scan steel
web-baneer-728x90
1 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ପ୍ରମୁଖ ଖବର
  • ଉତ୍ତରକାଶୀ ଟନେଲରୁ ବଡ଼ ଖବର ।। ୧୭ ଦିନ ପରେ ଉଦ୍ଧାରରେ ମିଳିଲା ସଫଳତା ।। ସମସ୍ତ ୪୧ ଶ୍ରମିକ ଉଦ୍ଧାର ।। ସୁଡ଼ଙ୍ଗରେ ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟ ଶେଷ ।। ୧୭ ଦିନ ପରେ ସୁଡ଼ଙ୍ଗରୁ ସକୁଶଳ ଉଦ୍ଧାର ହେଲେ ୪୧ ଶ୍ରମିକ ।। ଉଦ୍ଧାର ସମସ୍ତ ୪୧ ଜଣ ଶ୍ରମିକଙ୍କୁ ସେମାନଙ୍କ ପରିବାର ସହ ପଠାଗଲା ହସ୍ପିଟାଲ
  • ||

କ’ଣ ବିଶ୍ଵକପ୍ ୨୦୨୩ରେ ରହିବ ୭୦ ମିଟରର ବାଉଣ୍ଡରୀ ? କଣ ରହିଛି ନିୟମ, ଜାଣନ୍ତୁ

3/10/2023 at 8:51 PM

ନୂଆଦିଲ୍ଲୀ: ଆଉ କେଇ ଘଣ୍ଟା ପରେ ବାଜିବ ବିଶ୍ଵକପ୍ ୨୦୨୩ର ବିଗୁଲ। ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ। ଆସନ୍ତାକାଲି ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଉଦଘାଟନୀ ସମାରୋହ ଖେଳାଯିବ। ଏହା ପରେ ଅକ୍ଟୋବର ୫ ତାରିଖରେ ଆରମ୍ଭ ହେବ ବିଶ୍ଵକପ୍ ମୁକାବିଲା। ତେବେ କଣ ରହିଛି ବିଶ୍ଵକପର ବାଉଣ୍ଡରୀ ଏବଂ ଅନ୍ୟ ସଂପର୍କିତ ନିୟମ। ଆଇସିସି ଏ ନେଇ ସ୍ପଷ୍ଟ କରିଛି।

Also read- ବିଶ୍ୱକପ୍‌ରେ ଏକାଧିକ ରେକର୍ଡ ଭାଙ୍ଗିବା ଅପେକ୍ଷାରେ ରୋହିତ ଶର୍ମା; ସଚିନଙ୍କ ସେଞ୍ଚୁରି, ଗେଲ୍‌ଙ୍କ ଛକ୍କା ସବୁ ପଡ଼ିବ ଫିକା

ଆଇସିସି ଦ୍ଵାରା ଜାରି ନିୟମରେ କୁହାଯାଇଛି ଯେ, ସୀମାରେଖାର ଦୂରତା ଅତି କମରେ ୬୫ ଗଜ ଅର୍ଥାତ ୫୯.୪୩ ମିଟର ରହିବା ଦରକାର। ଏହା ପରେ ୩ ଗଜ୍ ଅର୍ଥାତ ୨.୪୫ ମିଟର ସ୍ଥାନ ଖାଲି ରହିବା ବାଧ୍ୟତାମୂଳକ। ଏହା ପରେ ଫ୍ଲେକ୍ସ କିମ୍ବା ହାର୍ଡ ଡିଜିଟାଲ୍ ବୋର୍ଡର ବ୍ୟବହାର କରାଯାଇ ପାରିବ। ପିଚ୍‌ର ମଧ୍ୟଭାଗରୁ ସୀମା ରେଖାର ଦୂରତା ସର୍ବାଧିକ ୯୦ ଗଜ ଅର୍ଥାତ ୮୨.୨୯ ମିଟରରୁ ଅଧିକ ରଖାଯାଇ ପାରିବ ନାହିଁ।

Schedule for Cricket World Cup 2023 updated after Qualifier

ଆଇସିସି ରିଜର୍ଭ ଡେକୁ ନେଇ ମଧ୍ୟ ନିୟମ ସ୍ପଷ୍ଟ କରି ଦେଇଛି। ସେମି ଫାଇନାଲ୍ ଓ ଫାଇନାଲ୍ ପାଇଁ ରିଜର୍ଭ ଡେ ରହିବ। ଲିଗ୍ ପର୍ଯ୍ୟାୟରେ ରିଜର୍ଭ ଡେର ବ୍ୟବସ୍ଥା ନାହିଁ। ଯଦି ମ୍ୟାଚ୍ ନିର୍ଦ୍ଧାରିତ ଦିନ ପୂରା ନ ହୁଏ ତେବେ ରିଜର୍ଭ ଡେରେ ଅବଶିଷ୍ଟ ମ୍ୟାଚ୍ ଖେଳାଯିବ। ସେମିଫାଇନାଲ୍ ଓ ଫାଇନାଲ୍ ସମେତ ଟୁର୍ଣ୍ଣାମେଣ୍ଟର ଅନ୍ୟ ସମସ୍ତ ମ୍ୟାଚ୍ ଟାଇ ହେଲେ ସୁପର ଓଭର ଖେଲାଯିବ। ସୁପର ଓଭର ସେ ପର୍ଯ୍ୟନ୍ତ ଖେଳାଯିବ, ଯେ ପର୍ଯ୍ୟନ୍ତ ମ୍ୟାଚର ଫଳାଫଳ ନ ବାହାରିଛି।

ଯଦି ରିଜର୍ଭ ଡେ ଦିନରେ ମ୍ୟାଚ୍ ପୂରା ନ ହୁଏ ତେବେ ସେମି ଫାଇନାଲରେ ସେହି ଦଳକୁ ବିଜୟୀ ଘୋଷିତ କରାଯିବ ଯିଏ ଲିଗ୍ ପର୍ଯ୍ୟାୟରେ ଅଧିକ ମ୍ୟାଚ୍ ଜିତିଥିବ ଏବେଂ ନେଟ୍ ରନ ରେଟ୍ ଉନ୍ନତ ଥିବ। ଫାଇନାଲ୍ ମ୍ୟାଚ୍ ଯଦି ନିର୍ଦ୍ଧାରିତ ଦିନ ଏବଂ ରିଜର୍ଭ ଡେରେ ପୂରା ନ ହୁଏ ତେବେ ଦୁଇ ଦଳକୁ ବିଜେତା ଘୋଷିତ କରାଯିବ ବୋଲି ଆଇସିସି ନିୟମରେ ସ୍ପଷ୍ଟ କରିଛି।

   Related Posts