ସର୍ବାଧିକ କରୋନା ସଂକ୍ରମିତ ରାଜ୍ୟଙ୍କ ସୂଚୀର ଶୀର୍ଷରେ ମହାରାଷ୍ଟ୍ର, ୧୦ ଲକ୍ଷ ଟପିଲା ସଂକ୍ରମଣ

Published By : Prameya-News7 Bureau | September 12, 2020 IST

ନୂଆଦିଲ୍ଲୀ ୧୨/୦୯:ଦିନକୁ ଦିନ କରୋନା ସଂକ୍ରମଣ ମାମଲା ବୃଦ୍ଧି ପାଉଛି। ଭାରତ ମଧ୍ୟ ଦିନକୁ ଦିନ ସବୁ ରେକର୍ଡକୁ ଭାଙ୍ଗୁଛି। କୋଭିଡ୍-୧୯ ପ୍ରଭାବିତ ଦେଶ ତାଲିକାରେ ଭାରତ ରହିଛି ଦ୍ବିତୀୟ ସ୍ଥାନରେ । କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟା ୯୭ ହଜାର ଛୁଇଁଛି। ଏହି କ୍ରମରେ ମହାରାଷ୍ଟ୍ରରେ ସଂକ୍ରମିତଙ୍କ ସଂଖ୍ୟା​‌ ୧୦ ଲକ୍ଷରେ ପହଞ୍ଚିଛି। ଏହା ସହ ସଂକ୍ରମିତ ରାଜ୍ୟ ତାଲିକାର ସବା ଆଗରେ ରହିଛି। ରିପୋର୍ଟ ଅନୁସାରେ ରାଜ୍ୟରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ରହିଛି ୧୦,୧୫,୬୮୧।

ତେବେ ପ୍ରଥମରୁ ହିଁ ମହାରାଷ୍ଟ୍ର ଭାରତରେ ସବୁଠୁ କରୋନା ପ୍ରଭାବିତ ରାଜ୍ୟ ତାଲିକାର ଶୀର୍ଷରେ ଥିଲା। ରାଜ୍ୟର ସ୍ବାସ୍ଥ୍ୟ ମନ୍ତ୍ରୀ କହିଛନ୍ତି କରୋନା ସଂକ୍ରମିତ ସଂଖ୍ୟା ୧୦ ଲକ୍ଷ ପାର କରିଥିବା ପ୍ରଥମ ରାଜ୍ୟ। ମହାମାରୀ ଜନିତ ମୃତ୍ୟୁ ସଂଖ୍ୟା ରହିଛି ୨୮୩୨୪।

ଏବେ ୧୦,୧୫,୬୮୧ କୋଭିଡ୍ ମାମଲା ଥିବା ବେଳେ ସକ୍ରିୟ ମାମଲା ରହିଛି ୨,୭୧,୫୬୬। ତେବେ ଏବେ ସୁଦ୍ଧା ୭,୧୫,୦୨୩ ରୋଗୀ କରୋନାରୁ ସୁସ୍ଥ ହୋଇଛନ୍ତି। ରାଜ୍ୟରେ କରୋନା ଜନିତ ସମୁଦାୟ ମୃତ୍ୟୁ ସଂଖ୍ୟା ରହିଛି ୨୮,୭୨୪। ମହାରାଷ୍ଟ୍ରର ସକ୍ରିୟ ମାମଲାରୁ ସବୁଠୁ ଅଧିକ ମାମଲା ରହିଛି ପୁଣେ ଜିଲ୍ଲାରେ। ମହାରାଷ୍ଟ୍ରରେ କୋଭିଡ୍-୧୯ର ରିକଭରି ରେଟ୍ ରହିଛି ୭୦.୪ ପ୍ରତିଶତ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.