ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର: କୋର୍ଟରେ ଜଜ୍‌ଙ୍କୁ ଛୁରାମାଡ ଉଦ୍ୟମ, କାବୁ କଲା ପୋଲିସ
  • ||
  • ଭୁବନେଶ୍ୱର: ICMRର ପରାମର୍ଶ, ସାମାନ୍ୟ ଜ୍ୱର ହେଲେ ଖାଅନି ଆଣ୍ଟିବାୟୋଟିକ୍
  • ||
  • ଶିକ୍ଷକ ନିଯୁକ୍ତି ପ୍ରସଙ୍ଗରେ ଗୃହରେ ହଙ୍ଗାମା, ଗୃହ ମୁଲତବୀ କଲେ ବାଚସ୍ପତି
  • ||
  • ପଦ୍ମପୁରରେ କେନ୍ଦ୍ରୀୟ ଟିମ୍‌ର ରେଡ୍, ୩ ବ୍ୟବସାୟୀଙ୍କ ଘରେ ଚଢାଉ
  • ||

ପୁଣି ଥରେ ବଢିବ ପେଟ୍ରୋଲ-ଡିଜେଲ୍ ଦାମ ? ଅଶୋଧିତ ତୈଳ ଦର ବୃଦ୍ଧି ପୁଣି ଥରେ ବଢାଇଲା ଚିନ୍ତା

12/06/2022 at 11:18 PM

ନୂଆଦିଲ୍ଲୀ: ଅଶୋଧିତ ତୈଳ ଦର ପୁଣି ଥରେ ଚିନ୍ତା ବଢାଇଛି । ଯେବେଠୁ ସରକାରଙ୍କ ପକ୍ଷରୁ ପେଟ୍ରୋଲ ଏବଂ ଡିଜେଲ୍ ଉପରେ ଆମଦାନୀ ଶୁଳ୍କ ହ୍ରାସ କରାଯାଇଛି ତେବେଠୁ ଏ ପର୍ଯ୍ୟନ୍ତ ଅଶୋଧିତ ତେଲର ଦାମ ବ୍ୟାରେଲ୍ ପିଛା ୧୦ ଡଲାର ବୃଦ୍ଧି ଘଟି ସାରିଛି। ଭାରତ ନିଜର ଆବଶ୍ୟକତାର ୮୫ ପ୍ରତିଶତ ତୈଳ ଆମଦାନୀ କରିଥାଏ । ତେଣୁ ବର୍ଦ୍ଧିତ ଅଶୋଧିତ ତୈଳ୍ୟ ମୂଲ୍ୟ ସରକାରଙ୍କ ପାଇଁ ବଡ ମୁସ୍କିଲ ସୃଷ୍ଟି କରିପାରେ ।

Bloomberg ଅନୁସାର ୨୦୨୧ ଡିସେମ୍ବର ୩୧ରେ ଗୋଟିଏ ବ୍ୟାରେଲ୍ ଅଶୋଧିତ ତୈଳ୍ୟ ମୂଲ୍ୟ ୭୭.୭୮ ଡଲାର ରହିଥିଲା । ଏବେ ଏହା ବୃଦ୍ଧି ଘଟି ୧୨୨.୦୧ ଡଲାରରେ ପହଞ୍ଚିଛି । ଅର୍ଥାତ ଗତ ପାଞ୍ଚ ମାସରେ ୪୫ ଡଲାର ବଢି ସାରିଛି ।

କାହିଁକି ବଢୁଛି ଅଶୋଧିତ ତୈଳ
୧ – ଲିବ୍ୟାରେ ଯୋଗାଣ ପ୍ରଭାବିତ ହେବା ।
୨ – ରୁଷର ବଳକା ତେଲ ବଞ୍ଚି ନାହିଁ ।
୩ – ରୁଷ ଏବଂ ୟୁକ୍ରେନ ଯୁଦ୍ଧ କାରଣରୁ ସୃଷ୍ଟି ନୂତନ ସଙ୍କଟ ।
୪ – ଓପେକ ଉତ୍ପାଦନ ବଢାଇଥିଲେ ମଧ୍ୟ ତାହା ପର୍ଯ୍ୟାପ୍ତ ନୁହେଁ ।
୫ – କୋଭିଡ୍ ୧୯ ମାମଲା କମିବା ପରେ ତେଲ ଚାହିଦା ବଢିବା ।

କେନ୍ଦ୍ର ସରକାର ମେ ୨୫ରେ ସାଧାରଣ ଜନତାଙ୍କୁ ବଡ ଆଶ୍ୱସ୍ତି ଦେଇ ପେଟ୍ରୋଲ ଏବଂ ଡିଜେଲ୍ ଉପରେ ଉତ୍ପାଦ ଶୁଳ୍କ କ୍ରମଶଃ ଆଠ ଟଙ୍କା ଏବଂ ଛଅ ଟଙ୍କା ହ୍ରାସ ଘୋଷଣା କରିଥିଲେ । ଏଥିରେ ପେଟ୍ରୋଲ-ଡିଜେଲ ଲିଟର ପିଛା ଦାମ କ୍ରମଶଃ ୯.୫ ଟଙ୍କା ଏବଂ ସାତ ଟଙ୍କା ଶସ୍ତା ହୋଇଥିଲା ।

   Related Posts