scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ସୋମବାରଠୁ ଶୀତ ଅଧିବେଶନ, ୨୧ଟି ବିଧେୟକ ଉପରେ ହେବ ଆଲୋଚନା

4/12/2023 at 9:29 AM

ନୂଆଦିଲ୍ଲୀ,୦୪/୧୨: ସୋମବାରଠାରୁ ସଂସଦର ଶୀତ ଅଧିବେଶନ ଆରମ୍ଭ। ଏହି ଶୀତକାଳୀନ ଅଧିବେଶନ ଆସନ୍ତା ଡିସେମ୍ବର ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ । ଚଳିତ ପାର୍ଲିଆମେଣ୍ଟ ସେସନରେ ୧୯ଟି କାର୍ଯ୍ୟ ଦିବସ ରହିଥିବା ବେଳେ ଏହା ଆସନ୍ତା ଡିସେମ୍ବର ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ ଗୃହ । ଏଥର ମୋଟ୍ ୨୧ଟି ବିଧେୟକ ଉପରେ ଆଲୋଚନା ହେବ । ବିଧାନସଭା ନିର୍ବାଚନରେ ନିଜ ବିଜୟକୁ ନେଇ ବିଜେପି ବେଶ୍‌ ଉତ୍ସାହିତ ଅଛି । ଦଳ ଏଥର ସଂସଦରେ ବିରୋଧୀଙ୍କୁ ଘେରିବା ଲାଗି ରଣନୀତି ପ୍ରସ୍ତୁତ କରିଛି ।

ସଂସଦର ଶୀତ ଅଧିବେଶନରେ ଗୁରୁତ୍ବପୂର୍ଣ୍ଣ ବିଲ୍ ଉପରେ ହେବ ଆଲୋଚନା । ଆଇପିସି, ସିଆରପିସି ଏବଂ ଏଭିଡେନ୍ସ ଆକ୍ଟର ସ୍ଥାନ ନେଇପାରେ ନୂତନ ବିଧେୟକ । ସେହିପରି ଦେଶର ମୁଖ୍ୟ ନିର୍ବାଚନ କମିଶନର ଏବଂ ଅନ୍ୟ ନିର୍ବାଚନ କମିଶନରଙ୍କ ନିଯୁକ୍ତି ନେଇ ମଧ୍ୟ ବିଲ୍ ଅଟକି ରହିଛି । ମୌସୁମୀ ଅଧିବେଶନରେ ଏହି ବିଲ୍ ଆଗତ ହୋଇଥିଲା । ଆଜି ପ୍ରଥମ ଦିନରେ ଟିଏମସି ସାଂସଦ ମହୁଆ ମୈତ୍ରଙ୍କ ବିରୋଧରେ ଏଥିକ୍ସ କମିଟି ଦେଇଥିବା ରିପୋର୍ଟ ଉପସ୍ଥାପନ ହେବ । ଏହାକୁ ନେଇ ଗୃହ ସରଗରମ ହୋଇପାରେ ।

ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି, ଯଦି ସଂସଦ କାର୍ଯ୍ୟରେ ବାଧା ପହଞ୍ଚାଇବା ପାଇଁ ବିରୋଧୀ ସାଂସଦ ଚେଷ୍ଟା କରନ୍ତି, ତେବେ ରବିବାର ଠାରୁ ବି ଖରାପ ପରିଣାମ ଭୋଗିବାକୁ ପଡ଼ିବ । ତିନି ରାଜ୍ୟରେ କଂଗ୍ରେସର ପରାଜୟକୁ ଆଧାର କରି ସେ ଏଭଳି କହିଛନ୍ତି । ଏହା ପୂର୍ବରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଗୃହକାର୍ଯ୍ୟ ସୁଚାରୁ ରୂପେ ପରିଚାଳନା ପାଇଁ ସହଯୋଗ କରିବାକୁ ବିରୋଧୀ ଦଳଗୁଡ଼ିକୁ ଆହ୍ୱାନ ଦିଆଯାଇଛି । ଶୀତ ଅଧିବେଶନରେ ବିରୋଧୀ ଦଳଗୁଡ଼ିକ ସରକାରଙ୍କୁ ମଣିପୁର ସ୍ଥିତି, ଦରଦାମ ବୃଦ୍ଧି, ଇଡି ଓ ସିବିଆଇ ଭଳି କେନ୍ଦ୍ରୀୟ ଏଜେନ୍ସିର ଦୁରୁପଯୋଗ ଆଦି ପ୍ରସଙ୍ଗରେ ଘେରିପାରନ୍ତି ।

   Related Posts