ଭୁବନେଶ୍ଵର: ମୁଣ୍ଡ ଉପରେ ନିର୍ବାଚନ ହେଲେ ନେତାଙ୍କଠୁ କର୍ମୀ ସମସ୍ତେ କନଫ୍ୟୁଜ ଭିତରେ ଅଛନ୍ତି । ବିଜେଡି-ବିଜେପି ଭିତରେ ଆସନ ବୁଝାମଣା ଚର୍ଚ୍ଚା ଏମିତି ଜୋର୍ ଧରିଛି ଯେ, ସବୁ ଅଙ୍କ ଗୋଳମାଳ କରିଦେଇଛି । ଆଗକୁ କ’ଣ ହେବ ? ମେଣ୍ଟ ହେବ ନା ଅଲଗା ଅଲଗା ନିର୍ବାଚନ ଲଢ଼ିବେ ତାକୁ ନେଇ ସୃଷ୍ଟି ହୋଇଛି ଦ୍ବନ୍ଦ୍ବ । ସେପଟେ କିନ୍ତୁ ଉଭୟ ବିଜେଡି ଓ ବିଜେପି ନେତା ଏଭଳି ଆକଳନକୁ ଖଣ୍ଡନ କରୁଥିବା ବେଳେ କଂଗ୍ରେସ କହିଛି ଦୁଇ ଦଳ ଏକାଠି ହୋଇ ରହିଛନ୍ତି । କେବଳ ଲୋକ ଆଗରେ ଅଲଗା ଦେଖେଇ ହେଉଛନ୍ତି ।
wp:heading {"level":4}Also read- ଚଣ୍ଡିଗଡ଼ରେ ହେବ ‘AAP’ର ମେୟର, ପୁଣି ଥରେ ଗଣା ହେବ ଭୋଟ୍: ସୁପ୍ରମିକୋର୍ଟଙ୍କ ବଡ଼ ନିଷ୍ପତ୍ତି
/wp:headingସମ୍ବଲପୁର ଗସ୍ତ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟ ସରକାରଙ୍କ ବିରୋଧରେ ପଦୁଟିଏ ବି କହିଲେ ନାହିଁ । ଏହା ପରେ ବିଜେପିର ରାଜ୍ୟସଭା ପ୍ରାର୍ଥୀ ଅଶ୍ବିନୀ ବୈଷ୍ଣବଙ୍କୁ ନିସର୍ତ୍ତ ସମର୍ଥନ ଦେଲା ବିଜେଡି । ଏମିତିରେ ବିଜେଡି-ବିଜେପି ଭିତରେ କିଛି ଚାଲିଛି ବୋଲି ଅନୁମାନ କରୁଛନ୍ତି ରାଜନୈତିକ ବିଶ୍ଳେଷକ । ଏମିତିରେ ପ୍ରଶ୍ନ ଉଠୁଛି ଯଦି ଉଭୟ ଦଳ ଭିତରେ ଆସନ ବୁଝାମଣା ହୁଏ, ତାହେଲେ କାହା ଭାଗରେ କେତେ ସିଟ୍ ପଡ଼ିବ ? ଯାହାକୁ ନେଇ ଉଭୟ ଦଳରେ ଥିବା ଟିକେଟ୍ ଆଶାୟୀଙ୍କ ଭିତରେ ଛନକା ସୃଷ୍ଟି ହୋଇଛି । ସେପଟେ ଏଭଳି ଚର୍ଚ୍ଚାକୁ କିନ୍ତୁ ମାନିବାକୁ ନାରାଜ ବିଜେଡି ନେତା । ବିଜେଡି ବିଧାୟକ ଦୃଢ଼ୋକ୍ତି କରିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ଲୋକଙ୍କ ଭରସା ଅଛି । ତେଣୁ ନିର୍ବାଚନରେ ବିଜେଡି କାହା ସହ ମେଣ୍ଟ କରିବାର ପ୍ରଶ୍ନ ଉଠୁନି ।
{"id":911607,"sizeSlug":"full","linkDestination":"none"}
