୪୩ ଟପିଲା ରାଜଧାନୀ ଭୁବନେଶ୍ୱରର ତାପମାତ୍ରା, ପାଲଟିଲା ସବୁଠୁ ଉତ୍ତପ୍ତ ସହର

Published By : Prameya-News7 Bureau | April 22, 2024 IST

ଭୁବନେଶ୍ୱର ୨୨/୦୪: ସାରା ରାଜ୍ୟରେ ଅସହ୍ୟ ତାତି । କଲବଲ ଜନଜୀବନ । ତାତିରେ ଆଉଟୁ ପାଉଟୁ ସାରା ଓଡ଼ିଶା । ତେବେ ସବୁଠୁ ଅଧିକ ଉତ୍ତପ୍ତ ସହର ପାଲଟିଛି ରାଜଧାନୀ ଭୁବନେଶ୍ୱର । ଯାହାକି ଚଳିତ ସିଜିନରେ ସବୁଠୁ ଅଧିକ ତାପମାତ୍ରା । ସାଢେ ଦୁଇଟା ସୁଦ୍ଧା ରେକର୍ଡ ହୋଇଛି ରାଜ୍ୟର ତାପମାତ୍ରା । ତେବେ ୪୩.୮ ଡିଗ୍ରୀ ସହ ସବୁଠୁ ଉତ୍ତପ୍ତ ସହର ପାଲଟିଛି ରାଜଧାନୀ ଭୁବନେଶ୍ୱର । 

ସେହିଭଳି ବାଲେଶ୍ୱରର ତାପମାତ୍ରା ୪୦.୭ ଡିଗ୍ରୀ, ଚାନ୍ଦବାଲିର ତାପମାତ୍ରା ୪୦.୪ ଡିଗ୍ରୀ, କେନ୍ଦୁଝରର ତାପମାତ୍ରା ୩୮ ଡିଗ୍ରୀ, ଗୋପାଳପୁରର ତାପମାତ୍ରା ୩୭° ଡିଗ୍ରୀ, ସମ୍ୱଲପୁରର ତାପମାତ୍ରା ୩୬.୬ ଡିଗ୍ରୀ, ଝାରସୁଗୁଡାର ତାପମାତ୍ରା ୩୬.୨ ଡିଗ୍ରୀ, ପାରାଦ୍ୱୀପର ତାପମାତ୍ରା ୩୫.୪ ଡିଗ୍ରୀ, ହୀରାକୁଦର ତାପମାତ୍ରା ୩୪.୮ ଡିଗ୍ରୀ , ରାଉରକେଲାର ତାପମାତ୍ରା ୩୪.୪ ଡିଗ୍ରୀ ରେକର୍ଡ ହୋଇଛି । ସକାଳ ସାଢେ ୧୧ ସୁଦ୍ଧା ୩୯ ଡିଗ୍ରୀ ତାପମାତ୍ରା ଥିଲା । ତେବେ କିଛି ସମୟର ମଧ୍ୟରେ ଏହା ଟପି ୪୩ ପାର୍ କରିଛି । ଯାହାକି ଚିନ୍ତାଜନକ ନିଶ୍ଚୟ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.