ଇମ୍ରାନ ଖାନ୍‌ଙ୍କ ସମେତ ୧୫୦ ଜଣଙ୍କ ବିରୋଧରେ ମାମଲା; ସାଉଦି ଆରବରେ ପାକିସ୍ତାନର ନୂଆ ସରକାର ବିରୋଧରେ କରୁଥିଲେ ପ୍ରଦର୍ଶନ

Published By : Prameya-News7 Bureau | May 01, 2022 IST

ଇସ୍‌ଲାମବାଦ: ଆସ୍ଥା ଭୋଟ ହାରିବା ପରେ ଗାଦିଚ୍ୟୁତ ହୋଇଛନ୍ତି ପାକିସ୍ତାନ ପ୍ରଧାନନ୍ତ୍ରୀ ଇମ୍ରାନ ଖାନ। ଯାହାକୁ ସେ ସହଜରେ ହଜମ କରିପାରୁ ନାହାନ୍ତି। ଏଥିପାଇଁ କେତେବେଳେ ରାଲି କରି ସମର୍ଥକଙ୍କୁ ବାହାରିବାକୁ କହୁଛନ୍ତି ତ କେତେବେଳେ ବିଦେଶରେ ହଙ୍ଗାମା କରୁଛନ୍ତି ତାଙ୍କ ସମର୍ଥକ। ପରିଣତି ସ୍ୱରୂପ ବିଦେଶର ବିଶୃଙ୍ଖଳା ସୃଷ୍ଟି ହେବା ସହିତ ଦେଶଗୁଡ଼ିକ ପାକିସ୍ତାନ ନାଗରିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି।

ଏବେ ସାଉଦୀ ଆରବରେ ଇମ୍ରାନ ସମର୍ଥକମାନେ ବିକ୍ଷୋଭ ପ୍ରଦର୍ଶନ କରି ହରଡ଼ଘଣାରେ ପଡ଼ିଛନ୍ତି। ଏହି ଘଟଣାରେ ପାକିସ୍ତାନ ପଞ୍ଜାବ ପୁଲିସ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ସମେତ ତାଙ୍କର କିଛି ବିତାଡ଼ିତ ମନ୍ତ୍ରୀ ଓ କର୍ମଚାରୀ ଆଦି ୧୫୦ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି। ଏମାନେ ସମସ୍ତେ ବର୍ତ୍ତମାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଓ ତାଙ୍କ ମନ୍ତ୍ରୀମଣ୍ଡଳ ବିରୋଧରେ ସାଉଦୀଆରବରେ ବିକ୍ଷୋଭ ପ୍ରଦର୍ଶନ କରୁଥିଲେ। ନେଇ ପାକିସ୍ତାନ ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।

ଗୁରୁବାର ଶହବାଜ ସରିଫ ଓ ତାଙ୍କ ମନ୍ତ୍ରୀ ମଣ୍ଡଳ ସାଉଦିଆରବ ମଦିନାର ପ୍ରଫେଟ୍ ମସ୍‌ଜିଦ୍‌କୁ ଯାତ୍ରା କରିଥିଲେ। ଏହି ସମୟରେ ଇମ୍ରାନଖାନ୍‌ଙ୍କ ସମର୍ଥକମାନେ ଶେହବାଜଙ୍କ ବିରୋଧରେ ଚୋର, ଗଦ୍ଦାର ବଭି ଶବ୍ଦ ବ୍ୟବହାର କରିଥିଲେ। ତା ସହିତ ମନ୍ତ୍ରୀମଣ୍ଡଳ ବିରୋଧରେ ଅପଶବ୍ଦର ବ୍ୟବହାର ମଧ୍ୟ କରିଥିଲେ। ଏହି ଘଟଣାରେ ୫ ପାକିସ୍ତାନୀଙ୍କୁ ଗିରଫ କରାଯାଇଛି ବୋଲି ମଦିନା ପୁଲିସ ସୂଚନ ଦେଇଛି।  

ଏହି ମାମଲାରେ ଶନିବାର ପଞ୍ଜାବ ପୁଲିସ ଇମ୍ରାନ ଖାନ୍‌ଙ୍କ ସମେତ ପୂର୍ବତନ ମନ୍ତ୍ରୀ ଫୱାଦ ଚୌଧୁର, ଶେଖ ରଶୀଦ, ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ପୂର୍ବତନ ଉପଦେଶ ଶେହବାଜ ଗୁଲ, ପୂର୍ବତନ ଡେପୁଟି ସ୍ପିକର କ୍ୱସିମ ସୁର, ଲଣ୍ଡନରେ ଇମ୍ରାନଙ୍କ ସହଯୋଗୀ ଅନୀଲ ମୁସର୍ରତ ଏବଂ ଶାହିବଜାଦା ଜାହଙ୍ଗୀର ଆଦି ୧୫୦ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି ପୁଲିସ୍। ଫୈସଲବାଦ ଥାନାରେ ଏମାନଙ୍କ ବିରୋଧରେ ମାମଲା ହୋଇଛି। ପାକିସ୍ତାନୀ ନାଗରିକରଙ୍କର ବିଶୃଙ୍ଖଳାରେ ପବିତ୍ର ମଦିନା ସ୍ଥଳରେ ମର୍ଯ୍ୟାଦା କ୍ଷୁଣ୍ଣ ହୋଇଛି। ମୁସଲମାନଙ୍କ ଧର୍ମୀୟ ଭାବନାକୁ ଆଘାତ ପବଞ୍ଚିଛି ବୋଲି ଅଭିଯୋଗ କରି ନଈମ ଭଟ୍ଟି ନାମକ ଜଣେ ବ୍ୟକ୍ତି ଅଭିଯୋଗ କରିବା ପରେ ଏମାନଙ୍କ ବିରୋଧରେ ମାମଲା ହୋଇଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.