ଫୁଲବାଣୀ ସମେତ କନ୍ଧମାଳରେ ଶୀତ ଲହରୀ: ଖସୁଛି ପାରଦ, ବଢୁଛି ଥଣ୍ଡା

Published By : Prameya-News7 Bureau | December 19, 2022 IST

ଫୁଲବାଣୀ ୧୯/୧୨: କନ୍ଧମାଳକୁ ଶୀତ ପୁଣି ଫେରିଛି । ଗତ ଦୁଇ ତିନି ଦିନ ହେଲା କନ୍ଧମାଳରେ ପ୍ରବଳ ଶୀତ ଅନୁଭୁତ ହେଉଛି । ଫୁଲବାଣୀ ସମେତ ସମଗ୍ର କନ୍ଧମାଳ ଜିଲ୍ଲା ରେପୁଣି ଦେଖାଦେଇଛି ଶୀତ ଲହରୀ । ପାରଦ ଦିନକୁ ଦିନ ଖସିବାରେ ଲାଗିଛି । ଫଳରେ ଥଣ୍ଡା ମଧ୍ୟ ଧୀରେ ଧୀରେ ବଢିବାରେ ଲାଗିଛି ।

ଆଜି ସକାଳୁ ସକାଳୁ ଫୁଲବାଣୀ ସହର ଘନ କୁହୁଡିର ଆସ୍ତରଣ ଦେଖିବାକୁ ମିଳିଥିଲା । ଆଜି ସୋମବାର ଫୁଲବାଣୀରେ ତାପମାତ୍ରା ୮ଡିଗ୍ରୀ ସେଲସିୟସ ଥିବାବେଳେ ଦାରିଙ୍ଗବାଡିରେ ପାପମାତ୍ରା୯ ଡିଗ୍ରୀ ସେଲସିୟସ ରହିଛି । ଆକାଶ ମେଘମୁକ୍ତ ରହିଥିବା ଫଳରେ ତାପମାତ୍ରା କମିବା ସହ ଥଣ୍ଡା ମଧ୍ୟ ବଢିବାରେ ଲାଗିଛି ।

ଫଳରେ ସକାଳୁ ସକାଳୁ ଲୋକେ ଥଣ୍ଡାର ମଜା ଉଠାଇବା ସହ ବଡିକୁଫିଟ ରଖିବା ଲାଗି ଏକ ସରସାଇଜ,ମଣିଙ୍ଗୱାକ କରୁଛନ୍ତି । ସେହିପରି ଜିଲ୍ଲାର ବେଲଘର, ତୁମୁଡିବନ୍ଧ, ରାଇକିଆ, ମଣ୍ଡାସୁର, ଜିଉଦୟଗିରି, ରାଇକିଆ, ଆଦି ଅଞ୍ଚଳରେ ମଧ୍ୟ ତଳକୁ ଖସି ଆସିଥିବାରୁ ଏସବୁ ସ୍ଥାନରେ ମଧ୍ୟ ଥଣ୍ଡା ହେଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.