ ମାର୍କେଟ୍‌ର ଅନ୍ୟ ପାର୍ଶ୍ଵ ରାସ୍ତା କଡରେ ମୋବାଇଲ୍ ଲୁଟେରା ଛିଡା ହୋଇଥିବା ଦେଖିବାକୁ ପାଇଥିଲେ। ସେ ମୋବାଇଲ୍ ସହ କିଛି କାମ କରୁଥିଲା। ଯୁବତୀ ଅଚାନକ ପାଖକୁ ଯାଇ ଯୁବକକୁ ଧକ୍କା ମାରିବାରୁ ହାତରୁ ମୋବାଇଲ ଖସି ଯାଇଥିଲା।  

   Related Posts