ଆର୍ଥିକ ବର୍ଷ ୨୦୨୩ରେ ବ୍ୟାଙ୍କିଙ୍ଗ କ୍ଷେତ୍ରରେ ରେକର୍ଡ ସଂଖ୍ୟକ ନିଯୁକ୍ତି

Published By : Prameya-News7 Bureau | December 01, 2023 IST

ନୂଆଦିଲ୍ଲୀ: ଗତ ଆର୍ଥିକ ବର୍ଷରେ ଭାରତୀୟ ବେଙ୍କଗୁଡ଼ିକ ରେକର୍ଡ ସଂଖ୍ୟକ ନିଯୁକ୍ତି ଦେଇଛନ୍ତି। ଆର୍ଥିକ ବର୍ଷ ୨୦୨୩ରେ ଭାରତୀୟ  ବ୍ୟାଙ୍କଗୁଡ଼ିକରେ ୧୨୩, ୦୦୦ କର୍ମଚାରୀ ନିଯୁକ୍ତ ପାଇଛନ୍ତି। ଯାହା ଗତ ୧୦ ବର୍ଷ ତୁଳନାରେ ଏକ ରେକର୍ଡ। ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆରୁ ତଥ୍ୟ ନେଇ ‘ଦ ଇକୋନୋମିକ୍ସ ଟାଇମ୍ସ’ ଏହି ରିପୋର୍ଟ ପ୍ରକାଶ କରିଛି।

ଏହି ଟ୍ରେଣ୍ଡ ଚଳିତ ୨୦୨୪ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ରହିବ ବୋଲି ଆଶା କରାଯାଉଛି। କାରଣ ଘରୋଇ ବ୍ୟାଙ୍କଗୁଡ଼ିକ ଗ୍ରାମିଣ କ୍ଷେତ୍ରରେ ଓ ଟିୟର-୩ ଏରିଆଗୁଡ଼ିକରେ ସେବା ବିସ୍ତାର କରିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ନିଯୁକ୍ତି ଦେବା ଜାରି ରଖିଛନ୍ତି। ଆଞ୍ଚଳିକ ବ୍ୟାଙ୍କଗୁଡ଼ିକର ବିସ୍ତାର ଯୋଗୁ ନିଯୁକ୍ତି ବୃଦ୍ଧି ହେଉଛି। ଫଳରେ ୨୦୨୨ ଆର୍ଥିକ ବର୍ଷ ତୁଳନାରେ ୨୦୨୩ରେ ୬୧ ପ୍ରତିଶତ ନିଯୁକ୍ତି ବୃଦ୍ଧି ହୋଇଛି। ମୋଟ ନିୟୁକ୍ତିରେ ବର୍ଷକୁ ବର୍ଷ ୭.୪ ପ୍ରତିଶତ ବୃଦ୍ଧି ଘଟୁଛି। ଫଳରେ ମୋଟ ୧.୭୬ ମିଲିଅନ କର୍ମଚାରୀ ବ୍ୟାଙ୍କ କ୍ଷେତ୍ରରେ କାର୍ଯ୍ୟରତ ଅଛନ୍ତି।

ପଢ଼ନ୍ତୁ-ଅର୍ଥନୀତି ପାଇଁ ଭଲ ଖବର, ସେପ୍ଟେମ୍ବର ତ୍ରୈମାସିକରେ ୭.୬% ହାରରେ ବଢ଼ିଲା ଜିଡିପି

ତେବେ ନିଯୁକ୍ତି କ୍ଷେତ୍ରରେ ସର୍ବାଧିକ ଯୋଗଦାନ ଦେଇଥିବା ଘରୋଇ ବ୍ୟାଙ୍କଗୁଡ଼ିକ ମଧ୍ୟରେ ଏଚ୍‌ଡିଏଫ୍‌ସି ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ, ଆକ୍ସିସ୍ ବ୍ୟାଙ୍କ, କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ, ଇଣ୍ଡସ୍ଇଣ୍ଡି ବ୍ୟାଙ୍କ, ଆଇଡିଏଫସି ଫାର୍ଷ୍ଟ ବ୍ୟାଙ୍କ, ବୃନ୍ଦାବନ ବ୍ୟାଙ୍କ ଏବଂ ଏୟୁ ବ୍ୟାଙ୍କ ରହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.