ବିନା ନୋଟିସ୍‌ରେ ବ୍ୟାଙ୍କ ବନ୍ଦ: ତାତିଲେ ଗ୍ରାହକ, କହିଲେ, 'ମନ ଇଚ୍ଛା ଚାଲିଛି ବ୍ୟାଙ୍କ ସେବା'

Published By : Prameya-News7 Bureau | September 01, 2020 IST

ଗଜପତି୧/୯: ଗଜପତି ଜିଲ୍ଲା ମହେନ୍ଦ୍ରଗଡ଼ ଷ୍ଟେଟ୍‌ବ୍ୟାଙ୍କ ଶାଖା ବନ୍ଦ। ଯାହାଫଳରେ ଗ୍ରାହକମାନେ ନାଇଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଗତ ପ୍ରାୟ ୨ ମାସ ହେଲା ବ୍ୟାଙ୍କ ଅଧିକାଂଶ ସମୟରେ ବନ୍ଦ ରହୁଥିବା ଯୋଗୁ ବହୁ ଦୂରଦୁରାନ୍ତରୁ ଆସୁଥିବା ଲୋକେ ନିରାଶ ହୋଇ ଫେରୁଛନ୍ତି। ଏହି ଷ୍ଟେଟ ବ୍ୟାଙ୍କ ଉପରେ ମୋହନା ଓ ଆର୍. ଉଦୟଗିରି ବ୍ଲକର ୨୦ଟି ପଞ୍ଚାୟତରୁ ଉର୍ଦ୍ଧ୍ବ ଲୋକେ ନିର୍ଭର କରି ଥାଆନ୍ତି। ବ୍ୟାଙ୍କ ବନ୍ଦ ଯୋଗୁଁ ଗ୍ରାହକମାନେ ଆକାଉଣ୍ଟ ଖୋଲି ପାରୁ ନାହାନ୍ତି।

ଏଥିସହ ଟଙ୍କା ଉଠାଣ ଏବଂ ଡିପୋଜିଟ୍‌ କରିବାରେ ଗ୍ରାହକମାନେ ନାନା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ଅଧିକାଂଶ ଦିନ ବ୍ୟାଙ୍କ ବନ୍ଦ ଯୋଗୁଁ ସ୍ଥାନୀୟ ଲୋକ ବ୍ୟାଙ୍କ ସେବା ଠିକ୍ ଭାବେ ପାଇ ପାରୁନାହାନ୍ତି। ବ୍ୟାଙ୍କ ବନ୍ଦ ରହିବ ନା ଖୋଲା ରହିବ, ସେନେଇ କୌଣସି ନୋଟିସ୍‌ ନ ଦେଇ ହଠାତ୍ ବ୍ୟାଙ୍କ ବନ୍ଦ କରି ଦିଆଯାଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।  ବ୍ୟାଙ୍କ କର୍ମଚାରୀ କରୋନା ପଜିଟିଭ୍ ବାହାରିବା ପରେ ହଠାତ୍ ବ୍ୟାଙ୍କ ବନ୍ଦ କରି ଦିଆଯାଉଛି। ବ୍ୟାଙ୍କ କର୍ମଚାରୀମାନେ ମନ ଇଚ୍ଛା ବ୍ୟାଙ୍କ ଖୋଲୁଛନ୍ତି, ମନ ଇଚ୍ଛା ବନ୍ଦ କରି ଦେଉଛନ୍ତି ବୋଲି ଗ୍ରାହକମାନେ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.