ସେହିଭଳି ବିଜେପି ନେତା ମଧ୍ୟ ମେଣ୍ଟ ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି । ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନମାଝୀ କହିଛନ୍ତି, ଆଗାମୀ ନିର୍ବାଚନରେ ବିଜେପି ଏକାକୀ ଲଢ଼ିବ । ଆଉ ନିଜ ଦମ୍ରେ ସରକାର ଗଢ଼ିବ । ଏ ନେଇ କେନ୍ଦ୍ରୀୟ ନେତୃତ୍ବ ସ୍ପଷ୍ଟ କରିସାରିଛନ୍ତି ବୋଲି କହିଛନ୍ତି ମୋହନ ମାଝି । ସେପଟେ ବିଜେଡି-ବିଜେପି ମେଣ୍ଟ ଚର୍ଚ୍ଚା ଭିତରେ ଫାଇଦା ନେବା ଚକ୍କରରେ ରହିଛି କଂଗ୍ରେସ । କାରଣ ଏମିତି ହେଲେ କଂଗ୍ରେସର ସ୍ବତଃ ପ୍ରବୃତ ଭାବେ ଭୋଟହାର ବଢ଼ିବ । ତେଣୁ ମେଣ୍ଟ ହେଲେ କଂଗ୍ରେସକୁ ଫାଇଦା ମିଳିବ । ଏହାକୁ ଆଖିରେ ରଖି କଂଗ୍ରେସ କହିଛି ୨୦୦୯ରେ ବିଜେଡି ବିଜେପି ଏକାଠି ଥିଲେ । ଏବେ ବି ଏକାଠି ଅଛନ୍ତି । ଖାଲି ଲୋକଙ୍କ ଆଖିରେ ଅଲଗା । ମେଣ୍ଟ କଥା କିଛି ବଡ କଥା ନୁହେଁ ବୋଲି କହିଛି କଂଗ୍ରେସ ।
wp:heading {"level":4}Also read- ଫେବ୍ରୁଆରୀ ଶେଷ ସୁଦ୍ଧା ପୁଣି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦୀ, ଜନସଭାକୁ କରିବେ ସମ୍ୱୋଧନ
/wp:heading୨୦୦୦ରୁ ୨୦୦୯ ପର୍ଯ୍ୟନ୍ତ ଓଡ଼ିଶାରେ ବିଜେଡି- ବିଜେପି ମେଣ୍ଟ ସରକାର ଥିଲା । ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ହତ୍ୟା ଏବଂ ପରିବର୍ତ୍ତୀ ସାମ୍ପ୍ରଦାୟିକ ହିଂସାକୁ ନେଇ ୨୦୦୯ରେ ବିଜେଡି-ବିଜେପି ଭିତରେ ଫାଟ ସୃଷ୍ଟି ହୋଇଥିଲା । ଭାଙ୍ଗିଥିଲା ମେଣ୍ଟ ସରକାର । ତା’ ପରଠାରୁ ଉଭୟ ଦଳ ଏକାକୀ ନିର୍ବାଚନ ଲଢ଼ିଆସୁଛନ୍ତି । ଆଉ ଓଡ଼ିଶାରେ କଂଗ୍ରେସକୁ ହଟାଇ ମୁଖ୍ୟ ବିରୋଧୀ ଦଳ ଆସନରେ ରହିଛି ବିଜେପି । ଆଗକୁ ୧ ନମ୍ବର ଦଳ ହେବା ସହ ସରକାର ଗଢ଼ିବାକୁ ଯୋଜନା କରିଛି ବିଜେପି । ହେଲେ ବିଜେଡିର ମଜବୁତ୍ ସଂଗଠନ ଓ ନବୀନଙ୍କ ନେତୃତ୍ବ ଆଗରେ ବିଜେପିର ରଣନୀତି କେତେ ସଫଳ ହେବ ତାହା ଆଗାମୀ ଦିନରେ ସ୍ପଷ୍ଟ ହୋଇଯିବ ।