oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯାଜପୁର:ପ୍ରଧାନ ଶିକ୍ଷକଙ୍କ ବଦଳିକୁ ବିରୋଧ, ରାସ୍ତା ଉପରେ ପାଠ ପଢ଼ିଲେ ଛାତ୍ରଛାତ୍ରୀ
  • ||
  • ଛତିଶଗଡ଼ରେ ୪ ଓଡ଼ିଆଙ୍କୁ ନିର୍ମମ ହତ୍ୟା, ସ୍ୱାମୀ-ସ୍ତ୍ରୀ ଓ ଦୁଇ ଛୁଆ ମୃତ
  • ||
  • ଶାରଳାଙ୍କ ପୀଠରେ ଷଷ୍ଠୀ ପୂଜା, ମା’ଙ୍କ ଦର୍ଶନ ଲାଗି ଜମୁଛି ଶ୍ରଦ୍ଧାଳୁଙ୍କ ଭିଡ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୦୩ କୋଭିଡ୍ ପଜିଟିଭ୍
  • ||
  • ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍
  • ||
  • ଦୁଷ୍କର୍ମ ଅଭିଯୋଗରେ ଜେଲ୍ ଗଲା ଟୁଙ୍ଗୁରୁ ଭୋଳ, ବହୁଚର୍ଚ୍ଚିତ ପ୍ରେମ କାହାଣୀରେ ପଡିଲା ପୂର୍ଣ୍ଣଚ୍ଛେଦ
  • ||
  • ମହାଷଷ୍ଠୀରେ ଭିଜିବ ଉପକୂଳ, ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ପହିଲାରୁ ବଢିବ ବର୍ଷା ପରିମାଣ
  • ||
  • ଶୁକ୍ରବାର ବସିବ କ୍ୟାବିନେଟ ବୈଠକ, ୧୦ଟି ପ୍ରସ୍ତାବରେ ବାଜିପାରେ ମୋହର
  • ||

ବଢିବ ତାପମାତ୍ରା, ୧୪ ଯାଏଁ କମ୍ ରହିବ ଶୀତ, ପୁଣି ୧୫ରୁ ଥରାଇବ

2/01/2021 at 8:05 AM

ଭୁବନେଶ୍ୱର,୦୨/୦୧: ରାଜ୍ୟରେ ଜାନୁଆରୀ ମାସର ପ୍ରଥମ ଦୁଇ ସପ୍ତାହ ଶୀତର ପ୍ରକୋପ ସାମାନ୍ୟ କମ୍‌ ରହିବ । କିଛି ସ୍ଥାନକୁ ଛାଡିଦେଲେ ପ୍ରାୟତଃ ରାତି ତାପମାତ୍ରା ସ୍ୱାଭାବିକ ଉପରେ ରହିବ । ଏପରି ସ୍ଥିତି ରହିବ ଜାନୁଆରୀ ୧୪ ଯାଏଁ ଲାଗି ରହିବ । ଏହାପରେ ଅର୍ଥାତ୍‌ ତୃତୀୟ ସପ୍ତାହରେ (୧୫-୨୧ ତାରିଖ) ଭୀଷଣ ହାଡ଼ଭଙ୍ଗା ଶୀତ ହେବ। ଏଭଳି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ ।

ସେହିପରି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର କହିଛି ଯେ, ଆସନ୍ତା ୩ ତାରିଖରୁ ରାଜ୍ୟର ବିଭିନ୍ନ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ବଢ଼ିବ । ଫଳରେ ଶୀତ କମିଯିବ ।  ଆସନ୍ତା ୪ ତାରିଖ ସକାଳ ପର୍ଯ୍ୟନ୍ତ ରାଜ୍ୟର ଅନେକ ସ୍ଥାନରେ ମଧ୍ୟମ ଧରଣର କୁହୁଡ଼ି ଦେଖାଯିବ। ଶନିବାର ରାଜ୍ୟର ସର୍ବନିମ୍ନ ତାପମାତ୍ରାରେ ସେପରି କିଛି ପରିବର୍ତ୍ତନ ସମ୍ଭାବନା କମ୍ ରହିଛି। କିନ୍ତୁ ୩ ତାରିଖରୁ ପବନର ଦିଗ ବଦଳିବା ସହ ରାଜ୍ୟର ବିଭିନ୍ନ ସ୍ଥାନରେ ରାତି ତାପମାତ୍ରା ୨ରୁ୩ ଡିଗ୍ରୀ ସେଲସିୟସ୍‌ ବଢ଼ିଯିବ । ଫଳରେ ଶୀତ ସାମାନ୍ୟ କମିଯିବ ।

ସୋଆ ଜଳବାୟୁ ଓ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ଚନ୍ଦ୍ର ସାହୁ ପୂର୍ବାନୁମାନ କରିଛନ୍ତି ଯେ, ଆସନ୍ତା ୩ ତାରିଖରୁ ରାଜ୍ୟରେ ପାଗ ସାମାନ୍ୟ ପରିବର୍ତ୍ତନ ହେବ । ୫ ତାରିଖରୁ ସର୍ବନିମ୍ନ ତାପମାତ୍ରା ଆହୁରି ବଢ଼ିବ । ଏବେ ଶୀତ ପ୍ରବାହ କିଛିଦିନ କମ୍‌ ରହିବ ।

ଏତତ୍ ବ୍ୟତୀତ, ୧୫ ତାରିଖରୁ ପୁଣି ଥରେ ରାଜ୍ୟକୁ ଶୀତ ଲହରୀ ମାଡ଼ି ଆସିବ । ୧୫ରୁ ୨୧ ତାରିଖ ପର୍ଯ୍ୟନ୍ତ ଭୀଷଣ ଥଣ୍ଡା ଅନୁଭୂତ ହେବ । ଉତ୍ତର ଦିଗରୁ କାଲୁଆ ପବନ ବହିବା ଯୋଗୁ ଉତ୍ତର ଆଭ୍ୟନ୍ତରୀଣ ଏବଂ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ଶୀତ ହେବ ।କନ୍ଧମାଳ, ସୋନପୁର, ଅନୁଗୁଳ ଆଦି ଜିଲ୍ଲାରେ ରାତି ତାପମାତ୍ରା ୫-୬ ଡିଗ୍ରୀକୁ ଖସିପାରେ । କେତେକ ସ୍ଥାନରେ ପାରଦ ସ୍ୱାଭାବିକଠାରୁ ୫-୬ ଡିଗ୍ରୀ କମ୍‌ ରହିପାରେ । ବାକି ଅଞ୍ଚଳରେ ମଧ୍ୟ ପାରଦ ସ୍ୱାଭାବିକ ତୁଳନାରେ ୩-୪ ଡିଗ୍ରୀ କମ୍‌ ରହିବାର ସମ୍ଭାବନା ରହିଛି ।

   Related Posts