ବଦଳିବ କି ହାଇଦ୍ରାବାଦର ନାମ ? କାର୍ଯ୍ୟକାରିଣୀ ବୈଠକରେ ସହରକୁ 'ଭାଗ୍ୟନଗର' କହିଲେ ପ୍ରଧାନମନ୍ତ୍ରୀ ମୋଦୀ

Published By : Prameya-News7 Bureau | July 03, 2022 IST

ହାଇଦ୍ରାବାଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହାଇଦ୍ରାବାଦରେ ଆୟୋଜିତ ବିଜେପିର ଦୁଇ ଦିନିଆ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକକୁ ସମ୍ବୋଧିତ କରିଛନ୍ତି। ବୈଠକର ଶେଷ ଦିନରେ ପ୍ରଧାନମନ୍ତ୍ରୀ ହାଇଦ୍ରାବାଦକୁ ଭାଗ୍ୟନଗର କହି ସମ୍ବୋଧିତ କରିଛନ୍ତି। ଏହା ପରେ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି କଣ ଏବେ ଏହି ସହରର ନାମ ବଦଳିବାକୁ ଯାଉଛି। ହାଇଦ୍ରାବାଦ ହେଉଛି ଭାଗ୍ୟନଗର ଯାହା ଆମ ସଭିଙ୍କ ପାଇଁ ଗୁରୁତ୍ଵ ରଖିଥାଏ ବୋଲି ମୋଦୀ କହିଛନ୍ତି।

ବିଜେପି ନେତା ରବିଶଙ୍କର ପ୍ରସାଦ କହିଛନ୍ତି, ପ୍ରଧାନମନ୍ତ୍ରୀ ହାଇଦ୍ରାବାଦକୁ ଭାଗ୍ୟନଗର କହି ସମ୍ଵୋଧିତ କରିଛନ୍ତି, ଯାହା ଆମ ସମସ୍ତଙ୍କ ପାଇଁ ଗୁରୁତ୍ଵ ବହନ କରୁଛି। ସର୍ଦ୍ଦାର ପଟେଲ୍ ଅଖଣ୍ଡ ଭାରତର ମୂଳଦୁଆ ପକାଇଥିଲେ। ଏହାକୁ ଆଗକୁ ନେବାର ଦାୟିତ୍ଵ ବିଜେପିର। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ଆଜି ବିସ୍ତାର ସହିତ ବିଜେପି ପାଇଁ ସୁଯୋଗ, ବିଜେପିର ଇତିହାସ ଯାତ୍ରା, ବିଜେପିର ଭବିଷ୍ୟତ ଏବଂ ଦେଶ ପ୍ରତି ଆମ ଦାୟିତ୍ଵ ବିଷୟରେ ଆଲୋଚନା କରିଛନ୍ତି।

ପ୍ରସାଦ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦୀ ବିଜେପିର ବିସ୍ତାରକୁ ଉଲ୍ଲେଖ କରି ତେଲଙ୍ଗାନା, ପଶ୍ଚିମବଙ୍ଗ, କେରଳ ପରି ରାଜ୍ୟଗୁଡିକରେ ପାର୍ଟିର ସମସ୍ତ କାର୍ଯ୍ୟକର୍ତ୍ତାଙ୍କ ସାହାସକୁ ପ୍ରଶଂସା କରିଛନ୍ତି। ବିଭିନ୍ନ ଦଳ ନିଜ ନିଜର ଅସ୍ଥିତ୍ଵ ପାଇଁ ଲଢେଇ କରୁଛନ୍ତି। ତେଣୁ ଆମକୁ ସେମାନଙ୍କ ଉପରେ ହସିବା ଉଚିତ୍ ନୁହେଁ କି ସେମାନଙ୍କ ମଜାକ ଉଡାଇବା ଉଚିତ୍ ନୁହେଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.