ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ଆଉ ଏକ ଲଘୁଚାପ ! ୮ରୁ ବର୍ଷା ସମ୍ଭାବନା
  • ||
  • ପଦ୍ମପୁର ଉପନିର୍ବାଚନ : ନେତା ବାଛିବେ ଜନତା, ଭୋଟ ଦେବେ ୨ ଲକ୍ଷରୁ ଅଧିକ ଭୋଟର
  • ||

ଅଫର ଲେଟର ଦେଇ ମଧ୍ୟ ଫ୍ରେସରଙ୍କୁ ଚାକିରୀ ଦେଲେନି ୱିପ୍ରୋ, ଇନଫୋସିସ୍ ଓ ଟେକ୍ ମହିନ୍ଦ୍ରା, ବାତିଲ କଲେ ହାୟରିଂ

3/10/2022 at 8:01 PM

ନୂଆଦିଲ୍ଲୀ ୩।୧୦: ଦେଶର ଜଣାଶୁଣା ଆଇଟି କମ୍ପାନୀ ୱିପ୍ରୋ, ଇନଫୋସିସ୍ ଓ ଟେକ୍ ମହିନ୍ଦ୍ରା ଫ୍ରେସରଙ୍କୁ ଅଫର ଲେଟର ଦେବା ପରେ ହାୟରିଂ ରଦ୍ଦ କରିଛନ୍ତି। ଏହି କମ୍ପାନୀମାନେ ଫ୍ରେସରଙ୍କୁ ଅଫର କରିଥିବା ଅନେକ ପ୍ରକାର ହାୟରିଂକୁ ବାତିଲ କରିଦେଇଛନ୍ତି। କଥିତ ରୂପେ ସାମ୍ପ୍ରତିକ ପରିସ୍ଥିତିକୁ ନଜରରେ ରଖି କମ୍ପାନୀମାନେ ଏହି ନିଷ୍ପତ୍ତି ନେବା ସହ ନିଯୁକ୍ତି ବାତିଲ କରିଥିବା କହିଛନ୍ତି।

କେବଳ ୱିପ୍ରି, ଇନଫୋସିସ୍‌ କି ଟେକ୍ ମହିନ୍ଦ୍ରା ନୁହନ୍ତି ଅନ୍ୟ ଆଇଟି କମ୍ପାନୀମାନେ ମଧ୍ୟ ଛାତ୍ରଛାତ୍ରୀଙ୍କୁ ଅଫର ଲେଟର ଦେବା ପରେ ଚାକିରୀ ଦେବାକୁ ମନା କରିଦେଇଛନ୍ତି। ଆଇଟି କମ୍ପାନୀମାନେ ଆଗାମୀ ୩-୪ମାସ ଲାଗି ହାୟରିଂ ଉପରେ ରୋକ ଲଗାଇଦେଇଛନ୍ତି। କମ୍ପାନୀମାନେ ଗାଇଡଲାଇନ ଅନୁସାରେ କାମ କରୁଥିବା କହିଛନ୍ତି।

ଛାତ୍ରଛାତ୍ରୀମାନେ ୩-୪ ମାସ ପୂର୍ବରୁ ଟପ ଟେକ କମ୍ପାନୀମାନଙ୍କରେ ଆପ୍ଲାଇ କରିଥିଲେ ବୋଲି କହିଛନ୍ତି। କମ୍ପାନୀମାନେ ସାକ୍ଷାତକାର ପରେ ସେମାନଙ୍କୁ ଅଫର ଲେଟର ଦେଇଥିଲେ। ପ୍ରାର୍ଥୀମାନେ ଚାକିରୀ ଆରମ୍ଭ କରିବାକୁ ଅପେକ୍ଷା କରିଥିବା ବେଳେ କମ୍ପାନୀମାନେ ନିରାଶ କରିଛନ୍ତି। ତେବେ ଆଇଟି ଫାର୍ମ ମାନେ ଅନବୋର୍ଡିଂ ପ୍ରକ୍ରିୟାରେ ଦୀର୍ଘମାସ ବିଳମ୍ବ ପରେ ନିଯୁକ୍ତି କ୍ୟାନସଲ କରିଦେଇଛନ୍ତି। ଏ ନେଇ ଛାତ୍ରମାନଙ୍କୁ ପତ୍ର ଲେଖି ଜଣାଇ ଦେଇଛନ୍ତି।

ଏ ନେଇ ଦିଆଯାଇଥିବା ପତ୍ରରେ ଯୋଗ୍ୟତା ମାନଦଣ୍ଡ ଓ କମ୍ପାନୀର ଗାଇଡଲାଇନ ଅନୁସାରେ ସେମାନଙ୍କ ପ୍ରସ୍ତାବ ପତ୍ରକୁ ରଦ୍ଦ କରିବାକୁ ନିଷ୍ପତ୍ତି ନେଇଥିବା ସୂଚିତ କରିଛନ୍ତି। ତେବେ କମ୍ପାନୀମାନେ କହିଛନ୍ତି ଯେ ଯେଉଁ ଛାତ୍ରଛାତ୍ରୀଙ୍କୁ ଅଫର ଲେଟର ଦିଆଯାଇଥିଲା ସେମାନେ ଶୈକ୍ଷଣିକ ଯୋଗ୍ୟତା ମାନଦଣ୍ଡ ପୂରଣ କରିପାରୁ ନଥିଲେ। ଏଣୁ ସେମାନଙ୍କ ପ୍ରସ୍ତାବକୁ ଅଗ୍ରାହ୍ୟ କରିଦେଇଥିବା ସୂଚିତ କରିଛନ୍ତି।

ତେବେ ଦେଶରେ ଆଇଟି ଫାର୍ମମାନେ ସେମାନଙ୍କ ଅଫର ଲେଟର ଅନବୋର୍ଡ କରିବା ଅଥବା ପ୍ରତ୍ୟାହାର କରିବା ଖବର ଏପରି ଏକ ସମୟରେ ଆସିଛି ଯେତେବେଳେ ସାରା ବିଶ୍ୱର ଆଇଟି ଉଦ୍ୟୋଗରେ ମାନ୍ଦାବସ୍ଥାର ଚର୍ଚ୍ଚା ହେଉଛି। ତେବେ ଯେଉଁ ପର୍ଯ୍ୟନ୍ତ ଭାରତୀୟ କମ୍ପାନୀଙ୍କ କଥା ଉଠୁଛି ପୂର୍ବରୁ ମଧ୍ୟ ଆଇଟି କମ୍ପାନୀମାନେ ନୂଆ ନିଯୁକ୍ତିର ଅନବୋର୍ଡିଂ ପ୍ରକ୍ରିୟାରେ ୩-୪ ମାସ ବିଳମ୍ବ କରିଛନ୍ତି। ଫ୍ରେସର୍ସମାନେ ଲିଙ୍କଡଇନ ଭଳି ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏ ନେଇ ଲେଖୁଛନ୍ତି।

   Related Posts