ମାଲକାନଗିରି ୨୭।୧୧ : ମାଲକାନଗିରି ଜିଲ୍ଲାରେ ଏବେ ପ୍ରବଳ ଶୀତର ଲହରୀ ଅନୁଭବ ହେଉଛି । ରାତିରେ ହାଡ ଭଙ୍ଗା ଶୀତ ଯୋଗୁଁ ଘରେ ରହିବା ମୁସକିଲ ହେଉଥିବା ବେଳେ ସକାଳେ ଘର ବାହାରେ ଘନ କୁହୁଡ଼ି ଦେଖିବାକୁ ମିଳୁଛି।
ଗଛ ଲତା ଉପରେ କାକର ପଡୁଥିବା ବେଳେ କୁହୁଡ଼ି ଯୋଗୁଁ ସକାଳେ ଯାନ ବାହାନ ଚଳାଇବା ମୁସକିଲ ହୋଇଯାଉଛି । ଶୀତରେ ଦେହକୁ ଗରମ କରିବା ଲାଗି ସକାଳୁ ସକାଳୁ ଲୋକେ ଖେଳ ପଡିଆରେ ବ୍ୟାୟମ କରିବା ଲାଗି ଯାଉଥିବା ଦେଖିବାକୁ ମିଳିଛି । ଅନେକ ଜାଗାରେ ଗରିବ ଆଦିବାସୀ ଲୋକେ ସକାଳେ କାଠ ଜାଳି ନିଆଁ ସେକୁ ଥିବା ମଧ୍ୟ ଦେଖିବାକୁ ମିଳିଛି। ଆଉ ଚାହା ଦୋକାନରେ ଏବେ ଅଧିକ ଗହଳି ଦେଖିବାକୁ ମିଳିଛି। ପ୍ରବଳ ଶୀତରେ ଲୋକେ ହାତରେ ଗରମ ଗରମ ଚାହା କପ୍ ଧରି ଗପସପ ହେଉଛନ୍ତି । ଗତବର୍ଷ ଅପେକ୍ଷା ଚଳିତବର୍ଷ ଶୀତର ପ୍ରକୋପ ଅଧିକ ରହିଥିବା ମାଲକାନଗିରି ବାସୀ କହିଛନ୍ତି ।