scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଶୀତଦିନେ କେମିତି ରହିବେ ଫିଟ୍‌ ? ଜାଣନ୍ତୁ କିଛି ଟିପ୍ସ…

30/11/2023 at 3:24 PM

ନୂଆଦିଲ୍ଲୀ ୩୦।୧୧; ଆରମ୍ଭ ହୋଇଗଲାଣି ଶୀତଦିନ । ଗରମ ଗରମ ଖାଦ୍ୟର ରହିଥାଏ ଖୁବ୍ ଡିମାଣ୍ଡ । ବିଶେଷଜ୍ଞଙ୍କ ଅନୁଯାୟୀ ଶୀତଦିନେ ଲୋକେ ଅନେକ ପୁଷ୍ଟିକର ଖାଦ୍ୟ ଖାଉଥିବାରୁ ଶରୀରର ଓଜନ ଦ୍ରୁତ ଗତିରେ ବଢିଥାଏ । ଆସନ୍ତୁ ଜାଣିବା ଓଜନ ହ୍ରାସ ସହ ଶୀତ ଦିନେ କେମିତି କମେଇବେ ବେଲି ଫ୍ୟାଟ୍ ।

ଶୀତଦିନେ ଶରୀର ପାଇଁ ବେଶ୍ ଲାଭଦାୟକ ଅଟେ ଗାଜର । ଏଥିରେ ଥିବା ଫାଇବର ଘଣ୍ଟା ଘଣ୍ଟା ପାଇଁ ଭୋକକୁ ରୋକିଥାଏ । ଆଉ ଏହି କାରଣରୁ ହିଁ ଓଜନ ହ୍ରାସ ହେବା ସ୍ବାଭାବିକ । ଗାଜରରେ ବହୁତ କମ୍ କ୍ୟାଲୋରୀ ଥିବାରୁ ଏହା ଓଜନ ବୃଦ୍ଧିକୁ ରୋକିଥାଏ । 

ରୋଷେଇ ଘରେ ଥିବା ଡାଲଚିନି ମଧ୍ୟ ଶୀତଦିନେ ଶୀଘ୍ର ଓଜନ ହ୍ରାସ କରିବାରେ ସାହାଯ୍ୟ କରେ । ଡାଲଚିନି ଅନ୍ତନଳୀ ଟିସୁର ମେଟାବୋଲିଜିମକୁ ସନ୍ତୁଳିତ କରିଥାଏ । ଏହା ମଧ୍ୟ ଇନସୁଲିନକୁ ନିୟନ୍ତ୍ରଣରେ ରଖେ । ଏହାକୁ ଖାଇବା ଦ୍ବାରା ଶରୀରରେ ଚର୍ବି ହ୍ରାସ କରିବାରେ ସହାୟକ ହୋଇଥାଏ ।

ଶୀତଦିନେ ମେଥୀ ଖାଇବା କୌଣସି ଔଷଧ ଠାରୁ କମ୍ ନୁହେଁ ।  ଏହା ରକ୍ତରେ ସୁଗାର ସ୍ତରକୁ ନିୟନ୍ତ୍ରଣ କରିଥାଏ । ଏହା କେବଳ ମେଟାବୋଲିକ୍ ସିଷ୍ଟମକୁ ସୁସ୍ଥ ରଖେ ନାହିଁ, ବରଂ ଏଥିରେ ଥିବା ଗ୍ଲୋକ୍ଟୋମେନନ ଭୋକକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ।

ଶୀତଦିନେ ମିଳିଥାଏ ପିଜୁଳି । ଏହା ଭୋକ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ । ଏହା ଶରୀରେ ଦୈନିକ ଫାଇବରର ଆବଶ୍ୟକତା ୧୨ ପ୍ରତିଶତ ପର୍ଯ୍ୟନ୍ତ କରିଥାଏ । ଏହି ଫଳ ମଣିଷ ଶରୀରର ମେଟାବୋଲିଜିମ୍ ପାଇଁ ମଧ୍ୟ ବହୁତ ଲାଭଦାୟକ । ଯାହା ଜଣେ ବ୍ୟକ୍ତିଙ୍କୁ ଓଜନ ହ୍ରାସ କରିବାରେ ବହୁତ ସାହାଯ୍ୟ କରିଥାଏ ।

You Can Read:

   Related Posts