ୱିନଡୋଜ ୭ ପାଇଁ ମାଇକ୍ରୋସଫ୍ଟ ଆଉ ଦେବ ନାହିଁ ସପୋର୍ଟ, ବଢିଯିବ ୱିନଡୋଜ ୧୦ର ଦାମ
16/01/2019 at 4:58 PM

ମାଇକ୍ରୋସଫ୍ଟ କମ୍ପାନୀ ନିଜ କମ୍ପ୍ୟୁଟର ଅପରେଟିଂ ସିସଟମ ୱିନଡୋଜ ୭ର ମେନଷ୍ଟ୍ରିମ ସପୋର୍ଟ ବନ୍ଦ କରିବା ପରେ ଏବେ ଏକ୍ସଟେନଡେଡ ସପୋର୍ଟ ମଧ୍ୟ ବନ୍ଦ କରିବାକୁ ଯାଉଛି। ଏହି ସିସଟମରେ ନୂଆ ଫିଚର ଯୋଡିବା କମ୍ପାନୀ ବନ୍ଦ କରିସାରିଛି। ଆଗାମୀ ବର୍ଷ ୨୦୨୦ ମସିହା ଜାନୁଆରୀ ୧୪ ତାରିଖରେ ଏହି ଏକ୍ସଟେନଡେଡ ସପୋର୍ଟ ବନ୍ଦ ହୋଇଯିବ। ତେବେ ଏହା ଦ୍ୱାରା ୱିନଡୋଜ ୭କୁ ମିଳୁଥିବା ଏକ୍ସଟେନଡେଡ ସପୋର୍ଟ ବନ୍ଦ ହେଲେ କମ୍ପ୍ୟୁଟର କାମ କରିବ କିନ୍ତୁ ୟୁଜର୍ସଙ୍କୁ ମାସିକ ଅପଡେଟ ମିଳିବା ବନ୍ଦ ହୋଇଯିବ।

ଏହା ଦ୍ୱାରା କମ୍ପ୍ୟୁଟରର କୌଣସି ସମସ୍ୟାରେ ୟୁଜର୍ସଙ୍କୁ ସପୋର୍ଟ ମିଳିବନି। ୱିନଡୋଜ ୭ର ଏକ୍ସଟେନଡେଡ ସପୋର୍ଟ ବନ୍ଦ ହେଲେ ୱିନଡୋଜ୧୦ର ମୁଲ୍ୟ ଅଧିକ ହୋଇଯିବ। ୱିନଡୋଜ ୭ ବନ୍ଦ ହେଲା ପରେ ୱିନଡୋଜ୧୦ ଭରସନରେ ଅନେକ ସୁଧାର ଆସିବ। ଏହା ସହ ନୂଆ ପିସିର ବିକ୍ରି ମଧ୍ୟ ବଢିଯିବ। ୨୦୧୫ ମସିହାରେ ୱିନଡୋଜ୧୦ ଲଂଚ କରାଯାଇଥିଲା। ୱିନଡୋଜ୧୦ ଆସିଲା ପରେ ମଧ୍ୟ ଲୋକମାନେ ୱିନଡୋଜ ୭ ଅଧିକ ବ୍ୟବହାର କରୁଛନ୍ତି।
Related Posts
ବିଜେପିର ବନ୍ଧୁମିଳନ କାର୍ଯ୍ୟକ୍ରମ, ଯୋଗଦେଲେ ବହୁ ନେତା ଓ କର୍ମୀ
2 February 2023
କେଉଁ ଧର୍ମକୁ ମାନନ୍ତି ଆର୍ଯ୍ୟନ ଖାନ୍ ? ଖୁଲାସା କଲେ ମା’ ଗୌରୀ
2 February 2023