suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ବିପୁଳ ପରିମାଣରେ ଦେଶୀ ଓ ବିଦେଶୀ ମଦ ଜବତ, ୧୧ ଗିରଫ

3/11/2020 at 6:33 PM

ଭଦ୍ରକ, ୦୩/୧୧:  ଭଦ୍ରକ ଜ଼ିଲ୍ଲାର  ବିଭିନ୍ନ ଅଞ୍ଚଳରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ବିପୁଳ ପରିମାଣରେ ଦେଶୀ, ବିଦେଶୀ ମଦ ଜବତ କରାଯାଇଛି ।  ଏଥିରେ ସମ୍ପୃକ୍ତ ୧୧ ଜଣଙ୍କୁ ଗିରଫ କରିବା ସହ, ମଦ ଭର୍ତ୍ତି ଫ୍ରିଜ୍ ଓ ବାଇକ ଜବତ କରିଛି ଅବକାରୀ ବିଭାଗ ।

ଭଦ୍ରକ ଜ଼ିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ବିଭାଗର ଆଇଆଇସି ଧନେଶ୍ୱର ବରାଡ଼ଙ୍କ ନେତୃତ୍ୱରେ ଏକ ଟିମ୍ ମଙ୍ଗଳବାର ବିଭିନ୍ନ ଅଞ୍ଚଳରେ ଚଢ଼ାଉ କରିଥିଲା । ଭଦ୍ରକ ଗ୍ରାମାଞ୍ଚଳ ଅଞ୍ଚଳର ଚରମ୍ପା, ନଛିପୁର, ମିର୍ଜାପୁର, ଚଢ଼େୟା ସହ ସହରାଞ୍ଚଳର ବଙ୍କସାହି ଓ ନରିପୁର ଅଞ୍ଚଳରେ ଚଢ଼ାଉ କରି ବିପୁଳ ପରିମାଣରେ ଦେଶୀ, ବିଦେଶୀ ମଦ ଜବତ କରାଯାଇଛି ।

ଏହି ଘଟଣାରେ ଅବକାରୀ ବିଭାଗ ୧୧ ଜଣଙ୍କୁ ଗିରଫ କରିବା ସହ ମଦ ଭର୍ତ୍ତି ଫ୍ରିଜ୍ ଓ ଏକ ବାଇକ ଜବତ କରିଛି । ହୋଇଥିବା ଦେଶୀ, ବିଦେଶୀ ମଦର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଅବକାରୀ ଆଇଆଇସି ସୂଚନା ଦେଇଛନ୍ତି ।

   Related Posts