ସଂସଦରେ ଶୀତକାଳୀନ ଅଧିବେଶନ, ବିଭିନ୍ନ ପ୍ରସଂଗକୁ ନେଇ ସରକାରଙ୍କୁ ଘେରିବାକୁ ବିରୋଧୀଙ୍କ ଯୋଜନା

Published By : Prameya-News7 Bureau | December 07, 2022 IST

ନୂଆଦିଲ୍ଲୀ: ସଂସଦରେ ଶୀତକାଳୀନ ଅଧିବେଶନ । ବୁଧବାର ଅର୍ଥାତ୍ ଆଜି ଠାରୁ ସଂସଦରେ  ଅଧିବେଶନ ଆରମ୍ଭ ହେବ। ଚଳିତ ଶୀତ ଅଧିବେଶନରେ ୧୬ଟି ପ୍ରସ୍ତାବ ଉପରେ ମୋହର ବାଜିପାରେ । କେନ୍ଦ୍ର ସରକାର ବହୁ ଗୁରୁତ୍ବପୂର୍ଣ୍ଣ ବିଧେୟକ ପାରିତ କରିବେ । ସେପଟେ ବିରୋଧୀ ବିଭିନ୍ନ ପ୍ରଂସଗରେ ଗୃହରେ ହାଲ୍ଲାବୋଲ୍ କରବାକୁ ଯୋଜନା କରୁଛନ୍ତି ।

ଶୀତ ଅଧିବେଶନରେ ମୋଟ ୧୭ଟି କାର୍ଯ୍ୟ ଦିବସ ରହିଥିବାବେଳେ ୧୬ ଗୁରୁତ୍ବପୂର୍ଣ୍ଣ ବିଧେୟକ ଉପସ୍ଥାପନ କରିବେ କେନ୍ଦ୍ର ସରକାର । ଏଥିରେ କେନ୍ଦ୍ର-ରାଜ୍ୟ ସମ୍ପର୍କ ଓ ସଂଘୀୟ ଢାଞ୍ଚାରେ ନିର୍ବାଚନ ପ୍ରକ୍ରିୟାରେ ସୁଧାର ଆଣିବା ନେଇ ବିଲ୍ ପରିତ ହେବ । ସେହିପରି ବିଡିଏସ ଚିକିତ୍ସା ଆଇନକୁ ନେଇ ମଧ୍ୟ ଆଲୋଚନା ହେବ । ରାଷ୍ଟ୍ରୀୟ ନର୍ସିଂ ଆୟୋଗ ସ୍ଥାପନା କରିବା ବିଲ୍ ଓ ଭାରତୀୟ ରାଷ୍ଟ୍ରୀୟ ନର୍ସିଂ ପରିଷଦ ୧୯୪୭ ଆଇନକୁ ନିଷ୍କ୍ରିୟ କରିବା ଆଦି ପ୍ରସଂଗରେ ଆଲୋଚନା ହେବ ।

ଆରମ୍ଭରୁ ଉଷ୍ଣ ହେବ ଶୀତ ଅଧିବେଶନ । ଦରଦାମ୍ ବୃଦ୍ଧି, ବେରୋଜଗାର, ଚାଷୀ ସମସ୍ୟା, ଚୀନ ସୀମାରେ ଲାଗି କରିଥିବା ସ୍ଥିତି ଉପରେ ସରକାରଙ୍କୁ ଘେରିବାକୁ ଯୋଜନା କରିଛନ୍ତି । ଏହାଛଡ଼ା ସଦନରେ ବିରୋଧୀ ସରକାରୀ ପ୍ରତିଷ୍ଠାନଙ୍କ କଥିତ ଦୂରୁପଯୋଗ, କେନ୍ଦ୍ର-ରାଜ୍ୟ ସମ୍ପର୍କ ଓ ସଂଘୀୟ ଢାଞ୍ଚା ଉପରେ ଆଘତ ସମ୍ପର୍କିତ ପ୍ରସଙ୍ଗ,  ସୀମାରେ ଚୀନର ନିର୍ମାଣ ପ୍ରସଂଗ, କାଶ୍ମୀରରୁ ହିନ୍ଦୁଙ୍କ ପଳାୟନ ପ୍ରସଙ୍ଗକୁ  ସରକରାଙ୍କୁ ଘେରିବାକୁ ଯୋଜନା କରିଛନ୍ତି ବିରୋଧୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.