ଟ୍ରଫି ପାଇଁ ଆର୍ଜେଣ୍ଟିନା-ଫ୍ରାନ୍ସ ମହାମୁକାବିଲା,  ଫାଇନାଲ୍‌ରେ ବିଜୟ କି ପରାଜୟ, ମାଲାମାଲ ହେବେ ଦୁଇ ଦଳ

Published By : Prameya-News7 Bureau | December 18, 2022 IST

ନୂଆଦିଲ୍ଲୀ: ଫିଫା ବିଶ୍ଵ କପ୍ ୨୦୨୨ର ଫାଇନାଲ୍ ମୁକାବିଲା ରବିବାର ଅର୍ଥାତ ଆଜି ଖେଳା ଯାଉଛି। ଭାରତୀୟ ସମୟନୁସାରେ ରାତି ୮ଟା ୩୦ରେ ଫାଇନାଲ୍ ମ୍ୟାଚ୍ ଆରମ୍ଭ ହେବ। ଲୁସେଲ ଷ୍ଟାଡିୟମରେ ମହାମୁକାବିଲାରେ ମୁହାଁମୁହିଁ ହେବେ ଆର୍ଜେଣ୍ଟିନା ଏବଂ ଫ୍ରାନ୍ସ। ଲିଓନେଲ୍ ମେସିଙ୍କ ନିକଟରେ ବିଶ୍ଵ କପ୍ ଜିତିବାର ଏହା ଶେଷ ସୁଯୋଗ। କାରଣ ଆଜିର ଫାଇନାଲ୍ ମ୍ୟାଚ୍ ପରେ ତାଙ୍କୁ ଆଉ ଆଗାମୀ ବିଶ୍ଵ କପ୍‌ରେ ଦେଖିବାକୁ ମିଳିବ ନାହିଁ। ତେଣୁ ଏବେ ସଭିଙ୍କ ନଜର ଏହି ମହାମୁକାବିଲା ଉପରେ ରହିଛି।

ଦୁନିଆର ସବୁଠୁ ଲୋକପ୍ରିୟ ଖେଳ ହେଉଛି ଫୁଟବଲ୍। ଏମିତିରେ ଫିଫା ବିଶ୍ଵ କପ୍ ୨୦୨୨ ଉପରେ ସଭିଙ୍କ ନଜର ରହିଛି। ବିଶ୍ଵ କପ୍‌ର ଟ୍ରଫି  ଜିତିବା ସହ ଚାମ୍ପିଅନ ଦଳ ଆଜି ମାଲାମାଲ୍ ହେବେ। ଫିଫା ବିଶ୍ଵ କପ୍‌ର ପୁରସ୍କାର ରାଶି ମଧ୍ୟ ବହୁତ ଅଧିକ ରହିଛି। ବିଜେତା ସହ ଉପ ବିଜେତା ଦଳ ମଧ୍ୟ ମାଲାମାଲ ହେବେ।

ଏହି ଦଳକୁ ମିଳିବ ଏତିକି କୋଟି

ବିଜେତା- ୩୪୭ କୋଟି ଟଙ୍କା

ଉପ ବିଜେତା- ୨୪୮ କୋଟି ଟଙ୍କା

ତୃତୀୟ ସ୍ଥାନରେ ଥିବା ଦଳ- ୨୨୩ କୋଟି(କ୍ରୋଏସିଆ)

ଚତୁର୍ଥ ସ୍ଥାନରେ ଥିବା ଦଳ- ୨୦୬ କୋଟି(ମୋରକ୍କୋ)

ଫିଫା ପକ୍ଷରୁ ବିଶ୍ଵ କପ୍‌ ଆୟୋଜନରେ ମୋଟ୍ ୩୬୪୧ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ଏଥିରେ ଦଳଗୁଡିକର ଅଂଶ, ମ୍ୟାଚ୍ ଫି, ବିଜେତା, ଉପ ବିଜେତା, ନକଆଉଟ୍‌ ମ୍ୟାଚ୍‌ରେ ପହଞ୍ଜୁଥିବା ଦଳଗୁଡିକର ରାଶି ସାମିଲ୍।

ଫ୍ରାନ୍ସ ଏବଂ ଆର୍ଜେଣ୍ଟିନା ମଧ୍ୟରେ ମୁକାବିଲା

ମୋଟ୍ ମ୍ୟାଚ୍- ୧୨

ଆର୍ଜେଣ୍ଟିନା ଜିତିଛି- ୬

ଫ୍ରାନ୍ସ ଜିତିଛି- ୩

ଡ୍ର- ୩

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.