ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠମଲ୍ଲିକ: ଦନ୍ତା ହାତୀର ମୃତଦେହ ଠାବ, ଶରୀରରେ ରହିଛି ଅନେକ କ୍ଷତଚିହ୍ନ
  • ||
  • ସମ୍ୱଲପୁର: ଜଳିଗଲା ଘରୋଇ ବସ୍ ନାଗରାଜ୍, ଅଳ୍ପକେ ବର୍ତ୍ତିଗଲେ କଣ୍ଡକ୍ଟର
  • ||
  • ବୌଦ୍ଧ: ନାଳରୁ ବ୍ୟାଙ୍କ୍ କର୍ମଚାରୀଙ୍କ ମୃତଦେହ ଉଦ୍ଧାର, ପାଖରେ ପଡିଛି ବାଇକ ଓ ମଦବୋତଲ
  • ||
  • ଭୁବନେଶ୍ୱର: ବରିଷ୍ଠ ଅଭିନେତ୍ରୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ
  • ||
  • ଭଦ୍ରକ: ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୧୫ ବଖରା, ୨ ଗୋ-ମାତା ଜୀବନ୍ତ ଦଗ୍ଧ
  • ||
  • କଟକ: ବରିଷ୍ଠ ଅଭିନେତ୍ରୀ ଝରଣା ଦାସଙ୍କ ପରଲୋକ, ୮୨ ବର୍ଷ ବୟସରେ ଦେହାନ୍ତ
  • ||

ଆଇଟି କ୍ଷେତ୍ରରେ ସବୁଠୁ ଅଧିକ ଦରମା ପାଉଛନ୍ତି ଏହି ବ୍ୟକ୍ତି; ବାର୍ଷିକ ଆୟ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

10/06/2022 at 11:09 PM

ନୂଆଦିଲ୍ଲୀ ୧୦/୦୬ : ପ୍ରମୁଖ ଆଇଟି କମ୍ପାନୀ ୱିପ୍ରୋର ମୁଖ୍ୟ ପରିଚାଳନା ଅଧିକାରୀ ଥେରି ଡେଲାପୋର୍ତେଙ୍କର ୨୦୨୧-୨୨ରେ ବାର୍ଷିକ ରୋଜଗାର ୭୯.୬୬ କୋଟି ରହିଛି। ଏହାଦ୍ୱାରା ସେ ଭାରତର ଆଇଟି କ୍ଷେତ୍ରରେ ସବୁଠାରୁ ଅଧିକ ଦରମା ପାଉଥିବା କର୍ମଚାରୀ ହୋଇଛନ୍ତି।

ୟୁଏସ୍‌ ସିକ୍ୟୁରିଟିଜ୍ ଏବଂ ଏକ୍ସଚେଞ୍ଜ କମିଶନ୍‌ ଅନୁସାରେ ଜୁନ୍‌୯ରେ ଫାଇଲ କରାଯାଇଥିବା ଏକ ରିପୋର୍ଟରେ ୱିପ୍ରୋ କହିଛି ଯେ ଦରମା ଓ ଅନ୍ୟାନ୍ୟ ଖର୍ଚ୍ଚ ପାଇଁ ୧. ୭ ମିଲିୟନ୍‌ ଡଲାର୍‌   ,କମିଶନ୍‌ ପାଇଁ ୨.୫ ମିଲିୟନ୍‌ ଡଲାର୍‌, ଲାଭ ପାଇଁ ୨ ମିଲିୟନ ଡଲାର ଏବଂ ଅନ୍ୟାନ୍ୟ ସୂତ୍ରରୁ ଖର୍ଚ୍ଚପାଇଁ ୪ ମିଲିୟନ୍‌ ଡଲାର୍‌ ଡେଲାପୋର୍ତେଙ୍କୁ ଦିଆଯାଇଛି।         

ୱିପ୍ରୋର ମୁଖ୍ୟ ପରିଚାଳନା ଅଧିକାରୀ ୨୦୨୦ରେ ଦାୟିତ୍ୱ ନେବା ପରେ ୨୦୨୦-୨୧ରେ ସେ ତାଙ୍କର ସମସାମୟିକ ପ୍ରତିଯୋଗୀମାନଙ୍କୁ ଆଗେଇ ଯାଇଥିଲେ ।

ତାଙ୍କର ପ୍ରଥମ ୯ ମାସର କାର୍ଯ୍ୟକାଳ ଭିତରେ ତାଙ୍କ ଦରମା୬୪ କୋଟି ଟଙ୍କା ଥିଲା। ଯେଉଁଥିରେ ଦରମା ପାଇଁ ୯.୬କୋଟି ଟଙ୍କା, କମିଶନ୍‌ ପାଇଁ ୧୧.୦୨ କୋଟି, ଅଧିକ ସମୟ କ୍ଷତି ପୂରଣ ପାଇଁ ୫.୫ କୋଟି ଓ ଅନ୍ୟାନ୍ୟ ଆୟ ପାଇଁ ୩୭.୮୧ କୋଟି ଟଙ୍କା ଦିଆଯାଇଛି ବୋଲି ରେଗୁଲେଟୋରି ଫାଇଲିଙ୍ଗରେ କୁହାଯାଇଛି।    

   Related Posts