Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଦୁର୍ଘଟଣାଗ୍ରସ୍ତ ଟ୍ରକରୁ ୩ ଶହ ପେଟି ମଦ ଜବତ

13/10/2019 at 1:01 PM

ମୟୂରଭଞ୍ଜ ୧୩/୧୦: ଭୁଲ ରାସ୍ତାରେ ଆସି ଫେରିବା ବେଳେ ଦୁର୍ଘଟଣା ଘଟାଇଲା ଟ୍ରକ୍ । ଦୁର୍ଘଟଣା ଘଟାଇବା ପରେ ଜଣାପଡିଲା ଯେ ଟ୍ରକରେ ରହିଛି ବିପୁଳ ପରିମାଣର ବିଦେଶୀ ମଦ । ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଉର୍ମଳ ଛକ ନିକଟରେ ଗତକାଲି ବିଳମ୍ବିତ ରାତିରେ ଏକ ସଡକ ଦୁର୍ଘଟଣା ହୋଇଥିଲା ।

ବାଲେଶ୍ବର ଜିଲ୍ଲା ସେରଗଡରୁ ମଦ ବୋଝେଇ କରି ଯଶିପୁର ଯାଉଥିବା ଏକ ଟ୍ରକ୍ ଭୁଲ ରାସ୍ତାରେ ପଶି ଆସିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ସ୍ଥାନୀୟ ଲୋକେ ଟ୍ରକ ଭିତରୁ ଡ୍ରାଇଭରକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ । ଏହା ପରେ ଘଟଣାସ୍ଥଳରେ ଉଦଳା ପୋଲିସ୍ ପହଞ୍ଚିଥିଲା । ଏହି ସମୟରେ ଟ୍ରକରୁ ପାଖାପାଖି ୩ ଶହ ପେଟି ବିଦେଶୀ ମଦ ଜବତ କରିଛି ପୋଲିସ ।ଦୁର୍ଘଟଣାଗ୍ରସ୍ତ ଟ୍ରକକୁ ଜବତ କରି ଥାନାକୁ ଆଣିଥିବା ବେଳେ ଗୁରୁତର ଡ୍ରାଇଭରକୁ ଉଦଳା ଡାକ୍ତରଖାନାରେ ଭର୍ତି କରାଯାଇଛି

   Related Posts