scan steel
web-baneer-728x90
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଗ୍ୟାସ ପରେ ଏବେ କମିବ ପେଟ୍ରୋଲ-ଡିଜେଲ୍ ଦର ! ସେପ୍ଟେମ୍ବର ମାସରେ କମିବା ନେଇ ଆକଳନ

31/08/2023 at 8:47 PM

ଭୁବନେଶ୍ଵର: ଗ୍ୟାସ ପରେ ଏବେ କମିବ କି ତୈଳ ଦର। ରକ୍ଷା ବନ୍ଧନରେ  କେନ୍ଦ୍ର ସରକାର ଏଲପିଜି ଗ୍ୟାସ ଦର କମାଇବା ପରେ ସାରା ଦେଶରେ ଉପଭୋକ୍ତା ମହଲରୁ ଦାବି ଜୋର ଧରିଲାଣି । କରୋନା ପରେ  ଆନ୍ତର୍ଜାତୀୟ  ବଜାରରେ  ଅଶୋଧିତ ତୈଳ ଦର କମିଥିବା ବେଳେ ଏହାର ବେଶ ଲାଭ ଲଠାଇଛନ୍ତି  ଅଏଲ ମାର୍କେଟିଙ୍ଗ  କମ୍ପାନୀ। ଅଶୋଧିତ ତୈଳଦର  କମିଥିବା ଯୋଗୁଁ ତୈଳ କମ୍ପାନୀ ମାନେ ପ୍ରଥମ କ୍ବାଟରରେ ଭଲ ଲାଭବାନ ମଧ୍ୟ ହୋଇଛନ୍ତି। ଆଗକୁ  କିଛି ରାଜ୍ୟରେ ଭୋଟ ଥିବାରୁ ତେଲ ଦର କମିବା ନେଇ ଚର୍ଚ୍ଚା ଚାଲିଛି।

ଖୁବ୍ ଶୀଘ୍ର କମିବ କି ପେଟ୍ରୋଲ୍ ଓ ଡିଜେଲ୍ ଦର ? ମହଙ୍ଗା ପେଟ୍ରୋଲ୍ ଓ ଡିଜେଲ୍ ଦାମରୁ ଆଶ୍ବସ୍ତ ହେବେ କି ଗ୍ରାହକ ?  କେନ୍ଦ୍ର ସରକାର ଗ୍ୟାସ ଦର କମାଇବା ପରେ ଏଭଳି କିଛି ଆଶ୍ବସ୍ତି ଖବର ଆଗକୁ ମିଳିବ ବୋଲି ଆଶା ବାନ୍ଧିଛନ୍ତି ଗ୍ରାହକ । ସେପ୍ଟେମ୍ବର ମାସରେ ପେଟ୍ରୋଲ ଡିଜେଲ୍ ଦର କମିବା ନେଇ ବି ଆକଳନ କରାଯାଉଛି। ତୈଳ ଦର କମିବା ନେଇ ମଧ୍ୟ ଅନୁକୁଳ ପରିସ୍ଥିତି ସୃଷ୍ଟି ହୋଇଛି । କରୋନା ପରେ ୨୦୨୨ରେ ପେଟ୍ରୋଲ ଉପରୁ ୮ ଟଙ୍କା ଓ ଡିଜେଲ୍ ଉପରୁ ୬ ଟଙ୍କା ଏକ୍ସସାଇଜ୍ ଡ୍ୟୁଟି ଛାଡ କରିଛନ୍ତି କେନ୍ଦ୍ର ସରକାର। କରୋନା ପରେ ଅଶୋଧିତତୈଳ ଦର ବି କମିଛି । ତେଣୁ ତୈଳ ଦର କମାଇବାକୁ ଦାବି କଲେଣି ଗ୍ରାହକ । ସେହିଭଳି ଏନେଇ ତୈଳ ମନ୍ତ୍ରଣାଳୟ ପକ୍ଷରୁ ମଧ୍ୟ ଗ୍ରୀନ ସିଗନାଲ୍ ମିଳିଛି ।

Fuel price update

ଏବେ ଅଶୋଧିତ ତୈଳ ଦର ୮୦ ଡଲାର ପାଖାପାଖି ଖସି ଆସିଥିଲେ ମଧ୍ୟ ପେଟ୍ରୋଲ ଓ ଡିଜେଲ୍‌ରେ କୌଣସି ହ୍ରାସ ହୋଇନାହିଁ । ୨୦୨୨ ଏପ୍ରିଲ୍ ପ୍ରଥମ ସପ୍ତାହରୁ କିନ୍ତୁ ଉଭୟ ତେଲର ଦାମ ଅପରିବର୍ତ୍ତିତ ରହିଛି। ଓଡିଶା ସମେତ ଅଧିକାଂଶ ରାଜ୍ୟରେ ପେଟ୍ରୋଲ୍ ୧୦୦ ଟଙ୍କାରୁ ଅଧିକ ଦାମ୍‌ରେ ବିକ୍ରି ହେଉଛି।  ଯଦି ସେପ୍ଟେମ୍ବରରେ ତେଲ ଦର କମେ ତେବେ ପେଟ୍ରୋଲ ଦର ୧୦୦ ଟଙ୍କା ତଳକୁ ଓ ଡିଜେଲ ଦର  ୯୦ କୁ ଖସି ଆସିବ। ଆଗକୁ ନିର୍ବାଚନ ଆସୁଛି । ନିର୍ବାଚନ ପାଖେଇଲେ ପେଟ୍ରୋଲ ଓ ଡିଜେଲ୍ ରେଟ୍ କମିଥାଏ। ତେଣୁ ତୈଳ ଦର କମିବା ନେଇ ଆକଳନ କରିଛି ସର୍ବଭାରତୀୟ ପେଟ୍ରୋଲିୟମ ଡିଲର ସଂଘ । ଅନ୍ୟପଟେ କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ହରଦୀପ ସିଂହ ପୁରୀ ମଧ୍ୟ କହିଛନ୍ତି ଯେ ପେଟ୍ରୋଲ ଓ ଡିଜେଲ୍ ଦାମ୍ କମିବ ।  ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସେଥିପାଇଁ ପଦକ୍ଷେପ ଗ୍ରହଣ କରିବାକୁ ପଡ଼ିବ।

Petrol And Diesel Prices In Bhubaneswar Remain Stable

୨୦୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀଙ୍କ ପ୍ରଥମ ପାଳି ଆରମ୍ଭ ହେବା ବେଳକୁ ପେଟ୍ରୋଲ୍ ଦାମ୍ ୮୧ ଟଙ୍କା ପାଖାପାଖି ଥିଲା । ବତ୍ତର୍ମାନ ଭୁବନେଶ୍ବରରେ ପେଟ୍ରୋଲ ଲିଟର୧୦୩ ଟଙ୍କା ୩୭ ପଇସା ଓ ଡିଜେଲ୍ ଲିଟର ପିଛା ୯୪ ଟଙ୍କା ୭୬ ପଇସା ଅଛି । ଆଗକୁ ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ବିଧାନସଭା ନିର୍ବାଚନ ଓ ଆସନ୍ତାବର୍ଷ ଲୋକସଭା ନିର୍ବାଚନ ରହିଛି । ତେଣୁ ତୈଳ ଦର ହ୍ରାସ ଘଟିବ ବୋଲି ସାଧାରଣଜନତା ଆଶା ରଖିଛନ୍ତି।

   Related Posts