ଲୋକସଭା ନିର୍ବାଚନରେ ବିଜେପି ମାତ୍ର ୧୫୦ ଆସନରେ ସୀମିତ ରହିବ: ରାହୁଲ ଗାନ୍ଧୀ

Published By : Prameya-News7 Bureau | April 17, 2024 IST

ineternet

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ପ୍ରଚାରର ଶେଷ ଦିନରେ ବୁଧବାର ଉତ୍ତର ପ୍ରଦେଶରେ ଅଖିଳେଶ ଯାଦବ ଓ ରାହୁଲ ଗାନ୍ଧୀଙ୍କୁ ଗୋଟିଏ ମଞ୍ଚରେ ଦେଖିବାକୁ ମିଳିଛି। ଲୋକସଭା ନିର୍ବାଚନରେ ବିଜେପି ୧୫୦ ଆସନରେ ସୀମିତ ରହିବ ବୋଲି ରାହୁଲ ଦୃଢ଼ୋକ୍ତ ପ୍ରକାଶ କରିଛନ୍ତି। 

ବୁଧବାର ଦୁଇ ନେତା ଗାଜିଆବାଦାରେ ଗୋଟିଏ ମଞ୍ଚରେ ଶକ୍ତି ପ୍ରଦର୍ଶନ କରିଥିବା ବେଳେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇଛନ୍ତି। ଉଭୟ ଦଳର ଗୋଟିଏ ଲକ୍ଷ୍ୟ ବିଜେପିକୁ ହରାଇବା ବୋଲି ରାହୁଲ କହିଛନ୍ତି। ୟୁପିର ୮୦ ଲୋକସଭା ଆସନରୁ କଂଗ୍ରେସ ମାତ୍ର ୧୭ ଆସନରେ କାହିଁକି ନିର୍ବାଚନ ଲଢ଼ୁଛି ବୋଲି ପ୍ରଶ୍ନ କରିବାରୁ ରାହୁଲ କହିଛନ୍ତି ଯେ ଶିଟ୍ ଶେୟାରିଂ ଖୋଲା ଦିମାଗରେ କରାଯାଇଛି। ଆମକୁ ଟିକେ ଅଧିକ ନମନୀୟ ହେବାର ଅଛି। ଏଥିପାଇଁ ଆମେ ଆମ ସହଯୋଗୀମାନଙ୍କୁ ଶିଟ୍ ଛାଡ଼ିଛୁ। ଏହାର ଅର୍ଥ କଂଗ୍ରେସ ଦୁର୍ବଳ ନୁହେଁ ବୋଲି ରାହୁଲ କହିଛନ୍ତି। 

ୟୁପିରେ ହୋଇଥିବା ଆସନ ବୁଝାମଣା ଭିତରେ କଂଗ୍ରେସ ୧୭ ଆସନରେ ନିର୍ବାଚନ ଲଢ଼ିବ। ସେହିପରି ଏସ୍‌ପି ୬୨ ଆସନରେ ନିର୍ବାଚନ ଲଢ଼ିବ। ଏଠି ଟିଏମ୍‌ସିକୁ ମଧ୍ୟ ଗୋଟିଏ ଆସନ ଦିଆଯାଇଛି।  

ସମାଜବାଦୀ ପାର୍ଟି ଓ କଂଗ୍ରେସ ମଧ୍ୟରେ ଦୃଢ଼ ମେଣ୍ଟ ରହିଛି। ପଛୁଆ ବର୍ଗ ଦଳିତ ଓ ସଂଖ୍ୟାଲଘୁମାନେ ହିଁ ଏନ୍‌ଡିଏକୁ ହରାଇବେ ବୋଲି ରାହୁଲ କହିଛନ୍ତି। ୨୦୨୪ରେ ବିଜେପି ମାତ୍ର ୧୫୦ ଆନସ ହିଁ ହାତେଇ ପାରିବ ବୋଲି ରାହୁଲ କହିଛନ୍ତି। ତେବେ କଂଗ୍ରେସ କେତେ ପାଇବ ସେ କଥାରେ କିଛି ମନ୍ତବ୍ୟ ନେଇ ନାହାନ୍ତି ରାହୁଲ।  

ପଢ଼ନ୍ତୁ-ADR ରିପୋର୍ଟରେ ଭେଙ୍କଟରମଣ ସବୁଠୁ ଧନୀ: ୨୫୦ ଦାଗୀ, ୩୯୦ କୋଟିପତି

ରାହୁଲ ଗାନ୍ଧୀଙ୍କ ନିର୍ବାଚନ ପ୍ରତିଶ୍ରୁତିରେ ଦାରିଦ୍ର୍ୟ ଦୂରିକରଣ ନେଇ କଂଗ୍ରେସକୁ ଟାର୍ଗେଟ୍ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏନେଇ ସାମ୍ବାଦିକ ପ୍ରଶ୍ନ କରିବାରୁ ରାହୁଲ କହିଛନ୍ତି  “କେହି ଏକଥା କହି ନାହାନ୍ତି ଯେ ଗୋଟିଏ ଥରରେ ଗରିବୀ ଦୂର ହୋଇଯିବ। ଆମେ କହୁଛୁ ଯେ ଗରିବୀକୁ ଏକ ବଡ଼ ଝଟ୍‌କା ଦେଇ ହେବ। ନରେନ୍ଦ୍ର ମୋଦୀ କେବଳ ୨୨-୨୫ ଜଣ ଉପରେ ଗୁରୁତ୍ୱ ଦେଉଛନ୍ତି। ଆଜିର ବାସ୍ତବତା ହେଲା ବାକି ୭୦ କୋଟି ଲୋକଙ୍କ ପାଖରେ ଯେତିକି ଟଙ୍କା ଅଛି ଏହି ୨୨ ଜଣଙ୍କ ପାଖରେ ଏକାକୀ ସେତିକି ଅଛି। ମୋଦୀ ସମସ୍ତ ଟଙ୍କା କେବେଳ ସେହି ୨୨-୨୫ ଲୋକଙ୍କ ପାଖରେ ଲଗାଉଛନ୍ତି। ଗତ ୧୦ ବର୍ଷରେ ମୋଦୀ ଗରିବଙ୍କ ପାଇଁ କିଛି କରି ନାହାନ୍ତି।” 

  • Lok Sabha Election 2024
  • Elections 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.