Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

RCB ଛାଡ଼ିବେ କି ବିରାଟ କୋହଲି ? IPLରେ ଏହି ଦଳ ପକ୍ଷରୁ ଖେଳିବାକୁ ପରାମର୍ଶ ଦେଲେ ପିଟରସନ

22/05/2023 at 6:21 PM

ନୂଆଦିଲ୍ଲୀ: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆରସିବି)ର ପୁଣି ଥରେ ଆଇପିଏଲ୍ ଜିତିବାର ସ୍ଵପ୍ନ ଭାଙ୍ଗି ଯାଇଛି। ଗତକାଲି ଗୁଜରାଟ୍ ଟାଇଟନ୍ସ ହାତରୁ ୬ ଓ୍ଵିକେଟ୍‌ରେ ହାରିବା ପରେ ଆଇପିଏଲ୍ ୨୦୨୩ର ପ୍ଲେ ଅଫ୍‌ରୁ ବାଦ୍ ପଡ଼ିଛି ଆରସିବି। ଦଳ ପାଇଁ ଏହା କର ବା ମର ମୁକାବିଲା ଥିଲା, ମାତ୍ର ଦୁର୍ବଳ ବୋଲିଂ ଆକ୍ରମଣ କାରଣରୁ ଆରସିବିକୁ ପରାଜୟର ମୁହଁ ଦେଖିବାକୁ ପଡ଼ିଛି। ଷ୍ଟାର ବ୍ୟାଟର ବିରାଟ କୋହଲିଙ୍କ ଅପରାଜିତ ୧୦୧ ରନର ଇନିଂସ ବଳରେ ବାଙ୍ଗାଲୋର ୫ ଓ୍ଵିକେଟ୍ ହରାଇ ୧୯୭ ରନ କରିଥିଲା। ଜବାବରେ ଗୁଜରାଟ୍ ଶୁଭମନ ଗିଲ୍‌ଙ୍କ ଅପରାଜିତ ୧୦୪ ରନ ବଳରେ ବଳରେ ୧୯.୧ ଓଭରରେ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା। ସେପଟେ ଆରସିବିର ପରାଜୟ ସହ ମୁମ୍ବାଇ ଇଣ୍ଡିଅନ୍ସ ପ୍ଲେ ଅଫ୍‌ରେ ପହଞ୍ଚିଛି।

He's a genius. Name a player who hasn't gone through rough patch in his  career' | Cricket - Hindustan Times

ବାଙ୍ଗାଲୋରର ପରାଜୟରେ କୋହଲିଙ୍କ ସହ କେବଳ ଖେଳାଳି ଦୁଃଖିତ ହୋଇ ନାହାନ୍ତି ବରଂ ଏହାର ପ୍ରଶଂସକ ମଧ୍ୟ ମର୍ମାହତ ହୋଇଛନ୍ତି। କୋହଲି ୨୦୦୮ରେ ଆଇପିଏଲ୍‌ ଆରମ୍ଭ ପରଠୁ ଆରସିବି ସହିତ ଅଛନ୍ତି। ସେ ଅନେକ ବର୍ଷ ପର୍ଯ୍ୟନ୍ତ ଆରସିବିର ଅଧିନାୟକ ଦାୟିତ୍ଵ ମଧ୍ୟ ସମ୍ଭାଳିଥିଲେ ଏବଂ ୨୦୨୧ରେ ଇସ୍ତଫା ଦେଇଥିଲେ। ଆଇପିଏଲ୍‌ରେ ଗୋଟିଏ ଫ୍ରାଞ୍ଚାଇଜ୍ ପାଇଁ ୧୬ ସିଜିନ୍ ଖେଳିବାରେ ଏକ ମାତ୍ର ଖେଳାଳି ହେଉଛନ୍ତି ବିରାଟ। ହେଲେ ଇଂଲଣ୍ଡର ପୂର୍ବତନ ଅଧିନାୟକ କେଭିନ୍ ପିଟରସନଙ୍କ କହିବା କଥା କୋହଲିଙ୍କୁ ବର୍ତ୍ତମାନ ଆରସିବି ଛାଡ଼ି ଦେବା ଉଚିତ୍। ଏହି ତାରକା କ୍ରିକେଟରଙ୍କୁ ଆଇପିଏଲ୍ ୨୦୨୪ରେ ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ଖେଳିବା ଉଚିତ୍।

