ଜୁକେର ବର୍ଗଙ୍କ face book ହେବ meta, ଚର୍ଚ୍ଚା ବଢାଇ ଦେଲା ଏହି କମ୍ପାନୀର ସେୟାର ମୂଲ୍ୟ, ଜାଣନ୍ତୁ କେତେ ହେଲା ମାର୍କେଟ୍ କ୍ୟାପ୍

Published By : Prameya-News7 Bureau | October 30, 2021 IST

ଓଟାୱା : ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକ୍‌ ସଂସ୍ଥାପକ ମାର୍କ ଜୁକେରବର୍ଗ ଶୁକ୍ରବାର ‘ମେଟାଭର୍ସ’ର ଘୋଷଣା  କରିଛନ୍ତି।  ଫେସବୁକ୍‌ ଏବେ ମେଟା ଭର୍ସନରେ ଉପଲବ୍ଧ ହେବେ ବୋଲି ସେ ଘୋଷଣା କରିବାର କିଛି ସମୟ ପରେ ଏକ କାନାଡିୟ କମ୍ପାନୀ ମେଟା ମାର୍ଟେରିୟଲସ୍ ଇଙ୍କ୍‌ର ସେୟାର ମୂଲ୍ୟ ଅଚାନକ ବଜାରରେ ବଢିଯାଇଥିଲା।  ଲୋକେ ମେଟା ନାମରୁ ଏହି କମ୍ପାନୀର ସେୟାରେ ନିବେଶ କରିବା ଏପରି ପରିସ୍ଥିତି ସୃଷ୍ଟି କରିଥିଲା।

ସଂସ୍ଥାକୁ ଲୋକେ ଫେସବୁକ୍‌ର ରିବ୍ରାଣ୍ଡ ବୋଲି ଭାବି ନିବେଶ କରିବା ଯୋଗୁ ଅଚାନକ ସେୟାର ମୂଲ୍ୟରେ ୨୬ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ହୋଇଥିଲା। କାରବାର କାଳରେ ମେଟାର ଟିକର ନେମ୍‌ ଏମଏମଏଟି ରେ ୪.୮ ପ୍ରତିଶତ ପର୍ଯ୍ୟନ୍ତ କାରବାର ବଢି ଯାଇଥିଲା। ଫଳରେ କମ୍ପାନୀର ମାର୍କେଟ କ୍ୟାପିଟାଲ ଅଚାନକ ୧.୩ ବିଲିୟନ ଡଲାରରେ ପହଞ୍ଚିଛି। ରିବ୍ରାଣ୍ଡକୁ ନେଇ ନିଜେ ଫେସବୁକ୍‌ ଏବେ ବେଶ୍ ଆଶାୟୀ ଅଛନ୍ତି। ଏଥିରେ କେବଳ ଚର୍ଚ୍ଚା ଯୋଗୁ ପାଖାପାଖି ନାମ ଥିବା କମ୍ପାନୀର ଆର୍ଥିକ ଅଭିବୃଦ୍ଧି ଫେଶବୁକ୍‌ ନିଶ୍ଚିତ ଆଶାଠୁ ବି ଅଧିକ ପାଇବେ ବୋଲି ଏବେଠୁ ଜଣାପଡିଗଲାଣି।  

{"id":535732,"sizeSlug":"full","linkDestination":"none"}

ଫେସବୁକ୍‌ର ରିବ୍ରାଣ୍ଡ ନେଇ ନିଜେ ଜୁକରବର୍ଗ ଶୁକ୍ରବାର ଫେସବୁକ୍‌ରେ ଏକ ଦୀର୍ଘ ପୋଷ୍ଟ କରିଛନ୍ତି। ଯାହା ପରଠାରୁ ସାରା ବିଶ୍ୱରେ ମେଟାଭର୍ସକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ରିବ୍ରାଣ୍ଡ ସହ ଫେସବୁକ୍‌ର କାୟା କଳ୍ପ ହେବାକୁ ଯାଉଛି। ଏହାକୁ ସେ ଇଣ୍ଟରନେଟ୍‌ର ଆଗାମୀ ଅଧ୍ୟାୟ ବୋଲି କହିଛନ୍ତି। ମେଟାଭର୍ସର ପରିଭାଷିତ ଗୁଣମାନରେ ଏହା ‘ଉପସ୍ଥିତି’ର ଭାବନା ସମ୍ପର୍କିତ ହେବ। ଯେପରିକି ଆପଣ କୌଣସି ଜଣେ ବ୍ୟକ୍ତିଙ୍କ ସହ କୌଣସି ଠାରେ ଅଛନ୍ତି। ତେବେ କୌଣସି ବ୍ୟକ୍ତିଙ୍କ ସହ କୌଣସି ଠାରେ ବ୍ୟକ୍ତିଗତ ଉପସ୍ଥିତି ସାମାଜିକ ପ୍ରତ୍ୟୋଗିକିର  ଶେଷ ପରିକଳ୍ପନା ବୋଲି କୁହାଯାଇପାରେ। ଯାହାକୁ ଜୁକରବର୍ଗ ତାଙ୍କ ମେଟାଭର୍ସନରେ ବିଶ୍ୱର ଅଗଣିତ ୟୁଜରଙ୍କ ଲାଗି ଆଣିବାକୁ ଯାଉଛନ୍ତି।

ଜୁକରବର୍ଗଙ୍କ ପୋଷ୍ଟ ପରେ ସାରା ବିଶ୍ୱରେ ଏବେ ଏହାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଏଥିରେ ନିବେଶକ ମଧ୍ୟ ବେଶ ଆଶାୟୀ ଥିବାର ଏମଏମଏଟିର କାରବାର ପ୍ରମାଣିତ କରୁଛି। ତେବେ ଖୁବ୍ ଶୀଘ୍ର ଜୁକରବର୍ଗ ତାଙ୍କ ୟୁଜରଙ୍କ ଲାଗି ମେଟାଭର୍ସ ଉପସ୍ଥାପନ କରିବେ ବୋଲି ଘୋଷଣା କରିଛନ୍ତି। ଯାହାକୁ ଏବେ ବିଶ୍ୱବାସୀ ଅପେକ୍ଷା କରି ରହିଛନ୍ତି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.