NDTVରୁ ସମ୍ପର୍କ ଛିନ୍ନ କଲେ ପ୍ରଣୟ ରୟ ! ୫% ଛାଡି ଗୌତମ ଆଦାନୀଙ୍କୁ ବିକ୍ରି କରିବେ କମ୍ପାନିର ସବୁ ସେୟାର

Published By : Prameya-News7 Bureau | December 23, 2022 IST

ନୂଆଦିଲ୍ଲୀ: ନୂଆଦିଲ୍ଲୀ ଟେଲିଭିଜନ ଲିମିଟେଡ୍ ତଥା ଏନଡିଟିଭିର ପ୍ରତିଷ୍ଠାତା ପ୍ରଣୟ ରୟ ଏବଂ ରାଧିକା ରୟ ବଡ଼ ଘୋଷଣା କରିଛନ୍ତି । ଦୁହେଁ ଘୋଷଣା କରି କହିଛନ୍ତି ଯେ ନିଜର ଅଧିକାଂଶ ସେୟାର ଆଦାନୀ ଗ୍ରୁପକୁ ବିକ୍ରି କରିବେ । ଉଲ୍ଲେଖଯୋଗ୍ୟ ଯେ ଶୁକ୍ରବାର ଏନଡିଟିଭିର ସେୟାର ୨.୫୦ ପ୍ରତିଶତ ବଢି ୩୩୯.୯୫ ଟଙ୍କା ହୋଇଛି ।

ପ୍ରଣୟ ରାୟ ଏବଂ ତାଙ୍କ ପତ୍ନୀ ରାଧିକା ରୟ ଶୁକ୍ରବାର ସେୟାର ବଜାରକୁ ସୂଚନା ଦେଇ କହିଛନ୍ତି, ଆମେ ପରସ୍ପର ବୁଝାମଣା ଭିତରେ ଏନଡିଟିଭିରୁ ନିଜର ଅଧିକାଂଶ ସେୟାର ଏଏମଜି ମିଡିଆ ନେଟୱାର୍କକୁ ବିକ୍ରି କରିବାକୁ ନିଷ୍ପତ୍ତି ନେଇଛୁ । ଉଲ୍ଲେଖଯୋଗ୍ୟ ଯେ ଏନଡିଟିଭିରେ ସ୍ୱାମୀ-ସ୍ତ୍ରୀଙ୍କ ମୋଟ ଅଂଶଧନ ୩୨.୨୬ ପ୍ରତିଶତ, ଅନ୍ୟପଟେ ଆଦାନୀ ଗ୍ରୁପ ପାଖରେ ବର୍ତ୍ତମାନ ସମୟରେ କମ୍ପାନିର ୩୭.୪୪ ପ୍ରତିଶତର ଅଂଶଧନ ରହିଛି । ଏହି ବିକ୍ରି ପ୍ରକ୍ରିୟା ଶେଷ ହେବା ପରେ ଆଦାନୀ ଗ୍ରୁପ ଏନଡିଟିଭିରେ ସବୁଠୁ ବଡ଼ ଅଂଶଧାରକ ହୋଇଯିବ । ଉଲ୍ଲେଖଯୋଗ୍ୟ ଯେ ଆଦାନୀ ଗ୍ରୁପ ନିକଟରେ ଓପନ ମାର୍କେଟ ଜରିଆରେ ମିଡିଆ କମ୍ପାନିର ସେୟାର ହାସଲ କରିଥିଲା ।

{"id":724716,"sizeSlug":"full","linkDestination":"none"}

ବୟାନ ଅନୁସାରେ, ପ୍ରଣୟ ଏବଂ ରାଧିକା ରୟ ଏନଡିଟିଭିରେ ପାଞ୍ଚ ପ୍ରତିଶତର ଅଳ୍ପ ଅଂଶଧନ ରଖି ବଳକା ୨୭.୨୬ ପ୍ରତିଶତ ଅଂଶଧନକୁ ଏଏମଜି ମିଡିଆ ନେଟୱାର୍କକୁ ବ୍ରିକ୍ରି କରିବେ । ରୟ ଦମ୍ପତ୍ତି କହିଛନ୍ତି ଯେ ଓପନ ଅଫର ପରେ ଗୌତମ ଆଦାନୀଙ୍କ ସହ ଆଲୋଚନା ରଚନାତ୍ମକ ରହିଥିଲା । ଆମ ପକ୍ଷରୁ ଦିଆଯାଇଥିବା ସମସ୍ତ ପରାମର୍ଶକୁ ସେ ସକାରାତ୍ମକ ଢଙ୍ଗରେ ସ୍ୱୀକାର କରିଥିଲେ।     

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.