ଆରସିବି ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିବା ପରେ ପିଟରସନ ସୋମବାର ନିଜର ଆନୁଷ୍ଠାନିକ ଟୁଇଟର ଆକାଉଣ୍ଟରେ ଲେଖିଛନ୍ତି ବିରାଟଙ୍କୁ ଏବେ ଦିଲ୍ଲୀ ଯିବାର ସମୟ ଆସି ଯାଇଛି। ଉଲ୍ଲେଖନୀୟ ବିରାଟ ଦିଲ୍ଲୀର ବାସିନ୍ଦା। ସେ ନିଜର କ୍ରିକେଟ୍ କ୍ୟାରିୟର ଏହ  ସହରରୁ କରିଥିଲେ। ତେବେ ଦିଲ୍ଲୀ ଡେୟାରଡେଭିଲ୍ସ ନିକଟରେ ଆଇପିଏଲ୍ ୨୦୦୮ରେ କୋହଲିଙ୍କୁ ଖେଳିବାର ସୁଯୋଗ ରହିଥିଲା, ମାତ୍ର ଫ୍ରାଞ୍ଚାଇଜ୍ ଏଥିରେ ସଫଳ ହୋଇନଥିଲା। ଏହା ପରେ କୋହଲି ଆରସିବିରେ ସାମିଲ୍ ହୋଇଗଲେ ଏବଂ ବାକି ଇତିହାସ ହୋଇଗଲା।

Kevin Pietersen interview: INTERVIEW | Kevin Pietersen on playing behind  closed doors, Virat Kohli vs Steve Smith debate and one major regret

କୋହଲି ଆଇପିଏଲ୍‌ ଟ୍ରଫି ଜିତି ପାରିନଥିଲେ ବି ଅନେକ ରେକର୍ଡ ନିଜ ନାମରେ କରିଛନ୍ତି। କୋହଲି ଆଇପିଏଲ୍ ଇତିହାସର ସବୁଠୁ ସଫଳ ବ୍ୟାଟର। ସେ ୨୩୭ ମ୍ୟାଚ୍‌ରେ ୩୭.୨୫ ହାରରେ ଏବଂ ୧୩୦.୦୨ ଷ୍ଟ୍ରାଇକ୍ ରେଟ୍‌ରେ ୭୨୩୬ ରନ କରିଛନ୍ତି। ଏଥିରେ ୭ ଶତକ ଏବଂ ୫୦ ଅର୍ଦ୍ଧଶତକ ସାମିଲ୍। ସେ ଆଇପିଏଲ୍‌ରେ ସର୍ବାଧିକ ଶତକ ହାସଲକାରୀ ଖେଳାଳି। ସବୁଠୁ ଅଧିକ ଅର୍ଦ୍ଧଶତକ ହାସଲ କରିବାରେ କୋହଲି ଯୁଗ୍ମ ଦ୍ଵିତୀୟ ସ୍ଥାନରେ ଅଛନ୍ତି। ୧୬ତମ ସିଜିନରେ କୋହଲିଙ୍କ ବ୍ୟାଟ୍ ଖୁବ୍ ଗର୍ଜିଛି। ସେ ୧୪ଟି ମ୍ୟାଚ୍‌ରେ ୫୪.୨୫ ହାରରେ ଏବଂ ୧୩୯.୮୨ ଷ୍ଟ୍ରାଇକ୍ ରେଟ୍‌ରେ ୬୩୯ ରନ କରିଛନ୍ତି। ଏଥିରେ ୨ ଶତକ ଏବଂ ୬ ଅର୍ଦ୍ଧଶତକ ସାମିଲ୍।

   Related Posts